Advertisment

୧୭ ଜିଲ୍ଲାରେ ନିର୍ଧୁମ ବର୍ଷିବ ! ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ SRC

ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେନ୍ଦୁଝର ଓ ସମ୍ୱଲପୁରରେ ଓଡ୍ରାଫ ଟିମ୍ ସହ ଭଦ୍ରକ ଓ ଯାଜପୁରରେ NDRF ଟିମ ମୁତୟନ ରହିବେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Rainfall Warning

Heavy rain

ରାଜ୍ୟରେ ଲଗାଣ ବର୍ଷା ନେଇ ୧୭ଟି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି SRC । ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ବର୍ଷା ଓ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବା ଲାଗି ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଭାସିଲାଣି ବୌଦ୍ଧ ! ଫୁଲବାଣୀ-ସୋନପୁର ଉବୁଟୁବୁ

ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେନ୍ଦୁଝର ଓ ସମ୍ୱଲପୁରରେ ଓଡ୍ରାଫ ଟିମ୍ ସହ ଭଦ୍ରକ ଓ ଯାଜପୁରରେ NDRF ଟିମ ମୁତୟନ ରହିବେ। ଜଳବନ୍ଦୀ ସ୍ଥିତି ଦେଖାଦେଲେ ଲୋକଙ୍କୁ ସ୍ଥାନାନ୍ତର କରିବେ ଏହି ଟିମ୍। ଅନୁଗୁଳ, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେଉଁଝର, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାକୁ ସତର୍କ କରାଯାଇଛି। ବର୍ଷା ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ SRC ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ୨୬ ବର୍ଷର ରେକର୍ଡ ଭଙ୍ଗିଲା ବର୍ଷା, ରାଜଧାନୀର ୨୦ ସ୍ଥାନରେ କୃତ୍ରିମ ବନ୍ୟା

Advertisment

ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇନଜେକସନ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ, ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ସମ୍ୱଲପୁର, ଯାଜପୁର ଓ ଭଦ୍ରକରେ ଅଗ୍ନିଶମ ବାହିନୀ ଓ ଜରୁରୀ କାଳୀନ ସେବା କର୍ମଚାରୀଙ୍କୁ ମୁତୟନ ପାଇଁ କୁହାଯାଇଛି ।

Weather News Heavy Rain
Advertisment
Advertisment