• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଦୂର ହେବ ବ୍ରହ୍ମପୁର ଗେଟବଜାର ଛକ ଟ୍ରାଫିକ୍ ସମସ୍ୟା । ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ ହେବେ ବ୍ରହ୍ମପୁର ବାସିନ୍ଦା । ୨୦୧୯ ପରଠୁ ଏକାଧିକ ଥର କେବଳ ସର୍ଭେ ପରେ ସର୍ଭେ ହୋଇଥିଲେ ମଧ୍ୟ ଇଞ୍ଚେ ବି ଆଗେଇ ନଥିଲା ଓଭରବ୍ରିଜ୍ କାମ । ବ୍ରହ୍ମପୁର ଗେଟବଜାର ଅଞ୍ଚଳରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣକୁ ନେଇ ପୁଣିଥରେ ବଢିଛି ଆଶା । ମୃତ୍ତିକା ପରୀକ୍ଷଣ କାର୍ଯ୍ୟ ଶେଷ ହୋଇଥିବା ବେଳେ, ଖୁବ୍‌ଶୀଘ୍ର ଆରମ୍ଭହେବ ଓଭରବ୍ରିଜ କାର୍ଯ୍ୟ ।

ତେବେ ରାଜ୍ୟରେ ନୂଆ ସରକାର ଆସିବାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ଲୋକେ ଖୁସିବ୍ୟକ୍ତ କରବା ସହ ଆଗକୁ ଗେଟବଜାର ଛକ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି କହିଛନ୍ତି । ବ୍ରହ୍ମପୁରର ଗେଟବଜାର ଛକ ସବୁବେଳେ ଗାଡ଼ି ମଟର ଗହଳି ଦେଖିବାକୁ ମିଳିଥାଏ । କାରଣ ଏହି ଛକକୁ ରହିଛି ୫ଟି ରାସ୍ତା । ନୂଆ ବସଷ୍ଟାଣ୍ଡରୁ ଭଂଜନଗର କିମ୍ବା ଆନ୍ଧ୍ର ଯିବା ପାଇଁ ଏହି ରାସ୍ତାଟି ପ୍ରମୁଖ ରାସ୍ତା ଭାବେ ବ୍ୟବହାର କରାଯାଇଥାଏ । ତେଣୁ ଦିନ ରାତି ଏଠାରେ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥାଏ ।

ଅଧିକ ପଢ଼ନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏଠାରେ ଏକ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଥିଲା । ପୂର୍ବ ସରକାର ସମୟରୁ ବ୍ରିଜ୍ ନିର୍ମାଣ ନେଇ କେବଳ ମାପଚୁପ ଓ ସର୍ଭେ ଚାଲିଥିଲା । ନୂଆ ସରକାର ଆସିବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମୂର୍ତ୍ତିକା ପରୀକ୍ଷଣ ଶେଷ ହୋଇଥିବା ବେଳେ ଆଗକୁ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ଓଭରବ୍ରିଜ୍ ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ, ଖୁବଶୀଘ୍ର ଟ୍ରାଫିକ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଆଶା ବାନ୍ଧିଛନ୍ତି ବ୍ରହ୍ମପୁର ବାସିନ୍ଦା ।

ଓଭରବ୍ରିଜ୍‌ଟି ଆସିକା ରୋଡର ନୀଳାଦ୍ରିବିହାର ଠାରୁ ସିଟି ହସ୍‌ପିଟାଲ ଛକ ଯାଏଁ ନିର୍ମାଣ ହେବ । ପ୍ରାୟ ୧ କିଲୋମିଟର ଦୂରତା ବିଶିଷ୍ଟ ଓଭରବ୍ରିଜର ଦୁଇ ପାର୍ଶ୍ବରେ ଆପ୍ରୋଚ୍ ରୋଡ୍ ରହିବ । ଏଥିପାଇଁ ଉଭୟ ପାର୍ଶ୍ବରେ ପ୍ରାୟ ୮ ମିଟର ରାସ୍ତା ସଂପ୍ରସାରଣ କରାଯିବ । ଉଚ୍ଛେଦ ଓ ଜମି ଅଧିଗ୍ରହଣରେ ୨୪ କୋଟି ଟଙ୍କା ଏବଂ ଆପ୍ରୋଚ୍ ରୋଡ୍ ପାଇଁ ୧ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଏହାସହ ଫ୍ଲାଇଓଭର ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ରାସ୍ତାକଡ଼ ନାଳ ସହ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ୧୧୫ କୋଟି ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ ବୋଲି ଓବିସିସି କହିଛି । ଅପରପକ୍ଷରେ ଆଗାମୀ ୨ବର୍ଷ ଭିତରେ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ବ୍ରହ୍ମପୁପ ବିଧାୟକ କେ. ଅନୀଲ କୁମାର ।

ଅଧିକ ପଢ଼ନ୍ତୁ: ବହିଷ୍କାରର କାରଣ ଏଯାଏ ଜାଣି ପାରିନି- ସୌମ୍ୟରଞ୍ଜନ ପଟ୍ଟନାୟକ

OTV is now on Whatsapp

Join and get latest news update delivered to you via whatsapp

Join Now