Advertisment

Odisha Mo Bus Accidents: ୯୦ ଦିନରେ ୬୯ ଦୁର୍ଘଟଣା କରିଛି ମୋ ବସ, ଚକା ତଳେ ଗଲାଣି ଏକାଧିକ ଜୀବନ

କେତେବେଳେ ଡ୍ରାଇଭରର ବେପରୁଆପଣ, କେତେବେଳେ ସ୍ପିଡ୍ ଡ୍ରାଇଭ୍। ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ-ବସ୍ କୁ ନେଇ କ୍ରୁଟର ବଢିଛି ଚିନ୍ତା। କେତେବେଳେ ଛୋଟପିଲା ଉପରେ ଚଢିଗଲାଣି ତ ପୁଣି କେତେବେଳେ ରାସ୍ତାରେ ପଥଚାରୀକୁ ଧକ୍କା ଦେଲାଣି। ରାଜ୍ୟରେ ଏବେ ମୋ-ବସ୍ ସେବା ଚାଲୁଛି ଅଳ୍ପ କିନ୍ତୁ ଦୁର୍ଘଟଣା ଘଟାଉଛି ବେଶୀ।

author-image
Saroj Kumar Jena
ଅଦ୍ୟତନ ହୋଇଛି
69 Mo Bus Road Accidents In last 90 days In Odisha

Mo bus

୩ ମାସରେ ୬୯ଟି ଦୁର୍ଘଟଣା ଘଟାଇଲାଣି ମୋ ବସ୍। ୨୮ଟି ଗୁରୁତର ଦୁର୍ଘଟଣା ସହ ଏକାଧିକ ଲୋକଙ୍କ ଜୀବନ ଗଲାଣି ଚକା ତଳେ। ବାରମ୍ବାର ମୋ-ବସ୍ ମୃତ୍ୟୁର ଦୂତ ସାଜିବାପରେ ଏବେ ଚିନ୍ତାରେ କ୍ରୁଟ୍। କେମିତି ଗାଡି ଚଳାଇଲେ ହେବନି ଦୁର୍ଘଟଣା, ମୋ-ବସ୍ ଡ୍ରାଇଭରଙ୍କୁ ବିଭାଗ ଓ କମିଶନରେଟ୍ ପୋଲିସ ତରଫରୁ ଦିଆଯାଇଛି ଟ୍ରେନିଂ।

Advertisment

କେତେବେଳେ ଡ୍ରାଇଭରର ବେପରୁଆପଣ, କେତେବେଳେ ସ୍ପିଡ୍ ଡ୍ରାଇଭ୍। ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ-ବସ୍ କୁ ନେଇ କ୍ରୁଟର ବଢିଛି ଚିନ୍ତା। କେତେବେଳେ ଛୋଟପିଲା ଉପରେ ଚଢିଗଲାଣି ତ ପୁଣି କେତେବେଳେ ରାସ୍ତାରେ ପଥଚାରୀକୁ ଧକ୍କା ଦେଲାଣି। ରାଜ୍ୟରେ ଏବେ ମୋ-ବସ୍ ସେବା ଚାଲୁଛି ଅଳ୍ପ କିନ୍ତୁ ଦୁର୍ଘଟଣା ଘଟାଉଛି ବେଶୀ।

ଅଧିକ ପଢ଼ନ୍ତୁ: ନିର୍ଦ୍ଦୟ ଦଇବ; ୩ ସାଙ୍ଗକୁ ନେଇଗଲା

ଗତ ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ ୩ ମାସରେ ୬୯ଟି ଦୁର୍ଘଟଣା ଘଟାଇଛି ମୋ ବସ୍। ଯେଉଁଥିରେ ୨୮ଟି ଗୁରୁତର ଦୁର୍ଘଟଣା ଥିବାବେଳେ ଚକାତଳେ ଜୀବନ ଯାଇଛି ଏକାଧିକ। ଏନେଇ CRUT ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ସମସ୍ତ ଡ୍ରାଇଭରଙ୍କ ଚେକିଂ ସହ ୧୦ ହଜାର ଟେଷ୍ଟିଂ ସରିଛି। ସ୍ପିଡ୍ ଲିମିଟ୍ ରଖାଯିବା ସହ ଦୁର୍ଘଟଣା ଘଟିବା ପରେ ଆକ୍ସିଡେଣ୍ଟ କମିଟି ଗଠନ କରାଯାଇଛି।

Advertisment

ଯେଉଁଥିରେ ୧୭ ଜଣଙ୍କୁ ଚାକିରୀରୁ ବାହାର କରାଯାଇଛି। ତେଣେ ଦୁର୍ଘଟଣା ମୁକ୍ତ ମୋ-ବସ୍ ସେବା ପାଇଁ ବିଭାଗ ପକ୍ଷରୁ ଡ୍ରାଇଭରଙ୍କୁ ତାଲିମ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। CRUT ପକ୍ଷରୁ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ଭଳି ୬ଟି ସହରରେ ଚାଲିଛି ମୋ ବସ ସେବା।

୫୨୦ଟି ବସ ପାଇଁ ଅଛନ୍ତି ୨ ହଜାରରୁ ଉର୍ଦ୍ଧ କର୍ମଚାରୀ। ପ୍ରତିଦିନ ଯାତାୟତ କରୁଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକ। ତେଣେ ମୋ ବସ୍ ଚଳାଇବା ସମୟରେ ଡ୍ରାଇଭରଙ୍କ ଅବସ୍ଥା, ଗାଡିର ସ୍ଥିତି ସହ କିଭଳି ଦୁର୍ଘଟଣାମୁକ୍ତ ବସ୍ ସେବା ଲୋକଙ୍କୁ ମିଳିବ,ସେନେଇ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।

ଅଧିକ ପଢ଼ନ୍ତୁ: ନିର୍ଦ୍ଦୟ ଈଶ୍ୱର; ଏକା‌ଥରେ ଲିଭେଇ ଦେଲେ ଝିଅ ଓ ବୋହୂ ମଥାର ସିନ୍ଦୂର।

Odisha Road Accident Mo Bus
Advertisment
Advertisment