/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688192966.jpg)
Bus Catches Fire
ହଠାତ୍ ବସ୍ରେ ନିଆଁ ଲାଗିଯିବା ଯୋଗୁ ୨୫ ଜଣ ଜୀଅନ୍ତା ଜଳି ଯାଇଛନ୍ତି। ମହାରାଷ୍ଟ୍ରର ବୁଲଧାନାରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୩୩ ଜଣ ବସ୍ରେ ପୁଣେ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସ୍ୱେରେ ଦୁର୍ଘଟଣା ଘଟିଥିଲା। ବସ୍ଟି ଏକ ଖୁଣ୍ଟରେ ପିଟି ହେବା ପରେ ଓଲଟି ପଡ଼ିଥିଲା। ଏହାପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ୨୫ ଜଣ ଜୀଅନ୍ତା ଜଳି ଯାଇଥିଲେ। ଦୁର୍ଘଟଣା ସମୟରେ ଯାତ୍ରୀମାନେ ଶୋଇଥିଲେ।
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବସ୍ ଡ୍ରାଇଭରଙ୍କ କହିବା ଅନୁସାରେ, ଗାଡ଼ିର ଟାୟାର ଫାଟି ଯିବା ଯୋଗୁ ଏହା ଏକ ଖୁଣ୍ଟରେ ପିଟି ହୋଇଥିଲା ଓ ପରେ ଓଲଟି ପଡ଼ିଥିଲା। ଏକ ମାମଲା ରୁଜୁ କରାଯାଇ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
ଅନ୍ୟପକ୍ଷେ, ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଇ ସିନ୍ଧେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରରକୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)