Advertisment

୬ ତାରିଖରେ ଲଘୁଚାପ !

୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।ତେବେ ଏହା କେତେ ତୀବ୍ର ହେବ ଓ କୁଆଡ଼େ ଗତି କରିବ ସେନେଇ ସ୍ପଷ୍ଟ ହୋଇନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Low Pressure Alert

Low Pressure Alert

ଆସନ୍ତା ମେ’ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଇଏମ୍‌ଡି(ଭାରତୀୟ ପାଣିପାଗ ବିଭାଗ) ଡିଜି  ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଦକ୍ଷିଣ ‌ଆଣ୍ଡାମାନ ସାଗର ଓ ନିକଟ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୬ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। 

Advertisment

ମେ’ ମାସରେ ଲଘୁଚାପ ହେଲେ ତୀବ୍ରତା ବଢ଼ିବା ସମ୍ଭାବନା ଅଧିକ ଥାଏ। ତେଣୁ ୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।ଏହା କେତେ ତୀବ୍ର ହେବ ଓ କୁଆଡ଼େ ଗତି କରିବ ସେନେଇ ସ୍ପଷ୍ଟ ହୋଇନି। ତେବେ ବାତ୍ୟାକୁ ଏଡ଼ାଇ ଦିଆଯାଇପାରିବନି ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

Low Pressure Rainfall Alert Low Pressure Alert
Advertisment
Advertisment