ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ SRCଙ୍କ ସମୀକ୍ଷା । ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି
ଏତେ ପ୍ରବଳ ବର୍ଷା ହୋଇଛି ଯେ ଘରେ ଘରେ ପାଣି ପଶିଯାଇଛି । ରାସ୍ତାରେ ପାଣିର ସୁଅ । ଉଠି ଆସିଛନ୍ତି ମାଛ
ଡ୍ରେନରେ ଭାସିଯାଉଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଶିକ୍ଷୟତ୍ରୀ । କହିଲେ ମତେ ଭଗବାନ ସାହା ହେଲେ
ମାଆ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି । ଡ୍ରେନରେ ପାଣି ନିଷ୍କାସନ ହୋଇନପାରି ମନ୍ଦିର ଭିତରକୁ ପଶିଛି । ଯାହା ଫଳରେ ନୀତିକାନ୍ତି ବନ୍ଦ ରହିଛି ।
ପ୍ରବଳ ବର୍ଷାରେ ପାହାଡରୁ ଖସିଲା ବିରାଟ ପଥର । ରାସ୍ତାରେ ଯାଉଥିବା ଟ୍ରକ ଅଳ୍ପକେ ବର୍ତ୍ତିଲା
ନଦୀରେ ଗାଧୋଉଥିବା ସମୟରେ ଅଚାନକ ପାଣି ଆସିବାରୁ ନଦୀ ମଝିରେ ଥିବା ଟାପୁରେ ଫସି ରହିଲେ ମହିଳା | ଅଗ୍ନିଶମ ବିଭାଗ କଲା ଉଦ୍ଧାର | ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି
ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍ ଆଶଙ୍କା ମଧ୍ୟ ରହିଛି
୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ।
ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା
ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ।
ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।
ଗତ ସନ୍ଧ୍ୟାରେ ଏ ହେଉଛି ବାଇଶି ପାହାଚର ଦୃଶ୍ୟ । ପ୍ରବଳ ବର୍ଷାରେ ପାଣିର ସୁଅ କେତେ ଦେଖିପାରୁଥିବେ । ବଡଦାଣ୍ଡରେ ଛୁଟିଲା ସୁଅ ।
ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଣ୍ଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି...ଏମିତିକି ରାସ୍ତାରେ ଖେଳୁଛନ୍ତି ମାଛ।
ଉବୁଟୁବୁ କଟକ । ରାସ୍ତାରେ ଆଣ୍ଠୁଏ ଉଚ୍ଚର ଚାଲିଲା ପାଣି....ଘରୁ ବାହାରିବା ମୁସ୍କିଲ ହେଲାଣି । ରାସ୍ତା କୋଉଟା, ନାଳ କୋଉଟା ଜାଣିବା ମୁସ୍କିଲ । ବଡ ମେଡିକାଲରେ ବି ପଶିଛି ପାଣି
ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଂଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି
ଡରରେ ସହର ମୋହ ଛାଡ଼ି ଗାଁକୁ ବେଡ଼ିଂ ବାନ୍ଧିଲେଣି ଲୋକେ ।
ଟିକିଏ ବର୍ଷା ହେଲେ ସ୍ଥିତି ପୂରା ବେହାଲ । ସିଏମସି ମାନିଲା ସମସ୍ୟା...ଲୋକେ କହିଲେଣି ଡଙ୍ଗା ବ୍ୟବସ୍ଥା କରୁ ପ୍ରଶାସନ ।
ଅକଥନୀୟ ଦୁର୍ଦ୍ଦଶାରେ ସ୍ମାର୍ଟସିଟି ବାସିନ୍ଦା । ବାଦଲଫଟା ବର୍ଷାକୁ ଦୋଷ ଦେଲେ ମେୟର ।
ଡ୍ରେନ୍ ଉପରେ ପାଣିର ସୁଅ, ଘରେ ଭାସୁଛି ଆସବାବ । ପ୍ରବଳ ବର୍ଷାକୁ ଦୋଷ ଦେଇ ହାତ ଟେକି ଦେଲେ କର୍ତ୍ତୃପକ୍ଷ ।
ଲଗାଣ ବର୍ଷା ଯୋଗୁଁ, ଭୁବନେଶ୍ୱରରେ ୨୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ଭୁବନେଶ୍ୱରରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ବୋଲି ମଧ୍ୟ କୁହାଯାଉଛି ।
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଖେପୁପଡ଼ା ପାଖାପାଖି ଏହା ଉପକୂଳ ଛୁଇଁପାରେ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଏନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଜଳନିଷ୍କାସନ ସମସ୍ୟାରୁ ଟ୍ୱିନ୍ସିଟିରେ ସାଂଘାତିକ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି।
ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ବର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି। ଲିଙ୍ଗରାଜ ମନ୍ଦିର ନିକଟ ରାସ୍ତା ବୁଡ଼ି ରହିଛି। ରାସ୍ତା ଉପରେ ଅନେକ ଗାଡି ଅଧାବୁଡ଼ା ଅବସ୍ଥାରେ ରହିଛି। ନ୍ୟୁ ଫରେଷ୍ଟ କଲୋନୀ, ସୌଭାଗ୍ୟ ନଗର ଏବଂ ଜାଭିୟର ଛକ ଅଂଚଳରେ ଏବେବି ପାଣିର ସୁଅ ଛୁଟୁଛି।