• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରବଳ ବର୍ଷା ପରେ ମହାନଦୀ ଅବବାହିକାରେ ବନ୍ୟା। କଟକ ମୁଣ୍ଡଳୀଠାରେ ସକାଳ ୬ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୮ ଲକ୍ଷ ୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅପଷ୍ଟ୍ରିମରେ ୯୨.୬୦ ଏବଂ ଡାଉନ ଷ୍ଟ୍ରିମରେ ୯୦.୩୦ ଫୁଟ ଜଳସ୍ତର ରହିଛି । ଗତକାଲି ରାତି ୧୧ ପରଠୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ମହାନଦୀ ଶାଖା ନଦୀଗୁଡ଼ିକ ମଧ୍ୟ ଗାଁ ଗଣ୍ଡା ବୁଡ଼ାଇଛନ୍ତି ।

ନୟାଗଡ଼, ବୌଦ୍ଧ, ସୋନପୁରର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ଆଜି ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି । ଉତ୍ତରବାଙ୍କୀ ଓ ତିଗିରିଆ ବ୍ଲକର ୯ଟି ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ନୟାଗଡ଼ ଜିଲ୍ଲାରେ ଗାଁ ସହିତ ବିଲବାଡ଼ି, ରାସ୍ତାଘାଟ, ପୋଲ ବି ବୁଡ଼ିଛି ।

ଅଧିକ ପଢ଼ନ୍ତୁ: ବିପଦ ସଂକେତ ଉପରେ ବହୁଛି ବୈତରଣୀ

ସେହିପରି କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକକୁ ବୈତରଣୀ ଓ ବ୍ରାହ୍ମଣୀ ଭୟ। ବନ୍ୟାଜଳ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଥିବା ବେଳେ ଗାଁ ଭୂଇଁ, ମଠ ମନ୍ଦିର, ଶିକ୍ଷାନୁଷ୍ଠାନ ଉବୁଟୁବୁ । ବୈତରଣୀ ସାମାନ୍ୟ ଜଳସ୍ତର ଖସିଥିଲେ ମଧ୍ୟ ବଢୁଛି ବ୍ରାହ୍ମଣୀ । ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

୧୬ ଜିଲ୍ଲା ପାଇଁ ୧୦୬ ରେସ୍କ୍ୟୁ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି। ୧୩ ଓଡ୍ରାଫ, ୮ ଏନଡିଆରଏଫ ଏବଂ ୮୫ଟି ଫାୟାର ଟିମ ନିୟୋଜିତ ହୋଇଛନ୍ତି । ବନ୍ୟା ଜଳରେ ଅନେକ ସ୍ଥାନରେ ପରିବା ଚାଷ ନଷ୍ଟ ହୋଇଛି। ବିଶେଷ କରି କଟକ ବାଙ୍କୀ, ଆଠଗଡ଼, ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରେ ପରିବା ଚାଷ ନଷ୍ଟ ହୋଇଛି।

ମହାନଦୀ ଯେତିକି ଫୁଲୁଛି ତଳିଆ ଅଞ୍ଚଳର ଲୋକଙ୍କର ବଢୁଛି ଚିନ୍ତା । କାରଣ ବାଙ୍କୀ ଅଂଚଳରରେ ଅନେକ ଗାଁ ରାସ୍ତା ଘାଟ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ତେବେ ବାଙ୍କୀ ଡ଼ମପଡା ବ୍ଲକର ଶିମିଳିପୁର ପଂଚାୟତର ଶୁଖୁଆଖଳା ଗାଁର ଲୋକେ ଏବେ ବି ଜଳ ବନ୍ଦୀ ହୋଇ ରହିଛନ୍ତି । ଅପରପଟେ ଗାଁ ଛାଡ଼ି ଗୃହ ପାଳିତ ପଶୁଙ୍କୁ ଧରି ନଦୀର ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ।