ଦକ୍ଷିଣ ବଙ୍ଗୋପସାଗରରେ ମେ’ ୫ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
୧୮ ଏବଂ ୧୯ ତାରିରେ ରାଜ୍ୟରେ ପ୍ରବଳ ବର୍ଷା ( ୭ ରୁ ୧୧ ସେ.ମି.) ହେବାକୁ ଥିବାବେଳେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେ.ମି.) ହୋଇପାରେ।
ପୁଣି ଆସୁଛି ଲଘୁଚାପ ! ୧୮ରେ ଦକ୍ଷିଣ ଓଡ଼ିଶାରେ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆସନ୍ତା ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
୫ ପରେ ବର୍ଷାର ପରିମାଣ ବଢ଼ିବା ନେଇ IMD ସୂଚନା ଦେଇଛି। ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ପୂର୍ବାନୁମାନ
ପୂର୍ବରୁ ମଧ୍ୟ ମେ’ ମାସରେ ଏକାଧିକ ଥର ଓଡ଼ିଶାକୁ ଛୁଇଁଛି ବାତ୍ୟା। ୨୦୦୯ରେ ବାତ୍ୟା ଆସିଥିଲା ଓ ଦକ୍ଷିଣ ଓଡ଼ିଶା ଛୁଇଁ ଆନ୍ଧ୍ର ଯାଇଥିଲା।
ବହୁବାର ମେ’ ମାସରେ ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଆଉ ତୀବ୍ର ବି ହୋଇଛି। ତେଣୁ ଏବେ ଆଶଙ୍କା ଏହି ଲଘୁଚାପ ବାତ୍ୟାରେ ରୂପ ନେବନି ତ ?
୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।ତେବେ ଏହା କେତେ ତୀବ୍ର ହେବ ଓ କୁଆଡ଼େ ଗତି କରିବ ସେନେଇ ସ୍ପଷ୍ଟ ହୋଇନି।
ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରିଛି। ସେପଟେ ରାଜ୍ୟର ଅର୍ଦ୍ଧେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଛି। ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରୁ ସଂପୂର୍ଣ୍ଣ ଭାବେ ମୌସୁମୀ ଚାଲିଯାଇଛି।
ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ। ଆଗାମୀ ୩ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଆଜି ୫ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସାଙ୍ଗକୁ ଲଘୁଚାପ ସୃଷ୍ଟି ହୋଇପାରେ। ଘୂର୍ଣ୍ଣିବଳୟ ଧୀରେ ଧରେ ସକ୍ରିୟ ହେଉଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।