• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮.୩୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଏନଡିଆରଏଫ୍ ଟିମ୍ ଧାମନଗର;ଫଳପୁରରୁ ୮ଜଣଙ୍କୁ ଉଦ୍ଧାର କରିଛନ୍ତି ।

ସାଳନ୍ଦୀରେ ପାଣି ଆସିବା ଯୋଗୁଁ  ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି । ଭଦ୍ରକ ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଧୁଷୁରୀ, ଅସୁରାଳି, କଶିମପୁର, ହାସନାବାଦ, ପଙ୍ଗଟା, ଫଳପୁର, ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ: ଯୁଆଡ଼େ ଦେଖିବ ଖାଲି ପାଣି ! ନୟାଗଡ଼-ବୌଦ୍ଧ-ସୋନପୁରରେ ବୁଡ଼ିଲାଣି ଗାଁ

ସେହିପରି କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକକୁ ବୈତରଣୀ ଓ ବ୍ରାହ୍ମଣୀ ଭୟ। ବନ୍ୟାଜଳ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଥିବା ବେଳେ ଗାଁ ଭୂଇଁ, ମଠ ମନ୍ଦିର,ଶିକ୍ଷାନୁଷ୍ଠାନ ଉବୁଟୁବୁ । ବୈତରଣୀ ସାମାନ୍ୟ ଜଳସ୍ତର ଖସିଥିଲେ ମଧ୍ୟ ବଢୁଛି ବ୍ରାହ୍ମଣୀ । ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ସେପଟେ ହୀରାକୁଦ ଡ୍ୟାମ ମଧ୍ୟକୁ ବଢୁଛି ଜଳ ପ୍ରବେଶର ପରିମାଣ । ଫଳରେ ଡ୍ୟାମର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଡ୍ୟାମର ୨ଟି ଗେଟ ଖୋଲା ରହିଛି । ଆଜି ସକାଳ ୬ଟାରେ ଡ୍ୟାମର ଜଳସ୍ତର ୬୧୪.୬୦ ଫୁଟରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୨ ହଜାର ୮୦୮ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ ଘନଫୁଟ ଜଳ ନିଷ୍କାସିତ ହେଉଛି । ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି ।