Advertisment

ମହାନଦୀ ସିଷ୍ଟମରେ ଛୋଟ ବନ୍ୟା ! ୧୫ ଜିଲ୍ଲା ଉପରେ ନଜର

ବନ୍ୟା ସ୍ଥିତି ମୁକାବିଲା ନେଇ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ । ତଳିଆ ଅଞ୍ଚଳଗୁଡ଼ିକରେ ଏନଡିଆରଏଫ, ଓଡ୍ରାଫ ଟିମ୍ ମୁତୟନ ।

author-image
Prangyan Parimita
ଅଦ୍ୟତନ ହୋଇଛି
Flood Threat Looms Large In Odisha

Mahanadi River

ମହାନଦୀ ସିଷ୍ଟମରେ ଛୋଟ ଧରଣର ବନ୍ୟା ସମ୍ଭାବନା। ବନ୍ୟା ସ୍ଥିତି ମୁକାବିଲା ନେଇ SRC ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ତଳିଆ ଅଞ୍ଚଳ ଗୁଡ଼ିକୁ ଏନଡିଆରଏଫ, ଓଡ୍ରାଫ ଟିମ୍ ପଠାଯାଇଛି। ୧୫ ଜିଲ୍ଲାରେ ୮ଟି ଏନଡିଆରଏଫ୍ ଟିମ, ୧୩ଟି ଓଡ୍ରାଫ ଏବଂ ୨୩ଟି ଅତିରିକ୍ତ ଅଗ୍ନିଶମ ବାହିନୀର ଟିମ ପଠାଯାଇଛି ।

Advertisment

ପ୍ରଭାବିତ ୧୫ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ,  ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, କଟକ, ପୁରୀ,  ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା। ତଳିଆ ଅଂଚଳ ଜଳମଗ୍ନ ହେବା ଆଶଂକା ଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଜଳସ୍ତର ବଢି ପ୍ରବାହିତ ହେଉଥିବା ନଦୀ ଗୁଡିକର ୨୪ ଘଣ୍ଟିଆ ତଦାରଖ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ମହାନଦୀରେ ବନ୍ୟା ପାଣି ଆସିବା ଦ୍ୱାରା ବାଙ୍କୀର ତଳିଆ ଅଞ୍ଚଳରେ ପଶିଲା ପାଣି । ହୁଳୁ ହୁଳା ପୋଲ ଉପରେ ଚାରି ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ବାଙ୍କୀ ବ୍ଲକର ପାଞ୍ଚ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛି । ସେହିପରି ରଣ ନଦୀରେ ବନ୍ୟା ପାଣି ଆସିବା ଦ୍ୱାରା ସିମଳପୁର ବିଲିପଡା ରାସ୍ତାରେ ପାଣି ପ୍ରବାହିତ ହେଉଛି। ଧୀରେ ଧୀରେ ମହାନଦୀର ଜଳ ସ୍ତର ବୃଦ୍ଧି ପାଉଛି ।...

Advertisment
Mahanadi Flood
Advertisment
Advertisment