• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀ ଦିଲ୍ଲୀ ସମେତ ସାରା ଉତ୍ତର ଭାରତରେ ଶୀତର ତାଣ୍ଡବ । ଅନେକ ସ୍ଥାନରେ ପାରଦ ଏକ ଅଙ୍କକୁ ଖସି ଆସିଛି । ବୁଧବାର ଦିଲ୍ଲୀରେ ତାପମାତ୍ରା ୧. ୯ ଡିଗ୍ରୀ ରେକର୍ଡ ହୋଇଥିଲା । ଆଗକୁ ଶୀତ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଶୀତ ପ୍ରଭାବରେ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ଛି । ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ, ବିମାନ ଓ ଟ୍ରେନ ସେବା ପ୍ରଭାବିତ ହୋଇଛି ।

ଜାନୁଆରୀରେ ଭାଙ୍ଗିପାରେ ଚଳିତ ଶତାବ୍ଦୀର ରେକର୍ଡ । ମାଇନସ୍ ୪ ଡିଗ୍ରୀକୁ ଖସିପାରେ ଉତ୍ତର ଭାରତର ତାପମାତ୍ରା । ଜାତୀୟ ଗଣମାଧ୍ୟମରେ ଏଭଳି ଖବର ସ୍ଥାନ ପାଇବା ପରେ ଥରହର ଦିଲ୍ଲୀ ସମେତ ଅନ୍ୟ ଉତ୍ତର ଭାରତୀୟ ରାଜ୍ୟ । ଗୁରୁବାର ସଫଦରଜଙ୍ଗ ଅଂଚଳରେ ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୩ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ପାଲମରେ ସର୍ବନିମ୍ନ ତାପମାତ୍ରା ୯. ୬ ଡିଗ୍ରୀ ରହିଛି ।

ଅଧିକ ପଢ଼ନ୍ତୁ: ଶୀତ କମିବା ପରେ ରାଜ୍ୟରେ ଘନ କୁହୁଡ଼ି

ରାସ୍ତାରେ ପ୍ରବଳ କୁହୁଡି ଥିବାରୁ ଭିଜିବିଲିଟି ହ୍ରାସ ପାଇବା ସହିତ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ପାଲମ ଅଂଚଳରେ ଭିଜିବିଲିଟି ୫ଶହ ମିଟରକୁ ଖସି ଆସିଥିଲା । ସେହିପରି ସଫଦରଜଙ୍ଗ ଅଂଚଳରେ ଭିଜିବିଲିଟି ରହିଥିଲା ମାତ୍ର ୨ଶହ ମିଟର । କୁହୁଡ଼ିର ଆସ୍ତରଣରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ପ୍ରବଳ କୁହୁଡି ଯୋଗୁଁ ଦିଲ୍ଲୀରେ ବାୟୁର ମାନ ମଧ୍ୟ ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ AQI ବା ବାୟୁ ଗୁଣବତ୍ତା ସୂଚକାଙ୍କ ୩୧୨ ରହିଛି । ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ବିଏସ୍-୩ ଏବଂ ବିଏସ୍-୪ ମଡେଲର ପେଟ୍ରୋଲ ଏବଂ ଡିଜେଲ ୪ ଗୁଡିକର ଚଳାଚଳ ଉପରେ ରୋକ ଲଗାଇଛନ୍ତି ... ।

ଦିଲ୍ଲୀରେ ଘନ କୁହୁଡି ପ୍ରଭାବରେ ବିମାନ ସହ ଟ୍ରେନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଏକାଧିକ ଟ୍ରେନର ଚଳାଚଳ ବିଳମ୍ବ ହୋଇଥିବାରୁ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଅସୁବିଧାନର ସମ୍ମୁଖୀନ ହୋଇଛନ୍ତି । ଘଣ୍ଟା ଘଣ୍ଟା ଧରି ଷ୍ଟେସନରେ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଛି । ତେବେ କୁହୁଡି ସାମାନ୍ୟ କମିବା ପରେ ସ୍ଥିତିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ସେହିପରି ବିମାନ ଚଳାଚଳା ମଧ୍ୟ ବିଳମ୍ବ ହୋଇଛି ସକାଳୁ ସକାଳୁ ଅଧିକ କୁହୁଡି ଥିବାରୁ ଅନେକ ବିମାନର ଉଡାଣରେ ବିଳମ୍ବ ହୋଇଛି ... ।

ପୂର୍ବରୁ ୨୦୦୬ରେ ଦିଲ୍ଲୀରେ ଏଭଳି ସ୍ଥିତ ସୃଷ୍ଟି ହୋଇଥିଲା । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧. ୯ ଡିଗ୍ରୀକୁ ଖସି ଆସିଥିଲା । ୨୦୧୩ରେ ମଧ୍ୟ ଦିଲ୍ଲୀରେ ଏଭଳି ଶୀତ ଅନୁଭୂତ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର. କେ. ଜେନାମଣି ...।