• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ରାଜ୍ୟସ୍ତରୀୟ ପ୍ରାଣୀ ସମାବେଶରେ ଧମାଲ୍ ମଚାଉଛି ୩୫ କୋଟିର ମଇଁଷି । ରାଜସ୍ଥାନରୁ ଭୁବନେଶ୍ବରକୁ ଆସିଛି ବିଶାଳକାୟ ମଇଁଷି । କଳା ଚିକ୍ ଚିକ୍ ଦିଶୁଥିବା ଏହି ମଇଁଷିର ନାଁ ରହିଛି ଭୀମ । ଏହାର ଓଜନ ପ୍ରାୟ ୧୫ ଶହ କେଜି । ଭୀମକୁ ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ।

ଭୁବନେଶ୍ବରରେ ଆଜିଠୁ ଆରମ୍ଭ ହୋଇଥିବା ତିନି ଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଛି ଯୋଧପୁରରୁ ଆସିଥିବା ଏହି ମଇଁଷି । ମାଲିକ ଏହାକୁ ଖୁବ୍ ଯତ୍ନରେ ୨ ହଜାର କିଲୋମିଟର ଦୂରରୁ ସତନ୍ତ୍ର ଟ୍ରକ୍ ଯୋଗେ ଭୁବନେଶ୍ବର ଆଣିଛନ୍ତି । ଏହି ଭୀମ ତକିଆରେ ମୁଣ୍ଡ ଦେଇ ଶୋଇଥିବା ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଭୀମ ପାଇଁ ଲାଗିଛି କୁଲର ।

ଓଡ଼ିଶାରେ ଲୋକଙ୍କ ଭଲପାଇବା ଦେଖି ଖୁସି ଅନୁଭବ କରିଛନ୍ତି ଭୀମର ମାଲିକ । ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଭୀମ ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିଥାନ୍ତି ତାର ମାଲିକ । ମାସିକ ଖାଦ୍ୟପେୟ ବାବଦକୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଯେଉଁଥିରେ ଭୀମର ସ୍ୱାସ୍ଥ୍ୟ ଓ ଶକ୍ତି ବଜାୟ ରଖିବା ପାଇଁ ଶୁଖିଲା ଫଳ ଏବଂ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟର ମିଶ୍ରଣ ଦିଆଯାଇଥାଏ ।

ଅଧିକ ପଢ଼ନ୍ତୁ: ଅଙ୍ଗଦାନ କରି ଅମର; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ ନରେଶ।

ଖାଦ୍ୟ ମେନ୍ୟୁରେ ୧ କେଜି କାଜୁ, ୧ କେଜି ଘିଅ, ୨୫ କେଜି କ୍ଷୀର, ଘାସ ଆଦି ରହିଛି । ଦୈନନ୍ଦିନ ଗ୍ରୁମିଂ ମାଧ୍ୟମରେ ସ୍ୱାସ୍ଥ୍ୟ ମଧ୍ୟ ବଜାୟ ରହିଥାଏ । କେବଳ ସେତିକି ନୁହେଁ, ସୁସ୍ଥ ରହିବା ପାଇଁ ସକାଳ ଓ ସଞ୍ଜରେ ୨ ଘଣ୍ଟା ଲେଖାଏଁ ଏକ୍ସରସାଇଜ୍ କରିଥାଏ ଏହି ଆକର୍ଷଣୀୟ ମଇଁଷି । ଅଧିକ ଚମକଦାର ଦେଖାଯିବାକୁ ତାର ମାଲିକ ପ୍ରତ୍ୟେକ ଦିନ ସୋରିଶ ତେଲରେ ମାଲିସ କରିଥା'ନ୍ତି । 

ମତ୍ସ୍ୟ-ପ୍ରାଣୀ ସମାବେଶରେ ବିଭିନ୍ନ ପ୍ରଜାତିର କୁକୁଡ଼ା, ଏମୁପକ୍ଷୀ, ମାଛ, ଏବଂ ଭାରତର କ୍ଷୁଦ୍ରତମ ଗାଈ ପୁଙ୍ଗାନୁରକୁ ମଧ୍ୟ ଦେଖିବାକୁ ମିଳିଛି । ଏହି ମେଳାରେ ଚାଷୀ ସଚେତନତା ଏବଂ ଉନ୍ନତମାନର ଚାଷ ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରାଯାଇଛି । 

ଅଧିକ ପଢ଼ନ୍ତୁ: ପ୍ରେମ ଦିବସ ବଦଳରେ ପାଳନ ହେଲା ପିତୃ-ମାତୃ ପୂଜନ ଦିବସ...ବନ୍ଦାପନା କଲେ କୁନି କୁନି ପିଲା

OTV is now on Whatsapp

Join and get latest news update delivered to you via whatsapp

Join Now