Advertisment

ମେ’ ମାସରେ ଓଡ଼ିଶାକୁ ବାତ୍ୟା ଆସିଲେ କେମିତି ରହେ ଏହାର ପ୍ରଭାବ ?

ପୂର୍ବରୁ ମଧ୍ୟ ମେ’ ମାସରେ ଏକାଧିକ ଥର ଓଡ଼ିଶାକୁ ଛୁଇଁଛି ବାତ୍ୟା। ୨୦୦୯ରେ ବାତ୍ୟା ଆସିଥିଲା ଓ ଦକ୍ଷିଣ ଓଡ଼ିଶା ଛୁଇଁ ଆନ୍ଧ୍ର ଯାଇଥିଲା।

author-image
Rajalaxmi Sahoo
Cyclone In Odisha

Cyclone In Odisha

ଖରା ଦିନେ ହେବ କି ବାତ୍ୟା ? ଢୁ ଢୁ ଖରାରେ ସିଜୁଥିବା ରାଜ୍ୟବାସୀଙ୍କୁ ବର୍ଷା ହେବା ଖବର ଆଶ୍ୱସ୍ତି ଦେଇଥିଲା...ହେଲେ ଏହା ଯେ, ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି, ତାହା ସମସ୍ତଙ୍କୁ ଆଶଙ୍କା ଭିତରକୁ ଠେଲିଛି।

Advertisment

ପୂର୍ବରୁ ମଧ୍ୟ ମେ’ ମାସରେ ଏକାଧିକ ଥର ଓଡ଼ିଶାକୁ ଛୁଇଁଛି ବାତ୍ୟା। ୨୦୦୯ରେ ବାତ୍ୟା ଆସିଥିଲା ଓ ଦକ୍ଷିଣ ଓଡ଼ିଶା ଛୁଇଁ ଆନ୍ଧ୍ର ଯାଇଥିଲା। ସେହିପରି ୨୦୧୦ରେ ବାତ୍ୟା ‘ଲୈଲା’ ଓଡିଶା ଉପକୂଳ ଅତିକ୍ରମ କରିଥିଲା।

୨୦୧୯ ମେ’ ୩ରେ ଫନି ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ତାଣ୍ଡବ ରଚିଥିଲା। ସ୍ଥିତି ଏପରି ହୋଇଥିଲା ଯେ, ସପ୍ତାହରୁ ଅଧିକ ସମୟ ଧରି ଅନ୍ଧକାରରେ ଥିଲା ରାଜଧାନୀ।ବାତ୍ୟା ‘ଫନି’ ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ କରିଥିବା ବେଳେ ମାଟିରେ ଲୋଟି ପଡିଥିଲା ବିଦ୍ୟୁତ୍‌ ଖୁଣ୍ଟ ଓ ଲକ୍ଷ ଲକ୍ଷ ଗଛ। ରାସ୍ତାଘାଟ ସଫା କରିବା ସହ ବିଦ୍ୟୁତ୍‌ ସରବରାହକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମାସାଧିକ ସମୟ ଲାଗିଥିଲା।

Advertisment

୨୦୨୦ ମେ’ ୧୯ରେ ଉତ୍ତର ଓଡ଼ିଶାର ବାଲେଶ୍ୱର-ଚାନ୍ଦବାଲି ମଝିରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ‘ଅମ୍ଫାନ’। ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା ଅମ୍ଫାନ।  ସେହିପରି ୨୦୨୧ ମେ’ ୨୬ ରେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଥିଲା ବାତ୍ୟା ‘ୟଶ’। ଯଦିଓ ‘ୟଶ’ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା, ମାତ୍ର ଓଡ଼ିଶା ଦେଇ ଅତିକ୍ରମ କଲାବେଳେ ପ୍ରବଳ ବର୍ଷା ହୋଇଥିଲା।   

Low Pressure Cyclone In Odisha Cyclone Low Pressure Alert
Advertisment
Advertisment