ଖରାରେ ସିଝିବ ସାରା ଓଡ଼ିଶା। ୧୮ ତାରିଖ ଯାଏ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ।
ବସନ୍ତରେ ବର୍ଷିବ ନିଆଁ । କାଲିଠୁ ୩ଦିନ ପ୍ରଚଣ୍ଡ ଖରା ହେବ । ସ୍ୱାଭାବିକଠୁ ହଠାତ୍ ୪ରୁ ୫ଡିଗ୍ରୀ ଯାଏଁ ବଢ଼ିଯିବ ପାରଦ । ସ୍ଥାନେ ସ୍ଥାନେ ୪୦ କି ତାଠୁ ଅଧିକ ଡେଇଁପାରେ ତାପମାତ୍ରା । ୮ ଜିଲ୍ଲାକୁ ଏଥିପାଇଁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ ।
ମାର୍ଚ୍ଚରେ ହେଲାଣି ମୁଣ୍ଡଫଟା ଖରା । ରାଜ୍ୟରେ ହଠାତ୍ ଉପରମୁହାଁ ହେବାରେ ଲାଗିଛି ପାରଦ । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ଆସନ୍ତା ୩ଦିନ ଡହଡହ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ କହିଲେ କଣ?
ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବସ୍ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ।
୧୬ ତାରିଖରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆରେ ନାରେ...ଆମ ଗାଁରେ ଏମିତି ବିକୃତ ଲୋକ କେଉଁଠୁ ଆସିବ? ତୁମେ କିଏ? ବାବାରେ ଇଲେକ୍ସନ ଡ୍ୟୁଟିରେ ଯାଇଥିଲି, ଖୋବି ଦେଇ ଗଲେ....କିଛି ଦେଖିଲେ ନି। ଯିଏ ଯୁଆଡ଼େ ପାଇଲେ...
ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଚି ହୋଇଥିଲା ।
ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୫ରୁ ବର୍ଷାର ପରିମାଣ ବଢ଼ିବ। ସେହିପରି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଜାରି କରାଯାଇଛି।
ରାଜ୍ୟରେ ଆସନ୍ତା ୨୩ ତାରିଖ ଯାଏଁ ଶୁଖିଲା ପାଗ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରାଜିଲରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇଛନ୍ତି। ଭୂସ୍ଖଳନ ହେତୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।
୧୬ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୁଖତଃ ଶୁଖିଲା ପାଗ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ ।
ରାଜ୍ୟରେ ଆଜି ଓ କାଲି ପୁଣି ବର୍ଷା ସମ୍ଭାବନା ! ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ ।ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାତିରୁ ପୁଣି ବଦଳିବ ପାଗ। ଆସନ୍ତାକାଲିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ୩ରୁ ୪ ଡ଼ିଗ୍ରୀ ଯାଏ ରାତି ତାପମାତ୍ରାରେ ବୃଦ୍ଧି ହୋଇପାରେ।
ଆସନ୍ତା ୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହୋଇପାରେ।
ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ରାଜ୍ୟର ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକରେ କୁଆପଥର ବର୍ଷା ସମ୍ଭାବନା ରହିଛି ।
ଆଜିଠୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଏକାଧିକ ଜିଲ୍ଲାରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ବର୍ଷା ସହ ଘଡଘଡି ହୋଇପାରେ । ୪ ତାରିଖରେ ବର୍ଷା ଟିକେ ବଢିବ ବୋଲି ଜଣାପଡ଼ିଛି ।
ଆସନ୍ତା ୩ ତାରିଖରୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ଫେବୃଆରୀ ୩ ତାରିଖରୁ ଆଭ୍ୟନ୍ତୀରଣ ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ।
ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ୧୦ ଡିଗ୍ରୀ ତଳେ ରହିଛି ୧୦ ସହର।
ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଥରାଇବ ଜାଡ଼। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ଫୁଲବାଣୀ ଓ କେନ୍ଦୁଝରରେ ୮ ଡିଗ୍ରୀ, ସୋନପୁର, ଝାରସୁଗୁଡା, ବୌଦ୍ଧ ଓ ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, କୋରାପୁଟ ଓ ନୟାଗଡ଼ରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।