/odishatv-khabar/media/post_attachments/uploadimage/library/16_9/16_9_0/____1692173006.jpg)
Low pressure likely over Bay of Bengal around August 18
ଆସନ୍ତା ୧୮ ତାରିଖ ଅର୍ଥାତ୍ ଶୁକ୍ରବାର ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର-ପୂର୍ବ, ତତ୍-ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ଅଛି।
ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬ କି.ମି. ଉଚ୍ଚତା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତା’ର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।
୧୮ବେଳକୁ #ଲଘୁଚାପ ସମ୍ଭାବନା !!
ଉତର-ପୂର୍ବ ତତ-ସଂଲଗ୍ନ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି | ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳର #୧୮ତାରିଖ ବେଳକୁ ଏକ #ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି | pic.twitter.com/A6gxVzzyXE— Meteorological Centre, Bhubaneswar (@mcbbsr) August 16, 2023
ସେପଟେ ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ ବିଶେଷ ଭାବେ ଅନୁଗୁଳ, ଦେବଗଡ଼ ଏବଂ ସମ୍ବଲପୁରରେ ବର୍ଷା ହେବାର ସମ୍ଭାବନା ରହିଛି।ଏହାପରେ ଆସନ୍ତା ଦୁଇ ଦିନରେ ଉପକୂଳରୁ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରୋ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)