Advertisment

ବର୍ଷା ବିତ୍ପାତ ! ଚଳନ୍ତା କାର ଯାଇ ସିଧା କେନାଲରେ ପଡ଼ିଲା

ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dhenkanal Car Accident

Car In Canal

କେନାଲ ଭିତରେ କାର। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସାପୁଆଝର କେନାଲରେ ଭାରସାମ୍ୟ ହରାଇ ପଶିଯାଇଛି କାର। ସୁରକ୍ଷିତ ଭାବରେ ଡ୍ରାଇଭରକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ପରେ ଡ୍ରାଇଭରକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କାରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

Advertisment

ସେପଟେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ। ପ୍ରମୁଖ ନଈରେ ବନ୍ୟା ପାଣି ବଢ଼ିଲା, ଫଳରେ କଲ୍ୟାଣସିଂହପୁର ଶିବ ମନ୍ଦିର ନିକଟ ନାଗାବଳୀ ନଈ ପୋଲର ଆପ୍ରୋଚ ରୋଡ ଦବିଯାଇଛି । ସେଠାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରିପୋର୍ଟ ଅନୁସାରେ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ମୋଟ ୪୪୭.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

ଅଧିକ ପଢ଼ନ୍ତୁ: ବୌଦ୍ଧକୁ ବୁଡ଼ାଇଲା ବର୍ଷା, ୨୪ ଘଣ୍ଟାରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ

Advertisment

ସେହିଭଳି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଛି । ବୌଦ୍ଧ ଜିଲ୍ଲା ଖାଇରାମାଳରେ ୫ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଏଣୁ କାଲି ଦିନ ୧୦ଟା ସୁଦ୍ଧା ମୁଣ୍ଡଳିରେ ପାଖାପାଖି ୬ ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବ। ଏଥିଲାଗି ଜଳସେଚନ ବିଭାଗ ସତର୍କ ରହିବାକୁ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

ଯାଜପୁରଭଦ୍ରକରେ ବନ୍ୟା ସ୍ଥିତି ସମୀକ୍ଷା ଲାଗି ସିନିୟର୍ ଅଫିସରଙ୍କୁ ପଠାଯାଇଛି । ଯେହେତୁ ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବନ୍ୟାଜଳ ବିପଦ ସଙ୍କେତ ଟପିବ, ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ। ସେପଟେ ମହାନଦୀରେ ଜଳସ୍ତର ବଢିଲେ ବି ବନ୍ୟା ଆଶଙ୍କା ନଥିବା କହିଛନ୍ତି ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେବେ ଗାଁ ଗହଳିରେ ମାଟି ରାସ୍ତା ଘାଟରେ ଚାଲିବା କଷ୍ଟକର ହୋଇପଡ଼ିଛି। ଜିଲାର ପ୍ରମୁଖ ନଦୀ ବଂଶଧାରା, ନାଗାବଳୀ, କଲ୍ୟାଣୀ ଓ ଝଂଜାବତି ଫୁଲିବାରେ ଲାଗିଛି। ଏନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।

Heavy Rain Car Accident Road Accident Accident
Advertisment
Advertisment