ଦୁର୍ଘଟଣାରେ ଡିଏସପି ବଳରାମ ନାୟକଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ଜଣେ ସଂପର୍କୀୟଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ଓଡ଼ିଶାରେ ପେପରମାସି ଅନ୍ୟ ସ୍ଥାନରେ ହେଉଥିବା ପେପରମାସି ଠାରୁ ସମ୍ପୂର୍ଣ୍ଣ ଅଲଗା । ଏଠାରେ ଅନ୍ୟ ସ୍ଥାନ ପରି କାଗଜକୁ ଭିଜେଇ ମଣ୍ଡ କରି ତିଆରି ହୁଏନି କାଗଜ ମୁଖା କି କଣ୍ଢେଇ। ଏହା କାଗଜକୁ ଛୋଟ ଛୋଟ କରି ଚିରି ପରସ୍ତ ପରେ ପରସ୍ତ ଲଗାଇ ତିଆରି ହୁଏ। ତେବେ ପେପରମାସି କଳା ବିଷୟରେ ସବିଶେଷ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ।
ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ରାଜ୍ୟସ୍ତରୀୟ ପ୍ରାଣୀ ସମାବେଶରେ ଧମାଲ୍ ମଚାଉଛି ୩୫ କୋଟିର ମଇଁଷି । କଳା ଚିକ୍ ଚିକ୍ ଦିଶୁଥିବା ଏହି ମଇଁଷିର ନାଁ ରହିଛି ଭୀମ ।
କିଏ ହେବେ ରାଜ୍ୟ ବିଜେପି ସଭାପତି ? କାହାକୁ ଏହି ଦାୟିତ୍ବ ଦେବ ଦଳ ? ଏହି ଚର୍ଚ୍ଚା ଆଲୋଚନା ଭିତରେ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ।
ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ଦେବେ ନୂଆ ସରକାର । ଏନେଇ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ତେବେ ପ୍ରମିଳା କେଉଁ କାରଣ ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ତାଙ୍କ ପାଖରେ ନା ଥିଲା ମୋବାଇଲ୍ ଫୋନ୍ ନା ସେ କାହା ସହ ହିନ୍ଦି ବା ଇଂରାଜୀରେ କଥାବାର୍ତ୍ତା କରିପାରୁଥିଲେ । ବେସାହାରା ହୋଇଯାଇଥିଲେ । ଅସହାୟ ଅବସ୍ଥାରେ ମନସ୍ତାପରେ ଥିଲେ । କାହାକୁ କହିବେ କ’ଣ କହିବେ, କିଛି ଭାବି ପାରୁନଥିଲେ । ତାଙ୍କ ସହ ଯାଇଥିବା ପରିବାରର ଅନ୍ୟ ସଦସ୍ୟମାନେ ବି ତାଙ୍କୁ ଖୋଜୁଥିଲେ । କିନ୍ତୁ ପାଉନଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଖୋଜି ପାଇବା ବି କଷ୍ଟକର ଥିଲା ।
କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି।
କେତେବେଳେ ଡ୍ରାଇଭରର ବେପରୁଆପଣ, କେତେବେଳେ ସ୍ପିଡ୍ ଡ୍ରାଇଭ୍। ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ-ବସ୍ କୁ ନେଇ କ୍ରୁଟର ବଢିଛି ଚିନ୍ତା। କେତେବେଳେ ଛୋଟପିଲା ଉପରେ ଚଢିଗଲାଣି ତ ପୁଣି କେତେବେଳେ ରାସ୍ତାରେ ପଥଚାରୀକୁ ଧକ୍କା ଦେଲାଣି। ରାଜ୍ୟରେ ଏବେ ମୋ-ବସ୍ ସେବା ଚାଲୁଛି ଅଳ୍ପ କିନ୍ତୁ ଦୁର୍ଘଟଣା ଘଟାଉଛି ବେଶୀ।
ପର୍ଯ୍ୟାୟ ପରେ ପର୍ଯ୍ୟାୟ କ୍ରମେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଉଛି। ହେଲେ ସୀମା ବିବାଦରେ ଫସିଥିବା ସୀମାନ୍ତ ଅଂଚଳ କୋରାପୁଟ ଜିଲ୍ଲା କୋଟିଆର ଅନେକ ମହିଳା କିନ୍ତୁ ଯୋଜନାରୁ ବଞ୍ଚିତ। ଯାଞ୍ଚ ବେଳେ କାଟ୍ ଖାଇଯାଇଛି ସେମାନଙ୍କ ଆବେଦନ। କାରଣ ସେମାନଙ୍କ ପାଖରେ ରହିଛି ଦୁଇ ଦୁଇଟି ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶାର ଆଧାର କାର୍ଡ। କେମିତି ହଟିବ ସମସ୍ୟା, ସେଥିପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ।
ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରନ୍ତି । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି ।
OCS ପ୍ରିଲିମ୍ ପାଇଥିବା ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା ଥିବା ସୂଚନା ମିଳିଛି । OPSC ୱେବସାଇଟ୍ରୁ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।
ଇନଫୋସିଟି ଏସବିଆଇ ବ୍ରାଞ୍ଚରୁ ଅଢେଇ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ ରେକି କରିଥିଲେ ଲୁଟେରା । ଆଉ ଅଫିସ କ୍ୟାମ୍ପସ ଭିତରେ ପଶୁ ପଶୁ ମୌକା ଦେଖି ଟଙ୍କା ବ୍ୟାଗ୍କୁ ଝାମ୍ପି ନେଇଛନ୍ତି ଦୁଇ ଲୁଟେରା ।
ମିଳିଥିବା ସୂଚନା ଅନୁସାରେ ମାଲକାନଗିରି କୋରକୋଣ୍ଡା ବ୍ଲକ ତୁମସରପାଲୀ ପଞ୍ଚାୟତର କଟ୍ରାଗୁଡା ଗାଁରେ ୧୮ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରି ୧୦ ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିବା ରେକର୍ଡପତ୍ରରେ ଦର୍ଶା ଯାଇଥିଲା।
ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି ।
ଉପକୂଳରେ ଉତ୍କଟ ହୋଇଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡ଼ିଛି, ଆସୁନାହାନ୍ତି ମିଲର ତ କେଉଁଠି ଅଧିକ କଟନୀ ଛଟଣୀ ପାଇଁ ଚାଷୀଙ୍କୁ ଧମକ । ଚାଷୀ ବେଶରେ ମଣ୍ଡି ବୁଲି କଟଣୀ ଛଟଣୀର ସ୍ଥିତି ପରଖିଲେ ଜିଲ୍ଲାପାଳ ।
ଓଡ଼ିଶାରେ ଏବେ ୬ଟି ବନ୍ଦେ ଭାରତ ଚାଲୁଛି । ଆଗକୁ ଆହୁରି ଅନେକ ନୂଆ ଟ୍ରେନ୍ ଓଡ଼ିଶାକୁ ଗଡ଼ିବ । ଓଡ଼ିଶାରେ ଏବେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ କାମ ଚାଲିଛି ।
ଭୋର ୪ଟା ୩୭ରେ ପବିତ୍ର ଚନ୍ଦ୍ରଭାଗାରେ ବୁଡ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଚନ୍ଦ୍ରଭାଗା ଆସିବେ । ତେଣୁ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।
ଡବଲ୍ ଇଞ୍ଜିନ ସରକାରର ପ୍ରଥମ କେନ୍ଦ୍ରୀୟ ବଜେଟରୁ ଓଡ଼ିଶାର ଭାଗ କେତେ? କଣ ଫାଇଦା ପାଇବ ଓଡ଼ିଶା? ତାକୁ ନେଇ ତେଜିଛି ରାଜନୀତି। ବିରୋଧୀ କହୁଛନ୍ତି, ନିରାଶ ହୋଇଛି ଓଡ଼ିଶା।
ଆସନ୍ତା ୪ ତାରିଖରୁ ଖଣ୍ଡଗିରି ମେଳା । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ, ଖଣ୍ଡଗିରି ପହଞ୍ଚିଲେଣି ସାଧୁସନ୍ଥ । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି ସାଧୁ ।
ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବିକ୍ରି। ୱେଟିଂ ନମ୍ବରକୁ ନେଇ ବହୁ କ୍ରିକେଟପ୍ରେମୀ ନିରାଶ। ୪ ହଜାର ଟିକେଟ କିଣିବାକୁ ୱେଟିଂ ତାଲିକାରେ ୪୦ ହଜାର ଉପରେ ପ୍ରଶଂସକ।
ଭକ୍ତ କବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କରିଛନ୍ତି । ଏହା ସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।
ଶତ ଚେଷ୍ଟା ପରେ ବି ବଞ୍ଚିପାରିଲାନି ଜୀଵନ । ସତେ ଯେମିତି ଏହା ବିଧିର ବିଧାନ ଥିଲା । କଥାରେ ଅଛି ଯେବେ ଯମ ଦଉଡି ବାନ୍ଧିବା ନେଇ ସ୍ଥିର ହୋଇ ସାରିଥିବ । ଯେତେ ଚେଷ୍ଟା କଲେ ବି ଆଉ ଜୀବନ ବଞ୍ଚେଇବା ସମ୍ଭବ ହୋଇନଥାଏ ।