Advertisment

ଜଳୁଛି ବରଗଡ଼ ସହର, ଗରମରେ ଛଟପଟ ଲୋକେ

ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...

author-image
Prangyan Parimita
ଅଦ୍ୟତନ ହୋଇଛି
undefined

heat wave

ସକାଳୁ ଆରମ୍ଭ ହୋଇ ଯାଉଛି ଗରମ । ଦିନ ଯେତିକି ବଢୁଛି, ପ୍ରଚଣ୍ଡ ଉତ୍ତାପ ସେତିକି ବଢିବାରେ ଲାଗିଛି। ଖରାକୁ ଡରି ଦିନ ୧୦ଟାରୁ ଲୋକେ ବାହାର କାମ ସାରି ଘର ମୁହାଁ ହେଉଛନ୍ତି । କିଛି ଦିନ ହେବ ବରଗଡ଼ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଅତ୍ୟଧିକ ଗରମ ଯୋଗୁ ଘରୁ ବାହାରିବାକୁ ଇଚ୍ଛା କରୁ ନାହାନ୍ତି ଲୋକେ । ଜରୁରୀ କାମରେ ଯେଉଁମାନେ ବାହାରୁଛନ୍ତି ସାଙ୍ଗରେ ଗାମୁଛା, କଳା ଚଷମା, ଛତା ଧରି ଯାଉଛନ୍ତି।

Advertisment

ବରଗଡ ସହରରେ ଖରାର ପ୍ରକୋପ ଅଧିକ ରହୁଥିବାରୁ ଦିନ ୧୦ଟା ପରେ ଦୋକାନ ବଜାର ପ୍ରାୟ ବନ୍ଦ ହୋଇ ଯାଉଛି। ଗରମ ଯୋଗୁ ଲସି, ସରବତ ଓ କୋଲ୍ଡ ଡ୍ରିଙ୍କ ବେପାର ବଢିଯାଇଛି। ତେବେ ପୌର ପରିଷଦ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର ବହୁ ସମୟରେ ବନ୍ଦ ରହୁଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି।

ଗତ କିଛିଦିନ ହେବ ବରଗଡ଼ ଜିଲ୍ଲାର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି । ଯେଉଁଥି ପାଇଁ ବରଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାଣ୍ଣିଂ ଜାରି କରାଯାଇଛି।  ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ତାପମାତ୍ରା ହ୍ରାସ ପାଇବା ଆଶଙ୍କା କରାଯାଉଛି ।

Advertisment

ବରଗଡ଼ବାସୀଙ୍କ ଦୀର୍ଘଦିନର ଦାବି ପରେ ଜିଲ୍ଲାରେ ଏକ ତାପ ମାପକ ଯନ୍ତ୍ର ବସାଯାଇଛି। ଫଳରେ ପାଣିପାଗର ସଠିକ ତଥ୍ୟ ଜନସାଧାରଣ ପାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅତି ଜରୁରି ନଥିଲେ ଖରାକୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବରଗଡ଼ ଉପ-ଜିଲ୍ଲାପାଳ ।

ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାପମାତ୍ର ଅଧିକ ରହିଛି। ନିୟମ ମାନି ସତର୍କ ରହିଲେ ଅଂଶୁଘାତରୁ ରକ୍ଷା ପାଇ ହେବ।

ବରଗଡରୁ ଦୀପକ ଶର୍ମାଙ୍କ ରିପୋର୍ଟ

Heatwave
Advertisment
Advertisment