ଅପେକ୍ଷାର ଅନ୍ତ। ଆସିଲା ରାଜ୍ୟ ବଜେଟ୍। ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ଥର ମୋଟ୍ ବଜେଟ୍ ପରିମାଣ ୨.୯୦ ଲକ୍ଷ କୋଟି ରହିଛି। ଏଥର ବଜେଟ୍ ସମସ୍ତଙ୍କୁ ସୁହାଇଲା ଭଳି ହୋଇଛି। ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏଥର କୃଷି ପାଇଁ ବଜେଟ୍ରେ ୩୭,୮୦୦ କୋଟି ବ୍ୟୟ ଅଟକଳ ହୋଇଛି। ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ ।
ସମୃଦ୍ଧ କୃଷକ ଯୋଜନାରେ ୬୦୦୦ହଜାର କୋଟି, ସିଏମ୍ କିଷାନ ପାଇଁ ୨୦୨୦ କୋଟି, ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି, ଶସ୍ୟ ବିବିଧତା କାର୍ଯ୍ୟକ୍ରମ ପାଇଁ ୬୯୫ କୋଟି, PMMSY ପାଇଁ ୨୪୫ କୋଟି, MMKY ପାଇଁ ୨୩୫ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୪୬କୋଟି ଓ ପ୍ରାଣୀ ସଂପଦ ଯୋଜନା ପାଇଁ ୧୭୧ କୋଟି ବ୍ୟୟ ଅଟକଳ ହୋଇଛି।
ଅଧିକ ପଢ଼ନ୍ତୁ: ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବିଦା କଲା KIIT, ଆସିଲା ସାଂଘାତିକ ଅଭିଯୋଗ
ଏଥର ବଜେଟ୍ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩୮୮୧ କୋଟି, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨୦୯୧ କୋଟି ଓ ନିର୍ମଳ ପାଇଁ ୯୯୭ କୋଟି ବ୍ୟୟ ବରାଦ ହୋଇଛି। ଏଥିସହ ଶିକ୍ଷା ଓ ସମୃଦ୍ଧ ଜୀବନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି, ପିଏମ୍ ପୋଷଣ ପାଇଁ ୮୮୫ କୋଟି, ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ୧୫୪ କୋଟି, ଛାତ୍ରବୃତ୍ତି ପାଇଁ ୪୫୦ କୋଟି ପ୍ରଦାନ କରାଯାଇଛି।
ସୁଭଦ୍ରା ଯୋଜନା ପାଇଁ ୧୦, ୧୪୫ କୋଟି, ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ପାଇଁ ୪୯୨ କୋଟି, ଓଡ଼ିଶା ପୃଷ୍ଟି ମିଶନ ବାବଦକୁ ୧୦୦ କୋଟି, ଅଙ୍ଗନବାଡ଼ିକୁ ରାଜ୍ୟ ସହାୟତା ୧୧୩୨ କୋଟି ପ୍ରଦାନ କରାଯାଇଛି। ସେହିପରି ମଧୁବାବୁ ପେନସନ୍ ଯୋଜନାରେ ୫୩୭୦ କୋଟି, ବାର୍ଦ୍ଧକ୍ୟ ପେନସନ୍ ୨୧୮୧ କୋଟି, ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ୍ ବାବଦରେ ୧୦୧୬ କୋଟି ବ୍ୟୟ ବରାଦ ହୋଇଛି।
ନଗର ଉନ୍ନୟନ ପାଇଁ ବଜେଟ୍ରେ ଅନେକ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ୧୧୦୦ କୋଟି, ସୁଜଲ ବାବଦରେ ୭୩୨ କୋଟି, ସ୍ୱଚ୍ଛ ଓଡ଼ିଶା ପାଇଁ ୨୬୧ କୋଟି, ସ୍ୱଚ୍ଛ ଭାରତ ମିଶନ ( ସହରାଞ୍ଚଳ ) ପାଇଁ ୬୦୦ ବ୍ୟୟ ବରାଦ ହୋଇଛି। ସେହିପରି ଗ୍ରାମାଞ୍ଚଳରେ ଜଳ ଜୀବନ ମିଶନ ପାଇଁ ୭୦୦୦କୋଟି, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ପାଇଁ ୨୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୪୫୦୦ କୋଟି ବ୍ୟୟ ବରାଦ ହୋଇଛି।
ଏଥର ବଜେଟ୍ରେ ଓଡ଼ିଆ ଅସ୍ମିତା ପାଇଁ ବି ବ୍ୟୟ ବରାଦ ହୋଇଛି। ଏହା ଅଧିନରେ ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୯୪ କୋଟି, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୩୦ କୋଟି ଓ ସାଂସ୍କୃତିକ ଅନୁଷ୍ଠାନକୁ ଅନୁଦାନ ୭୭ କୋଟି ପ୍ରଦାନ କରାଯାଇଛି। କ୍ରୀଡ଼ା ଓ ଯୁବସେବା ଅଧୀନରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୯୪୩ କୋଟି, ଯୁବ ଶକ୍ତି ପାଇଁ ୩୨ କୋଟି, କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ୮୦ କୋଟି ବ୍ୟୟ ବରାଦ ହୋଇଛି।
ସେହିପରି ମିଲେଟ ପାଇଁ ଏମ୍ଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବା ନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି, ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ ହୋଇଛି। ସେହିପରି ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ ହୋଇଛି। ହୀରାକୁଦ ଡ୍ୟାମ୍ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ। ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି ଓ ନଳକୂପଗୁଡ଼ିକ ପାଇଁ ବଜେଟ୍ରେ ୧୧୫୦ କୋଟି ରହିଛି।