ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
କୋରାପୁଟ ଜିଲ୍ଲାରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୬ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଏହାପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
ବାତ୍ୟା ପାଇଁ ବଳ ଗୋଟାଉଛି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଓଡ଼ିଶାକୁ ବାତ୍ୟାର ନାହିଁ ସିଧା ପ୍ରଭାବ: ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି।
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଶୀତ କାହା ପାଇଁ କେମିତି? ଗରୀବ କୁହେ ଏ ଶୀତ ତୁ ଆଉ ଫେରେନା, ଧନୀ କୁହେ ରେ ଶୀତ ତୁ ଆଉ ଯାଆନା...ଏ ଋତୁ କାହା ପାଇଁ ମିତ୍ର ତ ଆଉ କାହା ପାଇଁ ଶତ୍ରୁ...ଦେଖନ୍ତୁ ଶୀତକୁ ନେଇ ଆମର ବିଶେଷ ରିପୋର୍ଟ
ଗାଡି ଚଳାଚଳ ସହ ଜନଜୀବନ ଉପରେ ପ୍ରଭାବ ପଡୁଛି ।
ଗତ ୪ ଦିନ ହେଲା କୋରାପୁଟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ସେମିଳିଗୁଡା ସମେତ ସମଗ୍ର କୋରାପୁଟ ଜିଲ୍ଲା ଶୀତରେ ଥରୁଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।
ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ MD ପକ୍ଷରୁ ସୂଚନା ଦିଆଯାଇଛି ।
ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି ।
କୁହୁଡ଼ି ଯୋଗୁଁ ଦୈନଦିନ ଜୀବନ ସହ ଯାତାୟାତ ବାଧାପ୍ରାପ୍ତ
ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା।
ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି ।
ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀକୁ ଖସିଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ ଓ ଚିପିଲିମା ୧୪.୬ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା ।
୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ। ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା। ୨୮ ତାରିଖ ରାତିରୁ ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ। ଆଉ ପରଦିନ ଅର୍ଥାତ୍ ୨୯ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରଳୟ ରଚିଥିଲା। ସୂଚନା ଅନୁସାରେ, ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍ କରିଥିଲା ବାତ୍ୟା।
ଗତକାଲି ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାତ୍ୟା ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି।
ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି।
ଆଜି ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟରକୁ ବୃଦ୍ଧି ହୋଇପାରେ।
ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି।
ଓଡ଼ିଶାକୁ ନଛୁଇଁ ଉପକୂଳର କିଛି ଦୂରରୁ ବଙ୍ଗ ଯିବ ବାତ୍ୟା । ପାଣିପାଗ ବିଭାଗର ସୂଚନା, ରାଜ୍ୟରେ ପବନ କମ୍, ଅଧିକ ବର୍ଷା
୨୪ରେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।