/odishatv-khabar/media/post_attachments/uploadimage/library/16_9/16_9_0/a_1651318329.jpg)
Will Probable Low Pressure Intensify Into Cyclone
ଖରା ଦିନେ ହେବ କି ବାତ୍ୟା ? ଢୁ ଢୁ ଖରାରେ ସିଜୁଥିବା ରାଜ୍ୟବାସୀଙ୍କୁ ବର୍ଷା ହେବା ଖବର ଆଶ୍ୱସ୍ତି ଦେଇଥିଲା...ହେଲେ ଏହା ଯେ, ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି, ତାହା ସମସ୍ତଙ୍କୁ ଆଶଙ୍କା ଭିତରକୁ ଠେଲିଛି।
ବଙ୍ଗୋପସାଗରରେ ମେ’ ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ା ଯଦି, ଲଘୁଚାପ ସୃଷ୍ଟି ହୁଏ ତେବେ ଏହା କେତେ ତୀବ୍ର ହେବ ତାହା ସୂଚନା ମିଳିନି। କିନ୍ତୁ ଏହାପୂର୍ବରୁ ବହୁବାର ମେ’ ମାସରେ ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଆଉ ତୀବ୍ର ବି ହୋଇଛି।
ତେଣୁ ଏବେ ଆଶଙ୍କା ଏହି ଲଘୁଚାପ ବାତ୍ୟାରେ ରୂପ ନେବନି ତ ? ସେପଟେ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବି କହିଛନ୍ତି ଯଦି, ଲଘୁଚାପ କ୍ଷେତ୍ର ହୁଏ ତେବେ ତାହା ତୀବ୍ର ରୂପ ନେଇପାରେ।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମେ’ ମାସରେ ଲଘୁଚାପ ହେଲେ ତୀବ୍ରତା ବଢ଼ିବା ସମ୍ଭାବନା ଅଧିକ ଥାଏ। ତେଣୁ ୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି। ଏହା କେତେ ତୀବ୍ର ହେବ ଓ କୁଆଡ଼େ ଗତି କରିବ ସେନେଇ ସ୍ପଷ୍ଟ ହୋଇନି। ତେବେ ବାତ୍ୟାକୁ ଏଡ଼ାଇ ଦିଆଯାଇପାରିବନି ବୋଲି ଆଇଏମ୍ଡି ଡିଜି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)