ରାଜ୍ୟରେ ପ୍ରବଳ ତାତି ମଧ୍ୟରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି ।
ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି।
କାଲିଠୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆସନ୍ତାକାଲିଠୁ ପୁଣି ସାଧାରଣ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ତେବେ କାଳବୈଶାଖୀର ପ୍ରଭାବ ଆଜି ମଧ୍ୟ ରହିବ ।
ମାଲକାନଗିରି ଜିଲ୍ଲାର ଏକାଧିକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଘର ଛାତ ଉଡ଼ି ଯାଇଛି, କାନ୍ଥ ଭୁସୁଡ଼ିଛି ।
ଉତ୍ତରପୂର୍ବ ମଧ୍ୟପ୍ରଦେଶ ଓ ସମୀବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ଏନେଇ କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ଝଡ଼ବର୍ଷା ସମ୍ଭାବନା ରହିଛି ।
ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବର୍ଷା ସମ୍ଭାବନା । ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ତାତିରେ ଆଉଟୁପାଉଟୁ ସାରା ରାଜ୍ୟ । ଗତକାଲି ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସେହିପରି ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି ।
ଏବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁରର ରେକର୍ଡ ।
ଆଜିଠୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ତାଣ୍ଡବ ରଚିପାରେ କାଳବୈଶାଖୀ ।
ଅନ୍ୟପଟେ ଏବେ ବି ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରୀଣରୁ ଓ ପଶ୍ଚିମ ସବୁଠି ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ଖସୁନଥିବା ବେଳେ, ପ୍ରଥମ ଥର ପାଇଁ ଟ୍ୱିନ୍ ସିଟରେ ତାପମାତ୍ରା ୪୦ ପାର କରିଛି ।
ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରୀଣରୁ ଓ ପଶ୍ଚିମ ସବୁଠି ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ଖସୁନଥିବା ବେଳେ, ପ୍ରଥମ ଥର ପାଇଁ ଟ୍ୱିନ୍ ସିଟରେ ତାପମାତ୍ରା ୪୦ ପାର କରିଛି ।
ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ଆଜି ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛିଦିନ ପୂର୍ବେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା।
ରାଜ୍ୟର ଉତ୍ତପ୍ତ ସହର ଭାବେ ସୋନପୁର ରେକର୍ଡ କରିଛି
ଆସାମରେ ପ୍ରକୃତିର ତାଣ୍ଡବ । ବିଗିଡ଼ି ଯାଇଛି ପାଗ । ଏବେ ସୁଦ୍ଧା ବର୍ଷା, ପବନ, ଘଡ଼ଘଡ଼ି ଯୋଗୁଁ ୧୪ ଜଣ ପ୍ରାଣ ହରାଇଛନ୍ତି ।
ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ।
ଆଗାମୀ ୩ ଦିନ ଭିତରେ ଦକ୍ଷିଣ ସହ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଅନୁମାନ କରାଯାଉଛି ।
ଆକାଶରୁ ଖସୁଛି ନିଆଁ ଝୁଲ। ତତଲା ତାଓ୍ୱାରେ ଜୀବନ କଲବଲ। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ପଶ୍ଚିମ ଓଡ଼ିଶା। ୪୪ଡିଗ୍ରୀ ତାମମାତ୍ରା ସହ ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ହୋଇଥିଲା ହେଲେ ଗଲା କାଲି ରେକର୍ଡ ୪୪.୨ ଡିଗ୍ରୀ ସହ ସୋନପୁର ପାଲିଟିଗଲା ସବୁଠୁ ଉତ୍ତପ୍ତ।
ଗୋଟିଏ ପଟେ ଅସହ୍ୟ ଗରମ ତ ଅନ୍ୟପଟେ ଅଘୋଷିତ ବିଦ୍ୟୁତ୍ କାଟ୍
ଚଳିତ ସିଜିନରେ ତାତିର ସବୁ ରେକର୍ଡ ପାର୍ କରିଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର।
ଗତ କିଛି ଦିନ ଧରି ରାଜ୍ୟରେ ବଢ଼ିଥିବା ଗରମ ସମସ୍ତଙ୍କୁ ଆଉଟୁପାଉଟୁ କରୁଛି । ସ୍ଥିତି ଏପରି ହୋଇଛି କି ସୋନପୁର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ପଶ୍ଚିମ ଓଡ଼ିଶା। ତତଲା ତାଓ୍ୱା ପାଲଟିଛି ଝାରସୁଗୁଡ଼ା। ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଆଜି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା,କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ
ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାତାର ଭାବେ ବଢୁଛି ତାପମାତ୍ରା ।
ଏସବୁ ଜିଲ୍ଲାକୁ SRC ପକ୍ଷରୁ ଆଲର୍ଟ
ଅସହ୍ୟ ଗ୍ରୀଷ୍ମ ପ୍ରଭାବରେ ସିଝୁଛନ୍ତି ଲୋକେ । ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି । ଯାହା ଫଳରେ ଲୋକେ ଅସହ୍ୟ ତାତିରୁ କିଛିମାତ୍ରାରେ ତ୍ରାହି ପାଉଛନ୍ତି...ଦେଖନ୍ତୁ ଲୋକେ କିପରି ଭାବେ ନିଜକୁ ଖରା ଦାଉରୁ ରକ୍ଷା କରୁଛନ୍ତି...