ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ।
ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଘୁଘୁ ପବନ... ତୁହାକୁ ତୁହା ବର୍ଷା। ତାମିଲନାଡୁର ମାମଲାପୁରମ ନିକଟରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଉପୁଡି ପଡିଛି ବର୍ଷ ବର୍ଷ ଧରି ଠିଆ ହୋଇଥିବା ବିରାଟ ଗଛ କେଉଁଠି ଗାଡି ଉପରେ ବିଶାଳ ଗଣ୍ଡି ମାଡି ବସିଛି ତ କେଉଁଠି ଗଛ ପଡି ରାସ୍ତା ବନ୍ଦ ଗାଡିମୋଟର। କାନ୍ଥ ଭୁଶୁଡି ମାଟି ତଳେ ଚାପି ହୋଇରହିଛି ଏକାଧିକ ଗାଡି ମୋଟର ପବନ ମାଡରେ ଉଡିଯାଇଛି। ପେଟ୍ରୋଲ ପମ୍ପର ଛାତ ବଡ ବଡ ବିଲଡିଂ ବି କ୍ଷତିଗ୍ରସ୍ତ ହୋଇଛି
ବାତ୍ୟା ମାଣ୍ଡୋସ୍ର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ।
ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ଚେନ୍ନାଇ ସମେତ ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳମଗ୍ନ ହୋଇଛି।
ବାତ୍ୟା ପ୍ରଭାବରେ ଉତ୍ତର ତାମିଲନାଡ଼ୁର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୮୫ କି.ମି. ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ତାମିଲନାଡୁର ବହୁ ଜିଲ୍ଲାରେ ସ୍କୁଲ୍, କଲେଜ ଛୁଟି ଘୋଷଣା କରାଯାଇଛି।
ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି।
ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
କନ୍ଧମାଳ ଜିଲ୍ଲାରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଛୋଟ ପିଲାଠାରୁ ବୟସ୍କ ଲୋକେ ଶୀତରୁ ନିସ୍ତାର ପାଇବା ଲାଗି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
କୋରାପୁଟ ଜିଲ୍ଲାରେ ଗତ ୧୦ ଦିନ ହେଲାଣି ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆସନ୍ତାକାଲି ସୁଦ୍ଧା ଅବପାତ, ୮ରେ ନେବ ବାତ୍ୟା ରୂପ । ଏନେଇ ଆଜି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର- IMD । ବିଭାଗର ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୬ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଏହାପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
ବାତ୍ୟା ପାଇଁ ବଳ ଗୋଟାଉଛି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଓଡ଼ିଶାକୁ ବାତ୍ୟାର ନାହିଁ ସିଧା ପ୍ରଭାବ: ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି।
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଶୀତ କାହା ପାଇଁ କେମିତି? ଗରୀବ କୁହେ ଏ ଶୀତ ତୁ ଆଉ ଫେରେନା, ଧନୀ କୁହେ ରେ ଶୀତ ତୁ ଆଉ ଯାଆନା...ଏ ଋତୁ କାହା ପାଇଁ ମିତ୍ର ତ ଆଉ କାହା ପାଇଁ ଶତ୍ରୁ...ଦେଖନ୍ତୁ ଶୀତକୁ ନେଇ ଆମର ବିଶେଷ ରିପୋର୍ଟ
ଗାଡି ଚଳାଚଳ ସହ ଜନଜୀବନ ଉପରେ ପ୍ରଭାବ ପଡୁଛି ।
ଗତ ୪ ଦିନ ହେଲା କୋରାପୁଟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ସେମିଳିଗୁଡା ସମେତ ସମଗ୍ର କୋରାପୁଟ ଜିଲ୍ଲା ଶୀତରେ ଥରୁଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।
ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ MD ପକ୍ଷରୁ ସୂଚନା ଦିଆଯାଇଛି ।
ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି ।
କୁହୁଡ଼ି ଯୋଗୁଁ ଦୈନଦିନ ଜୀବନ ସହ ଯାତାୟାତ ବାଧାପ୍ରାପ୍ତ
ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା।