• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏତେ ଥଣ୍ଡା ଯେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ସେପଟେ ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ଼ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ। 

୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଆଜିି ଅନୁଗୁଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲା ବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। 

ଏହି ସମୟରେ ଦୁଇ ଚକିଆ ଯାନ ଓ ଖୋଲା ଗାଡ଼ିରେ ଯାତ୍ରାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରିଲେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଶୀତ ପୋଷାକ ପିନ୍ଧନ୍ତୁ। ଉତ୍ତର ଓ କେନ୍ଦ୍ର ଭାରତ ପଟୁ ବହୁଥିବା ଥଣ୍ଡା ପବନ ଯୋଗୁ ଓଡ଼ିଶା ରେ ଅସହ୍ୟ ଶୀତ ହେଉଛି। ତେଣୁ ୧୧ କିମ୍ବା ୧୨ ତାରିଖ ପରଠୁ ଏହା କମିବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା : ସେମିଳିଗୁଡ଼ା ସବୁଠୁ ଥଣ୍ଡା, ତାପମାତ୍ରା ୨ ଡିଗ୍ରୀ ରେକର୍ଡ