/odishatv-khabar/media/post_attachments/uploadimage/library/16_9/16_9_0/Heavy_Rain_1673931805.jpg)
Heavy Rain
ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପାଇଁ ରାଜ୍ୟ ରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଅନ୍ୟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ରହିବ । ଏପଟେ କୁହୁଡ଼ି ନେଇ ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ଗଂଜାମ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୨୦୦ ମିଟର ରହିପାରେ ଭିଜିବିଲିଟି ।
ସେହିଭଳି ଘନ କୁହୁଡ଼ି ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲାରେ ଆଜି ରାତି ଓ କାଲି ସକାଳେ ଯାଏଁ ଘନ କୁହୁଡ଼ି ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ଢେଙ୍କାନାଳରେ ଘନ କୁହୁଡ଼ି ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ କଲବଲ କରୁଛି ଘନ କୁହୁ଼ଡି
ଅନ୍ୟପଟେ ଉତ୍ତର ଓ ଆଭ୍ୟନ୍ତରୀଣ ଭାରତରେ ପାରଦ ଖସିବାରେ ଲାଗିଛି । ଅନେକ ସ୍ଥାନରେ ପାରଦ ମାଇନସ୍ ଡିଗ୍ରୀ ଥିବା ରେକର୍ଡ ହୋଇଛି । ଦିଲ୍ଲୀ, ହରିୟାଣା, ପଂଜାବ, ପୂର୍ବ ରାଜସ୍ଥାନ, ପଶ୍ଚିମ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ତାପମାତ୍ରା ମାଇନସ୍ ଡିଗ୍ରୀରେ ଥିବା ରେକ଼ର୍ଡ ହୋଇଛି । ଅନେକ ରାଜ୍ୟରେ ଥଣ୍ଡା ବଢିବା ସହିତ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସେହିପରି ସକାଳୁ ସକାଳୁ କୁହୁଡି ଏବଂ ପ୍ରବଳ ଶୀତ ପ୍ରବାହ ଯୋଗୁଁ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇ ପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)