/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739529960.jpg)
ପ୍ରମିଳା କଲେ ଆଗୁଆ ଜାମିନ ଆବେଦନ
ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ । ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କେଉଁ କାରଣ ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ତାହା ସ୍ପଷ୍ଟ ହୋଇନି । ନିକଟରେ ପ୍ରମିଳାଙ୍କ ଭାଇଙ୍କ ଘରେ ରେଡ୍ କରିଥିଲା ED । ତେବେ ପ୍ରମିଳା କେଉଁ କାରଣ ପାଇଁ ହାଇକୋର୍ଟକୁ ଯାଇଛନ୍ତି, ତାହା ଜଣାପଡ଼ିନି ।
ସୂଚନା ଅନୁସାରେ ଗତ ବର୍ଷ ଡିସେମ୍ବର ୧୮ରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ରେଡ୍ କରିଥିଲା । ବିଶ୍ବ NGO ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ରେଡ୍ କରିଥିଲା । ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ ହୋଇଥିଲା ।
ବିଶ୍ବ ଏନଜିଓର ଫାଉଣ୍ଡର ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକ। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ସମ୍ବଲପୁରରେ ଏହି ରେଡ୍ କରାଯାଇଥିଲା । ମୃତ କ୍ଷୀରୋଦ ମଲ୍ଲିକଙ୍କ ସମ୍ବଲପୁରସ୍ଥିତ ୩ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଥିଲା । ଦିଲ୍ଲୀରେ ବି ରେଡ଼ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । Bharat integrated social welfare agency ବିରୋଧରେ ରହିଛି ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ । ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)