• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଦଳିଲା ପାଗ । ଶୀତ କମିବା ପରେ ରାଜ୍ୟ ରେ ଘନ କୁହୁଡ଼ି । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି କରାଯାଇଛି । ଆଜି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକଖୋର୍ଦ୍ଧା ଜିଲ୍ଲା କୁ କୁହୁଡି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ । କାର୍ଯ୍ୟାଳୟ ଘନ କୁହୁଡ଼ି ନେଇ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ଭିଜିବିଲିଟି ।

ସେହିଭଳି ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୬ଟି ଜିଲ୍ଲା ଏବଂ ୧୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଘନ କୁହୁଡ଼ି ପାଇଁ SRC କାର୍ଯ୍ୟାଳୟରୁ ପାଇଁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଅବଗତ କରାଯାଇଛି । କୁହୁଡ଼ି ଜନିତ ଦୁର୍ଘଟଣା ଏଡ଼ାଇବାକୁ ପୋଲିସ ପଦକ୍ଷେପ ପାଇଁ ଏସଆସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଟ୍ୱିନ୍‌ ସିଟିର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ୨୦ରୁ ୩୦ ମିଟର ଦୂରକୁ ଦେଖିବା କଷ୍ଟକର ହୋଇପଡ଼ୁଛି । ଏନେଇ ଯାତାୟାତ ଓ ଗାଡ଼ି ଚଳାଚଳ ନେଇ ସମସ୍ୟା ଉପୁଜିଛି ।

ଦେଖନ୍ତୁ ଭିଡିଓ | ଟୁଙ୍କି ଦେଖିବାକୁ ପ୍ରବଳ ଭିଡ, ଏଠି ଶୀତର ମଜା ଅଲଗା

ଅନ୍ୟପଟେ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେଉଥିବାରୁ ଆଗାମୀ ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ସହ ଶୀତର ପ୍ରକୋପ କମିବା ସମ୍ଭାବନା ରହିଛି ... ।