ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇଦେଲେ । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ ତିଷ୍ଠିବନି ।
ଏପ୍ରିଲ ମାସରେ ଦେଶର ହାରାହାରି ମୁଦ୍ରାସ୍ଫୀତି ହାର ୧୧ ମାସର ସର୍ବନିମ୍ନ ସ୍ତର ୪.୮ ପ୍ରତିଶତକୁ ଖସିଥିବା ବେଳେ ଓଡ଼ିଶାରେ କିନ୍ତୁ ଖସିବାର ନାଁ ଧରୁନି ଦରଦାମ ବୃଦ୍ଧି ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ନିର୍ବାଚନ ହେବ । ପ୍ରସ୍ତୁତି, ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ସୂଚନା ପ୍ରଦାନ କରିଛନ୍ତି ସିଇଓ।
ଆହୁରି ୪ ଦିନ ତାତିରୁ ଆଶ୍ବସ୍ତି ଦେଇପାରେ କାଳବୈଶାଖୀ ବର୍ଷା । ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟରେ ଝଡ଼ବର୍ଷାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆଜି ଝଡ଼ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ
ଆଜିଠୁ ରାଜ୍ୟରେ ପାଗରେ ଆସିପାରେ ପରିବର୍ତ୍ତନ । ଆଗାମୀ ୪ ଦିନ ଯାଏ କାଳବୈଶାଖୀ ସମ୍ଭାବନା। ୯ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା । ୭ ଓ ୮ରେ ଅଧିକ ରହିବ ବର୍ଷାର ପରିମାଣ ।
ତାତିରୁ ମିଳିପାରେ ଆଶ୍ବସ୍ତି। ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ହେଲେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବା ସମ୍ଭାବନା ରହିଛି ।
ବିଜେଡିକୁ କେହି ପସନ୍ଦ କରୁ ନାହାନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବହୁ ଦିନ ପରେ ସେ ଦଳୀୟ ଅଫିସକୁ ଫେରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ ।
ଦୀର୍ଘ ୨୫ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର । ଗଲାବେଳକୁ ଯୁବକ ଥିଲେ ଏବେ ସେ ୭୦ ବର୍ଷର ବୃଦ୍ଧ । ଏହାରି ଭିତରେ ଅନେକ ପରିବର୍ତ୍ତନ ଘଟିଛି ।
ନୂଆ କରି କଲେଜରେ ପାଠ ପଢ଼ୁଥିବା +2 ପିଲାଙ୍କୁ ମିଳିବନି ‘ନୂଆ-ଓ’ ଛାତ୍ରବୃତ୍ତି ! +3 ଓ ପିଜି ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତି ଆକାରରେ ବାର୍ଷିକ ଛାତ୍ରମାନଙ୍କୁ ୯ ହଜାର ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର ।
ଯେଉଁଠି ଗୁହାଳ ,ସେଇଠି ଚାଲିଛି ରୋଷେଇ... ପିଲାଙ୍କ ପାଠ ପଢା ପାଇଁ ଭଲ ଜାଗା ଟିକେ ବି ନାହିଁ। ପଶୁ ଓ ମଣିଷଙ୍କ ମୁଣ୍ଡ ଗୁଞ୍ଜିବାକୁ ସେଇ ଗୋଟିଏ ଘର.... ଏଇ ପରିବାର ପାଇଁ, ସରକାରୀ ଯୋଜନା ହୋଇଯାଇଛି, ସାତ ସପନ।
ଚାଲିଗଲେ ରାଣୀ ମା’… ଝୁରୁଛନ୍ତି ବତକ ... ଝୁରୁଛନ୍ତି ପୋଷା କୁକୁର... ଆଖିରୁ ବହି ଚାଲିଛି ଧାର ଧାର ଲୁହ । ପାଟିକୁ ରୁଚୁନି ଦୁଧ ଭାତ କି ମନ ବି ବୁଝୁନି ।
କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ ।
କିଏ ଯିବେ ରାଜ୍ୟସଭା। ଖାଲି ପଡୁଥିବା ୩ ରାଜ୍ୟସଭା ସିଟ୍ ପାଇଁ ବିଜେଡି କାହାକୁ ବାଛିବ। ପ୍ରାର୍ଥିପତ୍ର ଦାଖଲକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାବେଳେ ପାୱାର କରିଡରରେ ହଲଚଲ୍।
ମୁଢ଼ି ଯୋଡ଼ିଦେଲା ସୁନା ସଂସାର। ୭ ବର୍ଷ ହେଲା ନିଖୋଜ ଥିଲେ ବାପା । ମୁଢ଼ି ଖାଇବାକୁ ମାଗିବାରୁ ମିଳିଲା ପରିଚୟ।
ଥିଲା ଘରବାଲା ବି ଝିଅଟିକୁ ବାହା ଦେବେ ବୋଲି କେତେ କଣ ସାଇତିଥାନ୍ତି..ଆଉ ଗରିବ ଲୋକର ଅଳପ ଧନ ବିକଳ ମନ.. ପେଟରୁ କାଟି କାଟି ଅର୍ଥ ଯୋଡ଼ିଥାଏ ଝିଅଟିକୁ ବାହାଦେବ ବୋଲି.. ହେଲେ ସେତକ ବି ଛଡେଇନେଲା ବିଧାତା.. ନିଆଁ ଲାଗି ସବୁକିଛି ଛାରଖାର ହେଇଗଲା..
ଏକ ଲମ୍ବା ଫାଇଟ୍ ପରେ ଶେଷରେ ଏ ପ୍ରେମ ବିବାହରେ ପଡ଼ିଲା ପୂର୍ଣ୍ଣଚ୍ଛେଦ.. ସତ କହିବାକୁ ଗଲେ କୋର୍ଟଙ୍କ ନିର୍ଦ୍ଦେଶର ବହୁ ପୂର୍ବରୁ ବର୍ଷା ଅନୁଭବ ମାନସିକ ସ୍ତରରେ ହିଁ ଦୂରେଇ ଯାଇଥିଲେ.. ବାକି ଯାହା ରହିଯାଇଥିଲା ବିବାହ ବନ୍ଧନରୁ ମୁକ୍ତି ଲାଗି ଅନୁମତି..ସେତକ ବି ମିଳିଗଲା..
ତାଙ୍କ ହାତର ଛାଟ ଖାଇ ମଣିଷ ହେବାର ବାଟ ଦେଖୁଥିବା ପିଲାମାନେ ତାଙ୍କ ଉପଦେଶ ସବୁକୁ ମିସ୍ କରିବେ। ଖାସ୍ ସେଇଥିପାଇଁ ସ୍କୁଲରେ ଆଜି ସାରଙ୍କ ଶେଷଦିନ ବୋଲି, ଲାଗିଛି ଏମିତି ଗହଳ ଚହଳି।
ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ।
ଗାଁ କୁ ବ୍ଲକ୍ ଏବଂ ଜିଲ୍ଲା ମୁଖ୍ୟାଳୟ ସହ ଯୋଡିବାକୁ ସରକାର ଆରମ୍ଭ କଲେ ଲକ୍ଷ୍ମୀ ବସ୍ ସେବା । ସ୍ୱତନ୍ତ୍ର ଭାବେ ପଟାଙ୍ଗି ଠାରୁ କୋଟିଆକୁ ଏକ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା ରହିଥିଲାବେଳେ ଏଯାଏଁ କିନ୍ତୁ ବସ ଚାଲିପାରି ନାହିଁ ।
ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ ।