• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପରେ ବାପ୍‌ କି ଜାଡ଼ । ଏମିତି ଜାଡ଼ ଯେ, ପାଇପ୍‌ ଭିତରେ ଥିବା ପାଣି ବି ପାଲଟିଯାଉଛି ବରଫ । ଆପଣ ଭାବୁଥିବେ ଏମିତି ସ୍ଥିତି କେବଳ ବିଦେଶରେ ବା କୌଣସି ଥଣ୍ଡା ଦେଶରେ ଦେଖିବାକୁ ମିଳୁଥିବ । ଆଜ୍ଞା ହଁ ଏମିତି ସ୍ଥିତି କେବଳ ଥଣ୍ଡା ଦେଶରେ ହିଁ ଦେଖିବାକୁ ମିଳେ । କିନ୍ତୁ ଏବେ ଏମିତି ପରିସ୍ଥିତି ଆମ ଦେଶରେ ବି ଦେଖିବାକୁ ମିଳିଛି ।

କାଶ୍ମୀରରେ ଏବେ ଏମିତି ସ୍ଥିତି ଉପୁଜିଛି । ପାଇପ୍‌ରୁ ପାଣି ବଦଳରେ ବାହାରୁଛି ବରଫ । ପିଇବା ପାଣି ମିଳିବା ମୁସ୍କିଲ ହୋଇପଡ଼ିଛି । ପାରଦ ଏଠାରେ ଏତେ ତଳକୁ ଖସିଛି ଯେ, ସାଧାରଣରେ ପାଣି ଦେଖିବା ବି ମୁସ୍କିଲ । ଥଣ୍ଡା ଦିନରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିବା ଶ୍ରୀନଗରର ଡାଲ ଲେକ୍‌ ଅଧାରୁ ଅଧିକ ବରଫ ପାଲଟିଯାଇଛି । ଏବେ ଏଠାରେ ତାପମାତ୍ରା ମାଇନସ୍‌ ୬.୪ ଡିଗ୍ରୀ ରହିଛି । ତେବେ ସବୁଠୁ ବଡ଼ କଥା ହେଲା, ଏତେ ଥଣ୍ଡା ସତ୍ତ୍ୱେ ପର୍ଯ୍ୟଟକ ହାର ମାନି ନାହାନ୍ତି । ଯେତେ ବାଧା ବିଘ୍ନ ଆସିଲେ ବି ଉତ୍ସୁକତାର ସହ ଥଣ୍ଡାର ମୁକାବିଲା କରୁଛନ୍ତି ପର୍ଯ୍ୟଟକ । ଆଉ ଡାଲ୍‌ ଲେକ୍‌ର ମଜା ନେବାକୁ ଚେଷ୍ଟା କରୁଛନ୍ତି ।