Advertisment

ମାଡ଼ି ଆସୁଛି ଜାଡ଼ ବିପଦ, ରାଜଧାନୀରେ ମାଇନସ୍‌କୁ ଖସିଯିବ ପାରଦ

ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ।

author-image
Chandan Shishu
ଅଦ୍ୟତନ ହୋଇଛି
Delhi Temperature Breaks All Record

Winter to break all records in Delhi

୧୫ରୁ ଆହୁରି ଥରିବ ଉତ୍ତର ଭାରତ। ଜାଡ଼ରେ ରେକର୍ଡ କରିବ ଦେଶର ରାଜଧାନୀ। ୧୫ରୁ ୧୮ ଦିଲ୍ଲୀ ପାଇଁ ଦିଆଯାଇଛି ରେଡ ଓ୍ୱାର୍ଣ୍ଣିଂ। ଭାରତୀୟ ପାଣିପାଗ ବିଭାଗ କହୁଛି, ମଝି ଜାନୁଆରୀରୁ ପୁଣି ଜାଡ଼ ମା଼ଡରେ ଘାଇଲା ହେବ ଦିଲ୍ଲୀ। ଏମିତିକି ଆଜିଠୁ ୧୮ ତାରିଖ ଭିତରେ କୌଣସି ସମୟରେ ରାତି ତାପମାତ୍ରା ୨ରୁ ମାଇନସ୍ ୪ ଡିଗ୍ରୀ ପର୍ଯ୍ୟନ୍ତ ବି ଖସିପାରେ ବୋଲି କିଛି ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି  ଆଉ ଯଦି ଏହା ହୁଏ ତାହାଲେ ଗତ ୨୦ବର୍ଷ ଭିତରେ ତୃତୀୟ ଥର ପାଇଁ ଥଣ୍ଡାରେ ରେକର୍ଡ କରିବ ଦିଲ୍ଲୀ। ପୂର୍ବରୁ ୨୦୦୬ ଓ ୨୦୧୩ ମସିହାରେ ୧.୯ ଡିଗ୍ରୀକୁ ପାରଦ ଖସିଥିଲା, ହେଲେ ଏଥର ଶୂନ ଡିଗ୍ରୀ ତଳକୁ ଚାଲିଯିବ ଦିଲ୍ଲୀ ଭଳି ଅଧିକାଂଶ ଉତ୍ତର ଭାରତୀୟ ରାଜ୍ୟ।

Advertisment

ଯେମିତିକି ପଂଜାବ, ହରିୟାଣା, ଚଣ୍ଡିଗଡ଼ ବି ଥଣ୍ଡାରେ ଥରହର ହେବ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡକୁ ବି ନିସ୍ତାର ନାହିଁ। ସବୁଠି ଜାଡ଼ ଓ କୁହୁଡ଼ି ଜନଜୀବନ ସମେତ ଗମନାଗମନକୁ ବି ପ୍ରଭାବିତ କରୁଛି। ସ୍ଥାନେ ସ୍ଥାନେ କୁହୁଡ଼ି ଭିଜିବିଲିଟି ୨୦ ମିଟର ପାଖପାଖି ବି ରହୁନି। ଉତ୍ତର ପ୍ରଦେଶରେ ମାସକ ଭିତରେ ପ୍ରବଳ ଥଣ୍ଡାକୁ ସହିନପାରି ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକରେ ୧୫୦ ପାଖାପାଖି ଲୋକଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି। ହିମାଚଳ ପ୍ରଦେଶର ସିମଲା, କୁଲୁ ଓ ମନାଲି ସବୁଠି ବରଫ ପାତ ଜାରି ରହିଛି। ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ।

ଅଧିକ ପଢ଼ନ୍ତୁ: ଉତ୍ତର ଭାରତରେ ଅସମ୍ଭାଳ ଜାଡ଼ : ଜାନୁଆରୀରେ ମାଇନସ୍ ୪ ଡିଗ୍ରୀକୁ ଖସିପାରେ ତାପମାତ୍ରା

Advertisment

ଏଣେ ଓଡିଶା ରେ କମିଛି ଶୀତ। ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି। ଆସନ୍ତା ୫ ଦିନ ପାଇଁ ଏଭଳି ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବାର ନଥିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ଘନ କୁହୁଡି ସମସ୍ୟା ବଢ଼ାଇ ପାରେ। ଆସନ୍ତାକାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ପ୍ରାୟ ୧୫ ଜିଲ୍ଲା ଏବଂ ୧୬ରେ ୧୦ ଜିଲ୍ଲାରେ ଘନ କୁହୁଡି ହେବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ପଶ୍ଚିମା ଝଡ ପ୍ରଭାବରେ ୧୭ ଏବଂ ୧୮ ତାରିଖରେ କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ। ୧୭ରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳ ରେ ଆକାଶ ମେଘୁଆ ରହିବା ସହ ହାଲକା ବର୍ଷାର ସମ୍ଭାବନା ରହିଛି। ସେହିପରି ୧୮ରେ ୬ ଜିଲ୍ଲାରେ ବର୍ଷାର ଅନୁମାନ ହୋଇଛି। ଆଜି ବି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବହୁ ସ୍ଥାନରେ ମୁହଁକୁ ମୁହଁ ଦିଶୁନଥିବା କୁହୁଡି ଦେଖିବାକୁ ମିଳିଥିଲା।

(ଦିଲ୍ଲୀରୁ ଶିବାନନ୍ଦ ରାଉତଙ୍କ ସହ ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁଙ୍କ ରିପୋର୍ଟ) 

Weather Update Weather Alert
Advertisment
Advertisment