ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ବୌଦ୍ଧ ବନଖଣ୍ଡ ଜାମୁଖୋଲ ଜଙ୍ଗଲରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଙ୍ଗଲରୁ ବ୍ୟାପୁଥିବା ନିଆଁ ଭୟଙ୍କର ରୂପ ଧରି ଏବେ ଗାଁ ଆଡ଼କୁ ମୁହାଁଇଲାଣି। ଖାଲି ବୌଦ୍ଧ ନୁହେଁ, ସୁନ୍ଦରଗଡ଼ ବଣାଇରୁ ମୟୂରଭଞ୍ଜର ଉଦଳା, ନୂଆପଡ଼ା, ତାଳଚେର ଆଉ କୋରାପୁଟରୁ ଶିମିଳିପାଳ। ସବୁଠି ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ।
ଓଡ଼ିଶା ସଫ୍ଟୱେୟାରର ଚାହିଦା ବଢୁଥିବା ବେଳେ ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହିତ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡିଶାକୁ ଆଇଟି ହବ୍ କରିବାକୁ ସରକାରଙ୍କ ଯୋଜନା ରହିଛି।
ପ୍ରଚଣ୍ଡ ତାତି ନେଇ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲାପାଳଙ୍କ ପାଇଁ ସତର୍କତା ଜାରି କରାଯାଇଛି।
ନବୀନଙ୍କ ଏହି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କିଏ ପ୍ରଚାର ପ୍ରସାର କରୁଥିଲା ତାହା ଲୋକ ଜାଣିଛନ୍ତି । ଏଣୁ ସେ ନିଜେ ପ୍ରଥମେ ସମୀକ୍ଷା କରନ୍ତୁ ।
ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ ବିଜେଡି ନେତା ରାଜା ଚକ୍ର । ଏଭଳି ସଂଗୀନ ଅଭିଯୋଗ ଆଣି ବିଜେଡିକୁ ଘେରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ।
ପୁଣି ବିବାଦରେ ପୀୟୂଷ ତ୍ରିପାଠୀ। ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ କଲେ ଟାର୍ଗେଟ୍। କହିଲେ ୨୦୨୬ ଯାଏଁ ପିୟୂଷ କରିଛନ୍ତି ଏଗ୍ରିମେଣ୍ଟ୍। କେମିତି ସିଂହବାହିନୀରେ ଯୋଗଦେବେ ବୋଲି କହୁଛନ୍ତି ?
ବିଜୁ ବାବୁଙ୍କ ପୁଅ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ନବୀନ ସେହି କାର୍ଯ୍ୟକ୍ରମକୁ ନ ଆସି କ’ଣ ବିଜୁଙ୍କୁ ଅସମ୍ମାନ କରିନାହାନ୍ତି ବୋଲି କହି ପ୍ରଶ୍ନ କରିଛନ୍ତି ରବି ନାଏକ ।
ସୁଭଦ୍ରାରେ ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା। ଗତକାଲି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମିଳିଥିଲା। ପାଞ୍ଚଟି ପର୍ଯ୍ୟାୟରେ ମୋଟ କୋଟିଏ ୬୪ ହଜାର ମହିଳା ପାଇଲେ ପ୍ରଥମ କିସ୍ତି।
କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ ।
ବେଆଇନ ଭାବେ ବିନା ଅନୁମତିରେ ଶହ ଶହ କୋଟି ଟଙ୍କାର ଧଳା ପଥର ଖୋଳି ଲୁଟ କରିଛନ୍ତି ରାଜା । ଏତେ ପରିମାଣର ପଥର ଖୋଳିଛନ୍ତି ଯେ ଆଖିକୁ ସମୁଦ୍ର ଭଳି ଦେଖା ଯାଉଛି ଏ ଖାଦାନ । ଆଖିରେ ନ ଦେଖିଲେ ବିଶ୍ବାସ କରିହେବନି ।
କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି ମାଟ୍ରିକ୍ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଆଶ୍ବସ୍ତ ଥିଲେ । କିନ୍ତୁ, ବିଡ଼ମ୍ବନା ପରୀକ୍ଷା ସରିଥିଲେ ବି ସମସ୍ତେ ଶଙ୍କାମୁକ୍ତ ନାହାଁନ୍ତି ।
ସାରାଦେଶକୁ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଲଜ୍ଜିତ କରିଥିବା କିଟ୍ କେଳେଙ୍କାରୀକୁ ନେଇ ଉଦବେଗ ଥମିବାର ନାଁ ନେଉନି । ଘଟଣାକୁ ଅତି ଗୁରୁତ୍ବର ସହ ନେଇଥିବା ଜାତୀୟ ମାନବାଧିକାର କମିଶନଙ୍କ ଏକ ଟିମ୍ ଆଜି କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇ କମିଶନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଘଟଣାକୁ ନେଇ ଯିଏ ବି ଚାହିଁବେ ଟିମ୍କୁ ଭେଟି ତଥ୍ୟ ରଖି ପାରିବେ ।
ସୂଚନା ଅନୁସାରେ ୧୯ ଜାନୁଆରୀ ୨୦୨୫ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ । ଜଷ୍ଟିସ ସିଂଙ୍କ ଅବସର ପରେ ଏହି ସ୍ଥାୟୀ ପଦବୀ ଖାଲି ପଡ଼ିଥିଲା ।
କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି ମାଟ୍ରିକ୍ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଆଶ୍ବସ୍ତ ଥିଲେ । କିନ୍ତୁ, ବିଡ଼ମ୍ବନା ପରୀକ୍ଷା ସରିଥିଲେ ବି ସମସ୍ତେ ଶଙ୍କାମୁକ୍ତ ନାହାଁନ୍ତି ।
ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ପାଖରେ ଥୁଆ ହୋଇଛି ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ ।
'ସୁଭଦ୍ରା'ରେ ଯୋଡ଼ି ହେଲେ ଆଉ ୨ ଲକ୍ଷ ୩୪ ହଜାର ହିତାଧିକାରୀ । ପାଞ୍ଚଟି ପର୍ଯ୍ୟାୟରେ କୋଟିଏ ୬୪ ହଜାର ମହିଳା ପାଇଲେ ପ୍ରଥମ କିସ୍ତି । ବାକି ରାକ୍ଷୀ ପୂର୍ଣ୍ଣିମାରେ ଏକା ସାଥେ ପାଇବେ ୩ଟି କିସ୍ତିର ୧୫ ହଜାର ଟଙ୍କା ।
ମାନ୍ୟବର... ମୁଁ ଆସିଗଲି... ଓଃ କି ଖୁସି... ଦୀର୍ଘ ୧୦ ବର୍ଷ ପରେ ଏଥର ବାଜି ପଲଟିଛି... ଦୁଧକା ଦୁଧ୍, ପାନିକା ପାନି... ଇଏ ଦେଖୁନ, ମୁଁ ପୁଣି କେନ୍ଦ୍ରାପଡ଼ା ଯାଉଛି... ରାସ୍ତାଘାଟ ସବୁ ବଦଳି ଯାଇଛି । ହଁ ବଦଳନ୍ତାନି କେମିତି ଗୋଟେ ଦଶନ୍ଧି ହେଲାଣି । ସେ ଦିନ ଜେଲକୁ ଯିବାବେଳେ କି ଲୋକ ଲୋ ବୋପା, କି ବାଡ଼ିଆ ପିଟା, କି ପଥର ଫିଙ୍ଗା... ଓଃ ସେ କଥା ମନେପଡ଼ିଲେ ଆଜି ବି ଏ ଦେହଟା ଶୀତେଇ ଯାଉଛି ।
କେନ୍ଦ୍ରାପଡ଼ାକୁ ଆଉ କିଛି ଦିନ ପରେ ଫେରିପାରନ୍ତି ସନ୍ତୋଷ ରାଉଳ ଓରଫ୍ ସାରଥି ବାବା । ତଥାକଥିତ ବାବା ସାରଥୀଙ୍କୁ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଏହି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ ।
ଯାହା ପୂର୍ବରୁ ଥିଲା ସେହି ରଙ୍ଗ ଦିଆଯାଇଛି । ବିଜେଡି ସରକାର ଅଂହକାରୀ ସରକାର । ସବୁଠି ରଙ୍ଗ ବଦଳାଇଥିଲେ। ଯେଉଁଠି ଯେଉଁଠି ବିଜେଡିକରଣ କରାଯାଇଥିଲା, ସେଠି ବଦଳାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ମୁଁ କିଛି କହିବା ଆଗରୁ ସେ ତାଙ୍କ ଆଡୁ ମୋତେ ବାଧ୍ୟ କରୁଥିଲେ । ମୁଁ ତ ଗୋଟେ ମଣିଷ ତେଣୁ ତାଙ୍କୁ ହଁ କହିଲି ଆଉ ଆର ବର୍ଷ ତାଙ୍କ ସହ କାମ କରିବି ବୋଲି କହିଲି । ମୋର କେଉଁଠି ଭୁଲ ରହିଲା ବୋଲି କହିଛନ୍ତି ପୀୟୁଷ ।
ରାଜ୍ୟରେ ହେଉଥିବା ବିଭିନ୍ନ ନିର୍ବାଚନରେ ମହିଳା ନେତୃତ୍ୱଙ୍କ ଅଂଶଗ୍ରହଣରେ କେବଳ ବୃଦ୍ଧି ଘଟିଛି ତା ନୁହେଁ, ମତଦାନ ସାବ୍ୟସ୍ତ କରୁଥିବା ଭୋଟରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମଧ୍ୟ ପୁରୁଷଙ୍କ ତୁଳନାରେ ଅଧିକ । ସେ ଦୃଷ୍ଟିରୁ ମହିଳାମାନେ ରାଜନୀତିରେ ଅଂଶଗ୍ରହଣ କରିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ମହିଳା ପ୍ରତିନିଧିମାନେ ମହିଳା ହିଂସାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ବହନ କରିପାରିବେ ।
ପ୍ରାକୃତିକ ରଙ୍ଗ ବ୍ୟବହାର କରି ଘର ସବୁକୁ ସୁନ୍ଦର ଭାବରେ ସଜାଇ ଥାଆନ୍ତି ଗ୍ରାମର ମହିଳା । ପ୍ରତ୍ୟେକ ଗ୍ରାମବାସୀ ଶୌଚାଳୟ ବ୍ୟବହାର କରିବା ସହିତ ମଇଳା ଅଦରକାରୀ ବସ୍ତୁକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇ ଥାଆନ୍ତି ।
ବିଜେପି ଶାସନକୁ ଆସିବା ପରେ ପ୍ରଥମେ କ୍ରୀଡା ସମ୍ମାନ ନାଁ ବଦଳାଇବାକୁ ଚେଷ୍ଟା କଲେ । ଏବେ ସେମାନେ ବିମାନବନ୍ଦର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି ।
କୋଲକାତା EDର ୫ ଜଣିଆ ଟିମ୍ ଏହି ଯାଞ୍ଚରେ ସାମିଲ ହୋଇଥିବା ସୂଚନା ମିଳିଛି ।
ଯାତ୍ରା ଜଗତରେ ପାଦ ଥାପିବା ପରେ ପୀୟୁଷ ପ୍ରଥମେ କୋଣାର୍କ ପରେ ପାର୍ବତୀ, ରଙ୍ଗମହଲ, ତୁଳସୀ, ଗୌରୀ ଓ ସ୍ବପ୍ନମହଲରେ କାମ କରିସାରିଛନ୍ତି ।