• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

ସେହିପରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ବାତ୍ୟା ବାବଦରେ ସ୍ପଷ୍ଟ ସୂଚନା ମିଳିପାରିବ ।

ଅନ୍ୟପକ୍ଷେ, ଫନି ବାତ୍ୟାକୁ ୩ ବର୍ଷ ବିତିଛି । ଗତ ୨୦୧୯ ମେ ମାସ ୩ ତାରିଖରେ ଓଡ଼ିଶା ଉପକୂଳର ପୁରୀ ନିକଟରେ ହିଟ୍ କରିଥିଲା ଫନି । ପ୍ରାକ୍ ମୌସୁମୀ ଋତୁରେ ୧୯୬୫ ପରେ ଫନି ସବୁଠୁ ବଡ଼ ବାତ୍ୟା ଥିବାବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୧୫ କିଲୋମିଟର ଥିଲା କେବଳ ସେତିକି ନୁହେଁ ବାତ୍ୟା ଫନିର ଗତିପଥ ସବୁଠାରୁ ଲମ୍ବା ୩ ହଜାର ୩୦ କିଲୋମିଟର ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ‘ଫନି ପ୍ରାକ୍ ମୌସୁମୀ ଋତୁରେ ଓଡିଶାକୁ ଅତିକ୍ରମ କରିଥିବା ସବୁଠୁ ତୀବ୍ର ଝଡ଼ ଥିଲା’ ।

ଅନ୍ୟ ବାତ୍ୟା ତୁଳନାରେ ଫନି ଭିନ୍ନ ଥିଲା ବିଷୁବ ରେଖାର ଅତି ନିକଟରେ ସୃଷ୍ଟି ହୋଇ ବାତ୍ୟା ହୋଇଥିଲା, ଯାହାକି ବିରଳ ଏତେ ନିମ୍ନ ଅକ୍ଷାଂଶରେ ପୂର୍ବରୁ ୨୦୦୫ ଜାନୁଆରିରେ ଉତ୍ତର ଭାରତ ମହାସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଥିଲା ।