Advertisment

ଦିଲ୍ଲୀକୁ ଘାଇଲା କରିବ ଅସମ୍ଭାଳ ଜାଡ଼, ୩ ଡିଗ୍ରୀକୁ ଖସିବ ପାରଦ !

ଜାଡ଼ ପରେ ଏବେ ଓଡ଼ିଶାକୁ କଲବଲ କରୁଛି ଘନକୁହୁଡ଼ି।

author-image
Chandan Shishu
ଅଦ୍ୟତନ ହୋଇଛି
Delhi to shiver under intense cold wave from Monday

Delhi to shiver under intense cold wave from Monday

ଦିଲ୍ଲୀକୁ ପୁଣି ଘାଇଲା କରିବ ଅସମ୍ଭାଳ ଜାଡ଼।  ଆଜିଠୁ ୩ ଦିନ ପାଇଁ ଜାରି ରହିବ ପ୍ରବଳ ଶୀତ। ସୋମବାରରୁ ବୁଧବାର ଭିତରେ ଦିଲ୍ଲୀର ତାପମାତ୍ରା ୩ ଡିଗ୍ରୀକୁ ଖସିଯିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଗତ ଜାନୁଆରୀ ୫ରୁ ୯ ତାରିଖ ଯାଏଁ ଦିଲ୍ଲୀରେ ଶୀତ ରେକର୍ଡ ଛୁଇଁଥିଲା। ଦଶନ୍ଧି ଭିତରେ ଦ୍ୱିତୀୟ ଥର ପାଇଁ ଜାନୁଆରୀ ମାସରେ ୫ ଦିନ ଶୀତର ଲହରି ଜାରି ରହିଥିଲା ଜାତୀୟ ରାଜଧାନୀରେ।

Advertisment

ତେବେ ଆଜିଠୁ ପୁଣି ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ତାପମାତ୍ରା କମିବ ବୋଲି ଆଶଙ୍କା କରାଯାଉଛି। କିଛି ସ୍ଥାନରେ ପାରଦ ୩ ଡିଗ୍ରୀକୁ ଖସିଯିବ। ଏଥିସହ ଆଗାମୀ ୫ ଦିନ ପାଇଁ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ରାତିରେ ଓ ଭୋର୍‌ରୁ ଘନ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାଇଁ ଜାନୁଆରୀ ୧୮ରୁ ୨୦ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ।

ଅଧିକ ପଢ଼ନ୍ତୁ: ଉତ୍ତର ଭାରତରେ ଅସମ୍ଭାଳ ଜାଡ଼ : ଜାନୁଆରୀରେ ମାଇନସ୍ ୪ ଡିଗ୍ରୀକୁ ଖସିପାରେ ତାପମାତ୍ରା

Advertisment

ସେପଟେ ଜାଡ଼ ପରେ ଏବେ ଓଡ଼ିଶା କୁ କଲବଲ କରୁଛି ଘନକୁହୁଡ଼ି। କୁହୁଡିର ଚାଦରରେ ଢାଙ୍କି ହୋଇଯାଇଛି ଶ୍ରୀମନ୍ଦିର। ଏଠାରେ ଆଜି ଘନକୁହୁଡି ଦେଖିବାକୁ ମିଳିଛି। ମୁଖ୍ୟ ମନ୍ଦିର, ନାଟମଣ୍ଡପ, ଭୋଗମଣ୍ଡପ ଦୃଶ୍ୟମାନ ହେଉନାହିଁ। ତାରି ଭିତରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀସୁଭଦ୍ରାଙ୍କୁ ଦର୍ଶନ କରିବା ଲାଗି ଲମ୍ବା ଲାଇନରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।  

Weather Forecast Weather In Odisha
Advertisment
Advertisment