Advertisment

ଫେବ୍ରୁଆରୀରୁ କଲବଲ କରିବ ଖରା, ବଢିବ ଦିନ ତାପମାତ୍ରା

ପୂର୍ବ ବର୍ଷର ତଥ୍ୟକୁ ଦେଖିଲେ ଗତ ବର୍ଷ ଫେବୃଆରୀ ତାପମାତ୍ରା ୩୦ ଡିଗ୍ରୀରୁ କମ୍ ରହିଥିଲା, ହେଲେ ଏଥର...

author-image
Chandan Shishu
ଅଦ୍ୟତନ ହୋଇଛି
undefined

day temperature increased in February

ବଢିବ ଦିନ ତାପମାତ୍ରା। ଫେବୃଆରୀରୁ କଲବଲ କରିବ ଖରା। ଓଡ଼ିଶାରେ ଫେବୃଆରୀ ମାସରେ ତାପମାତ୍ରା ସ୍ବାଭାବିକଠୁ 3 ରୁ 4 ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯାହା ମାସର ପ୍ରଥମ ସପ୍ତାହ ରୁ ହିଁ ଅନୁଭୂତ ହେଲାଣି। ଗତକାଲି ରାଜ୍ୟର ଅଧିକାଂଶ ଅଂଚଳରେ ଦିନ ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା 34 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିପରି ଅନୁଗୁଳ ରେ 33.7, ଭୁବନେଶ୍ୱର ରେ 33.5 ଓ ମାଲକାନଗିରି ର ତାପମାତ୍ରା ଥିଲା 33 ଡିଗ୍ରୀ। ଯାହାକି ସ୍ବାଭାବିକ ତାପମାତ୍ରାଠୁ ଅଧିକ। ଚଳିତ ମାସରେ ରାଜ୍ୟରେ ଖରା ଅପେକ୍ଷାକୃତ ଅଧିକ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଆକଳନ କରିଛି।

Advertisment

ଉତ୍ତର ଭାରତରୁ ଶୁଷ୍କ ବାୟୁ ପ୍ରବାହିତ ହେବା ଫଳରେ ଯଦିଓ ରାତି ତାପମାତ୍ରା ସାମାନ୍ୟ କମ ରହୁଛି, କିନ୍ତୁ ଆଜିଠୁ ରାତି ତାପମାତ୍ରା ମଧ୍ୟ ସ୍ବାଭାବିକ ଠୁ 2 ରୁ 3 ଡିଗ୍ରୀ ବଢିବ। ସେହିପରି ଦକ୍ଷିଣ ପଶ୍ଚିମ ଦିଗରୁ ପ୍ରବାହିତ ହେବାକୁ ଥିବା ବାୟୁ ପାଇଁ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ଆହୁରି ବଢିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ତେବେ ବାୟୁ ମଣ୍ଡଳରେ ଅସ୍ଥିରତା, ବର୍ଷାର ଅଭାବ, ଜଂଗଲ କ୍ଷୟ ହିଁ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି।

ପୂର୍ବ ବର୍ଷର ତଥ୍ୟକୁ ଦେଖିଲେ ଗତ ବର୍ଷ ଫେବୃଆରୀ ତାପମାତ୍ରା 30 ଡିଗ୍ରୀରୁ କମ୍ ରହିଥିବା ବେଳେ 2021 ମସିହା ଫେବୃଆରୀ 26, 27 ଏବଂ 28 ତାରିଖ ଦିନ ତାପମାତ୍ରା 40 ଡିଗ୍ରୀ ଛୁଇଁଥିଲା। ସେହିପରି 2020 ରେ ତାପମାତ୍ରା 30 ଡିଗ୍ରୀଠୁ କମ ରହିଥିଲା।

Advertisment

(ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ)

Weather Update Weather Forecast Weather In Odisha
Advertisment
Advertisment