ଚୟନ ପ୍ରକ୍ରିୟାରେ ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଉଛି । ପ୍ରତିଭା ଓ ଭଲ ପ୍ରଦର୍ଶନ ଥିବା ସତ୍ତ୍ୱେ ଟିମରେ ତାଙ୍କୁ ସ୍ଥାନ ମିଳିନଥିବା ଅଭିଯୋଗ କରିଛନ୍ତି । ଚୟନ କମିଟି ଉପରେ ଆରୋପ ଲଗାଇ ସେ କହିଛନ୍ତି ଯେ, ନିଜ ପରିଚିତ ଖେଳାଳିଙ୍କୁ ଟିମରେ ସ୍ଥାନ ଦେଉଛନ୍ତି ଚୟନକର୍ତ୍ତା ।
ତିନିଜଣଙ୍କୁ ଗିରଫ କଲା ସିବିଆଇ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫଙ୍କୁ ଗିରଫ କଲା । ଦେବଦତ୍ତଙ୍କ ଘରୁ ରେଡ୍ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ ।
ଡେପୁଟେସନରେ ଯିବେ ଆଶିଷ ସିଂ। କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ? ପାୱାର କରିଡରରେ ବଢିଲା ଚର୍ଚ୍ଚା ।
ଦାଦନ କଳଙ୍କର ଟିକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ନିଇତି ନୂଆ କାହାଣୀ। ଛୁଆ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଯେଉଁ ବାପା, ମା’ ବିବାଦୀୟ ହୋଇପଡ଼ିଥିଲେ, ଦାଦନ ଯିବେ ବୋଲି ସେହି ବାପା, ମା’ ଏବେ ପିଲାକୁ ସରକାର ହାତରେ ଟେକି ଦେଇଛନ୍ତି। ପାଖରେ ୫ଟି ଛୁଆର ବୋଝ। ତେଣୁ ଲାଳନ ପାଳନ ଚିନ୍ତାରେ ଟେକିଦେଲେ ୬ ନମ୍ବର ଛୁଆକୁ।
ଗତକାଲି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ବିଧାନସଭାରେ ଆଗତ କରି ଯେଉଁ ବିବୃତି ରଖିଲେ ତାହା ନବୀନ ସରକାରର ଗୁମର ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ୨୫ରୁ ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା ।
ଡେପୁଟେସନରେ ଯିବେ ଆଶିଷ ସିଂ। କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ? ପାୱାର କରିଡରରେ ବଢିଲା ଚର୍ଚ୍ଚା ।
ସବୁ ଲୋକ ସହଜ ନୁହଁନ୍ତି। ଆପଣଙ୍କୁ ଅଡୁଆରେ ପକାଇବାକୁ କିଛି ଲୋକ ସବୁବେଳେ ତୟାର ହୋଇ ଥାଆନ୍ତି। ସେମାନେ ଏଥିରୁ କିଛି ଲାଭ ପାଆନ୍ତି ନାହିଁ, କେବଳ ଆପଣଙ୍କୁ ଅଡୁଆରେ ପକାଇ ସେମାନେ ଆନନ୍ଦ ପାଆନ୍ତି। ଆପଣଙ୍କ ସମୟ ମଧ୍ୟ ନଷ୍ଟ କରନ୍ତି। କିନ୍ତୁ ଆପଣଙ୍କୁ ତ ଏଭଳି ଲୋକଙ୍କ ସହ କାମ କରିବାକୁ ପଡ଼ିବ। ତେଣୁ ଏଭଳି ଲୋକଙ୍କ ସହ ଡିଲ୍ କରିବାକୁ ଏହି ୪ଟି ଉପାୟ ଅବଲମ୍ବନ କରନ୍ତୁ।
କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କରିଛନ୍ତି ବିଜେଡି ବିଧାୟକ ସନା ମହାକୁଡ଼।
ସବୁଜ ଉପାୟରେ ପୋକ ନିରାକରଣ ଏବଂ ଦିନ ରାତି ଫସଲ ଜଗିବା ସହିତ ଜୀଵ ଜନ୍ତୁଙ୍କୁ ଘଉଡେଇଵ। ଏଥି ସହ ଚାଷୀ ଭିତ୍ତିକ କାର୍ଯ୍ୟରେ ସହାୟକ ହୋଇପାରିବ।
ଗଲା ଚାରିଦିନରେ ଜିଲ୍ଲାର ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡକୁ ଶବ ହୋଇ ଫେରିଥିବା ଦୁଇ ପରିବାରର ଦାରୁଣ ଦୁର୍ଦ୍ଦଶା ନଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ । ଓଟିଭିର ସ୍ପେଶାଲ୍ ରିପୋର୍ଟ ।
ଗତ ସରକାର ହୋଇଥିବା ଅପରାଧର ଇତିଶ୍ରୀ ହୋଇସାରିଛି। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁର ଚେତାବନୀ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସ୍ୱଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ଵ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରିଦେଖାଇବୁ। ପୂର୍ବ ସରକାର ଆଉଟ୍ ସୋର୍ସରେ ରହିଯାଇଥିଲେ। ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ସମସ୍ତ ଖାଲି ପଦବୀ ପୂରଣ ହେବ। ଯାହା ସ୍ୱଚ୍ଛ ଓ ନିରପେକ୍ଷ ହେବ। ସେଥିପାଇଁ ଏହି ଆଇନ ସହାୟକ ହେବ।
କଂଗ୍ରେସ ଓ ଭାଜପା ନେତା ବିଜେଡିକୁ ଆସି କେବଳ ଯେ ଭିଡ଼ ଜମାଇଲେ ତାହା ନୁହେଁ । ସେମାନେ ଆସ୍ଥାନ ଜମାଇ ପୁରୁଣା ନେତାମାନଙ୍କ ଉପରେ ରାଜ୍ କରିବାକୁ ଲାଗିଲେ । କଂଗ୍ରେସରୁ ବିଜେଡି ଆସିଥିବା ସୁଲୋଚନା ଦାସ ଭୁବନେଶ୍ୱର ମେୟର ହେଲେ । କଂଗ୍ରେସ ନେତା ମାନସ ମଙ୍ଗରାଜ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିଲେ । ନିର୍ବାଚନ ପୂର୍ବରୁ ଶଙ୍ଖଭବନରେ ସେ ବାହାର ଦଳର ନେତାମାନଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବାରେ ସର୍ବାଗ୍ରେ ଥିବା ଦେଖାଗଲା ।
ଇଷ୍ଟକୋଷ୍ଟ ରେଳବାଇରେ ନୂଆ ରାୟଗଡ଼ା ଡିଭିଜନ୍ ଗଠନ ହେବ । ଏହି ଡିଭିଜନରେ ମିଶିବ ୱାଲଟିୟର୍ ଡିଭିଜନର ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ରେଳଲାଇନର କିଛି ଅଂଶ । କିନ୍ତୁ ଓଡିଶାରୁ ଇଞ୍ଚେ ବି ବାହାର ରାଜ୍ୟକୁ ଯିବନି । ରେଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ।
ଦାଦନ ନେଉଛି ଜୀବନ । ଜୀବିକା ପାଇଁ ଯାଉଛନ୍ତି ହେଲେ ଶବ ହୋଇ ଫେରୁଛନ୍ତି ।
ଏବେବି ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ଲୋକଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନ ପରେ ସେ କୁଆଡ଼େ ଗାଏବ୍ ଥିଲେ? ସେ କେଉଁଠି ରହୁଛନ୍ତି, ନବୀନ ନିବାସ ଆସୁଛନ୍ତି ନା ନାହିଁ, ରାଜନୀତିରୁ ସଂପୂର୍ଣ୍ଣ ସନ୍ୟାସ ନେଇଗଲେ କି, ଏମିତି ଅନେକ ପ୍ରଶ୍ନ ଏବେବି ଗାଁ ଗହଳିର ରାଜନୈତିକ ଖଟିରେ କଥା ପଡୁଛି। ତେବେ ଆଜିର ଏଇ ଲେଖାଟି ସେଇ ପାଣ୍ଡିଆନଙ୍କ ସଂପର୍କରେ, ଯିଏ ନିକଟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଣ ଏହାର କାରଣ, କାହା ଭୋଜିକୁ ଯାଇଥିଲେ, ଜାଣିବା ଏଇ ଲେଖାରୁ।
ପଶ୍ଚିମବଙ୍ଗର ଗୋଦାମ ମାନଙ୍କରେ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ପଶ୍ଚିମବଙ୍ଗର ଆବଶ୍ୟକତା ପ୍ରାୟ ୫ଲକ୍ଷ ମେଟ୍ରିକ ଟନ୍ ଥିବା ବେଳେ, ବଳକା ଆଳୁ ନଷ୍ଟ ହେବାର ଆଶଙ୍କା ରହିଛି ।
୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ
ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ପଶ୍ଚିମବଙ୍ଗରୁ ଆବଶ୍ୟକ ମୁତାବକ ଆଳୁ ଆସୁନଥିବାରୁ ୟୁପିରୁ ଆଳୁ ଅଣାଯାଉଛି । ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି ପୂର୍ବରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ ।
ଆଜିଠୁ ରାଜ୍ୟରେ କମିବ କି ଆଳୁ ଟେନସନ୍ ? ଉତ୍ତରପ୍ରଦେଶରୁ ଆସୁଥିବା ୩୦୦ ଟ୍ରକ୍ ଆଳୁ ଆଜି ଓଡ଼ିଶାରେ ପହଞ୍ଚିବ । ଗତକାଲି ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ।
ଟ୍ରାଫିକ୍ ନିୟମ ଉଲ୍ଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି ।
ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରଠୁ ପାଣ୍ଡିଆନ୍ ଅଜ୍ଞାତବାସରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ସର୍ବସାଧାରଣ ସ୍ଥାନରେ କିମ୍ୱା କୌଣସି ସଭାସମିତିରେ ତାଙ୍କୁ କେହି କେବେ ଦେଖିନଥିଲେ । କିନ୍ତୁ ଜଣେ ବିଜେଡି ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଓଡିଶାକୁ ଆଳୁ ଗାଡ଼ି ଛଡା ନଯିବା ପଛରେ ରହିଛି କି ରାଜନୀତି? କଣ ହୋଇପାରେ ଏହାର କାରଣ? ଏହାଦ୍ୱାରା ଖୁସି ଅଛନ୍ତି କି ପଶ୍ଚିମବଙ୍ଗ ଚାଷୀ ଓ ବ୍ୟବସାୟୀ? ଗରିବ ଲୋକର ପଖାଳ କଂସାରୁ ଆଳୁକୁ ଚୋରେଇ ନେବା ପଛରେ କାହାର ଅଛି ପ୍ରଚ୍ଛନ୍ନ ହାତ, କିଏ ଏଥିପାଇଁ ଦାୟୀ? ପଢ଼ନ୍ତୁ ପୂରା କାହାଣୀ ଏହି ଲେଖାରୁ।
ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ ।
୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ପ୍ରକଳ୍ପ ପ୍ରତିଶ୍ରୁତିର ଗ୍ରାଉଣ୍ଡିଂ ବା ରୂପାୟନ ହାର ଯଥା କ୍ରମେ ୪୪ ଓ ୩୩ ପ୍ରତିଶ୍ରତ ରହିଥିବାରୁ ପୂର୍ବ ସରକାରକୁ ବିଜେପି ଓ କଂଗ୍ରେସ ଦ୍ୱାରା ସମାଲୋଚିତ ହେବାକୁ ପଡିଥିଲା । ଆସନ୍ତା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସଂସ୍କରଣର ଶତ ପ୍ରତିଶତ ରୂପାୟନ କରିପାରିଲେ ତାହା ବିରୋଧୀଙ୍କ ମୁହଁରେ ଲଗାମ ଲଗାଇ ପାରିବ । ଅନ୍ୟଥା ବିରୋଧୀମାନେ ସମାନ ମୁଦ୍ରାରେ ସମାଲୋଚନାକୁ ପରିଶୋଧ କରିବା ପାଇଁ ପଛାଇବେ ନାହିଁ ।