• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର । ବୌଦ୍ଧ ଜିଲ୍ଲା ଖଇରମାଳରେ ୫ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଏଣୁ କାଲି ଦିନ ୧୦ଟା ସୁଦ୍ଧା ମୁଣ୍ଡଳିରେ ପାଖାପାଖି ୬ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବ। ଏଥିଲାଗି ଜଳସେଚନ ବିଭାଗ ସତର୍କ ରହିଥିବ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ଯାଜପୁର ଓ ଭଦ୍ରକରେ ବନ୍ୟା ସ୍ଥିତି ସମୀକ୍ଷା ଲାଗି ସିନିୟର୍ ଅଫିସରଙ୍କୁ ପଠାଯାଇଛି । ଯେହେତୁ ସନ୍ଧ୍ୟା ସୁଦ୍ଧା ଆଖୁଆପଦା ରେ ବନ୍ୟାଜଳ ବିପଦ ସଙ୍କେତ ଟପିବ। ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ।

ଅଧିକ ପଢ଼ନ୍ତୁ: ଭାସିଲାଣି ବୌଦ୍ଧ ! ଫୁଲବାଣୀ-ସୋନପୁର ଉବୁଟୁବୁ

ସେପଟେ ମହାନଦୀରେ ଜଳସ୍ତର ବଢିଲେ ବି ବନ୍ୟା ଆଶଙ୍କା ନଥିବା କହିଛନ୍ତି ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଲଗାଣ ବର୍ଷାରେ ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବାପରେ ରାଜଘାଟ ଠାରେ ବିପଦ ସଂକେତ ପାର କରିଛି। ଦିନ ୧୧ ଟା ସୁଦ୍ଧା ୩୯.୧୪ରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଗକୁ ବନ୍ୟା ଜଳ ବଢିବାର ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଆଶଙ୍କା ରହିଥିବାରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ଯୋଜନା କରିଛି ଜିଲ୍ଲା ପ୍ରଶାସନ ।

ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ନଦୀ ନାଳ ଫୁଲିବାରେ ଲାଗିଛି। ହରିଚନ୍ଦନପୁର ବଡ ପଳାଶପାଳ ପଞ୍ଚାୟତରେ ପ୍ରବଳ ବର୍ଷା ଫଳରେ ମୁସଳ ନଦୀରେ ବନ୍ୟା ଆସିଛି। ରାଣିପଦା ଠାରୁ କହେଁଇଗୋଳା ରାସ୍ତାର ସାରେଇ ଗାଁ ନିକଟରେ ୪ ଫୁଟର ପାଣି ଚାଲୁଛି। ଫଳରେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗାଁରେ ଥିବା ଆଶ୍ରମ ସ୍କୁଲ ଓ ଅଙ୍ଗନୱାଡିକୁ କୌଣସି ସାମଗ୍ରୀ ମଧ୍ୟ ପହଞ୍ଚି ପାରୁନାହିଁ । ବନ୍ୟା ପରିସ୍ଥିତି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ବର୍ଷା ବିତ୍ପାତ ! ଚଳନ୍ତା କାର ଯାଇ ସିଧା କେନାଲରେ ପଡ଼ିଲା