୨୭ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି।
ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ସାଧାରଣତଃ ମେ ୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ।
ବାତ୍ୟା ‘ଅସାନି’ ଟଳିଯିବା ପରେ ଏବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ଭିଜାଇଛି ବର୍ଷା। ୧୭ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ଆଜିର ବର୍ଷା ସହ ବାତ୍ୟାର କୌଣସି ସମ୍ପର୍କ ନାହିଁ।
ଗତ ୬ ଘଣ୍ଟା ମଧ୍ୟରେ ‘ଅସାନି’ ସ୍ଥିର ଥିବାବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।
ବାତ୍ୟା ଅସାନି ସିନା ସ୍ଥଳଭାଗ ଆସିଲାନି । କିନ୍ତୁ ଅନୁଭୂତ ହେଉଛି ଓଡ଼ିଶା ଉପକୂଳରେ । ଦକ୍ଷିଣ ଓଡ଼ିଶାଠୁ ପୂର୍ବ ଓଡ଼ିଶା ଉପକୂଳ ଯାଏଁ ଅଶାନ୍ତ ହୋଇଛି ସମୁଦ୍ର । ପବନ ବହୁଛି ତୁହାକୁ ତୁହା, ଲାଗିରହିଛି ଝିପି ଝିପି ବର୍ଷା ।
ବିଶାଖାପାଟଣାରେ ଅବିଶ୍ରାନ୍ତ ବର୍ଷା । ଗୋଦାବରୀ ଜିଲ୍ଲାରେ ଅଣଚାଷ ପବନର ତାଣ୍ଡବ । ସାମୁଦ୍ରିକ ଝଡ଼ ମାଡ଼ରେ ଘାଇଲା ମାନ୍ୟମ ଜିଲ୍ଲା । ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର ।
କୋରାପୁଟ ସମେତ, ପଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, ନାରାୟଣପାଟଣାରେ ଆଜି ଏଭଳି ନିର୍ଧୁୁମ ବର୍ଷା ଲାଗି ରହିଛି ।
ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର ।
ବାତ୍ୟା ନେଇ ଓଡ଼ିଶାରେ କିଛି ବିପଦ ଆଶଙ୍କା କରୁନାହୁଁ । କେବଳ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ୨୮.୬ ମିମି ବର୍ଷା ରେକର୍ଡ ।
ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରବଳ ବର୍ଷା ଜାରି ରହିଛି ।
୨୦୧୯ରେ ବଙ୍ଗୋପସାଗରେ ବାତ୍ୟା ଫନି ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସଗରରେ ବାତ୍ୟା ଲୋର୍ଣ୍ଣା ସୃଷ୍ଟି ହୋଇଥିଲା।
ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୭୦ରୁ ୮୦ କିମି ରହିବ।
ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ।
ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି । ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ।
କେଉଁଠି ଗଭୀର ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ସହାୟତାରେ ଏୟାରଲିଫ୍ଟ କରି ଉଦ୍ଧାର, ତ କେଉଁଠି ଢେଉ ମାଡ଼ରେ ବୁଡ଼ିଯାଉଥିବା ଡଙ୍ଗା, ଆଉ ସେଥିରୁ ଭାଗ୍ୟ ବଳରେ ବର୍ତ୍ତୁଥିବା ମତ୍ସ୍ୟଜୀବୀ । ବାତ୍ୟା ଅସାନି ପ୍ରଭାବର ଏହି ଦୁଇଟିଯାକ ଛାତିଥରା ଚିତ୍ର ଘଟିଛି ଗଞ୍ଜାମ ଉପକୂଳରେ ।
ବଙ୍ଗୋପସାଗରରେ ବାତ୍ୟା ଅସାନି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ହେଲେ ଏହାର ପ୍ରଭାବରେ ଆଜିଠୁ କଟକ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହିଭଳି ପାଗ ଲାଗି ରହିବା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି ।
କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ । ପୁଣି ସମୁଦ୍ରକୁ ମୋଡ଼ ନେଇପାରେ ।
ଆସନ୍ତା ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି
ବାତ୍ୟା ନେଇ ଆଲର୍ଟ କରାଯାଇଥିଲେ ବି ଅନେକ ବେପରୁଆ ଭାବେ ସମୁଦ୍ରକୁ ଯିବାର ଦେଖିବାକୁ ମିଳୁଛି।
ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଛି।
୧୨ ତାରିଖ ଦିନ ୧୧.୩୦ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା।
୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ।
ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା ।
ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ।