Advertisment

ରଥଟଣା ବେଳେ ଅଘଟଣ: ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅସୁସ୍ଥ

ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Over 8 injured during pulling of Taladhwaja chariot

Over 8 injured during pulling of Taladhwaja chariot

ପୁରୀ: ରଥ ଦଉଡ଼ିକୁ ଛୁଇଁବାକୁ ଛଟପଟ ଭକ୍ତ। ଜନସମୁଦ୍ର ହୋଇଯାଇଛି ବଡ଼ଦାଣ୍ଡ। ସୋରିଷ ପକେଇବାକୁ ବି ଜାଗା ନାହିଁ। ତେବେ ରଥ ଦଉଡି ଧରିବାକୁ ଭକ୍ତ ଆକୁଳ ହେଉଥିବା ବେଳେ ଘଟିଛି ଅଘଟଣ। ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ଜଣେ ଭୋଇ ସେବାୟତ ଆହତ ହୋଇଛନ୍ତି। ମାର୍କେଟ ଛକ ନିକଟରେ ତାଳଧ୍ୱଜ ଦଉଡ଼ି ଛିଡ଼ିବାରୁ ଅଘଟଣ ଘଟିଥିଲା।

Advertisment

ସେହିପରି ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଗତ ଗୁଣ୍ଡିଚା ଯାତ୍ରା ବେଳେ ବି ମରିଚିକୋଟ ଛକରେ ଠେଲାପେଲା ହୋଇଥିଲା । ଅଧିକ ଭିଡ଼ ଯୋଗୁଁ ଏପରି ସ୍ଥିତି ଉପୁଜିଥିଲା। ଏଥିରେ ଏକାଧିକ ଆହତ ହୋଇଥିବା ବେଳେ ଆହତ ମାନଙ୍କୁ ତୁରନ୍ତ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment
Ratha Jatra RathaJatra
Advertisment
Advertisment