• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଲାଗି ରହିଥିବା ବର୍ଷାଜନିତ ବନ୍ୟା ସ୍ଥିତିକୁ ନେଇ SRC ସତ୍ୟବ୍ରତ ସାହୁ ସୂଚନା ରଖିଛନ୍ତି । ରାଜ୍ୟରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଥିବା କହିଛନ୍ତି SRC । ଦିଆଯାଇଥିବା ସୂଚନା ଅନୁସାରେ ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ବୋଲି କହିଛନ୍ତି SRC ସତ୍ୟବ୍ରତ ସାହୁ ।

ଏହା ବ୍ୟତୀତ SRC ତାଙ୍କ ସୂଚନାରେ ଆହୁରି କହିଛନ୍ତି ଯେ, ସମ୍ଭାବ୍ୟ ବନ୍ୟା ପାଇଁ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ପ୍ରସ୍ତୁତି ହୋଇଛି । ଏଥିଲାଗି ୨୩ ଓଡ୍ରାଫ୍, ୮ ଏନ୍‌ଡିଆର୍‌ଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଛି । ମହାନଦୀ ମୁଣ୍ଡଳିରେ ଏବେ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରଭାବିତ ହେଉଛି । ମୁଣ୍ଡଳିରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍‌ ପ୍ରବାହିତ ହେବା ସମ୍ଭାବନା ଥିବା କହିଛନ୍ତି SRC ।

SRC କହିଛନ୍ତି, ମୁଣ୍ଡଳି ପାସ୍‌ କରିବାର ୧୨ ଘଣ୍ଟା ପରେ ୩ଟି ଜିଲ୍ଲାରେ ପାଣି ପହଞ୍ଚିବ । ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାପାଳ ପ୍ରସ୍ତୁତ ରହିଛନ୍ତି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ କରାଯିବ । ମଧ୍ୟମ ଧରଣର ବନ୍ୟା ହେବା ଆଶଙ୍କା କରାଯାଉଛି । ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ ।

ସୂଚନା ଥାଉ କି ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ରାଜ୍ୟର ସ୍ଥିତି ସଙ୍ଗୀନ ହୋଇଛି । ବିଭିନ୍ନ ନଦୀ ଫୁଲିବାରେ ଲାଗିଛି । ବିଶେଷ କରି ବୈତରଣୀ ଫୁଲୁଥିବାରୁ ଲୋକମାନେ ଭୟଭୀତ ରହିଛନ୍ତି । ପ୍ରବଳ ବର୍ଷା ଓ ବନ୍ୟା ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ସରକାରଙ୍କ ପକ୍ଷରୁ ୧୧ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।