• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

ଆମେ ଓଡ଼ିଶାର ନା ପଶ୍ଚିମବଙ୍ଗର
Plight Of Odia People: ସୀମାନ୍ତ ଓଡ଼ିଆଙ୍କ ଦୁର୍ଦ୍ଦଶା...ଶଙ୍ଖାମେଦୀ କାହାର ? ପଶ୍ଚିମବଙ୍ଗର ନା ଓଡିଶାର ?

ଏଇଠି ମାଡ଼ ଖାଇଛି ଓଡ଼ିଆ ଅସ୍ମିତା । ଏମାନେ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଭୋଟ ଦେଉଛନ୍ତି । ଆଗରୁ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଥିଲେ । କିନ୍ତୁ ଘରର ଜମି ପଟ୍ଟା କହୁଛି, ଏମାନେ ପଶ୍ଚିମବଙ୍ଗର । ଦ୍ୱନ୍ଦ୍ୱରେ ଅଛନ୍ତି ଏମାନେ । ଏମାନେ କେଉଁ ରାଜ୍ୟର ଓଡ଼ିଶାର ନା ପଶ୍ଚିମବଙ୍ଗର ? ଏହି ବିବାଦରୁ ଏମାନେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶାର ଏଇ ଗାଁ ଏବେ କାଗଜପତ୍ରରେ ପଶ୍ଚିମବଙ୍ଗରେ ।

Milestone Tunnel Progresses Rail Development 
ଖୋଲିବ ରାଜ୍ୟର ସର୍ବବୃହତ୍ ଟନେଲ୍

ଖୋଲିବ ରାଜ୍ୟର ସର୍ବବୃହତ୍ ଟନେଲ୍ ଖୁବଶୀଘ୍ର ଫିଟିବାକୁ ଯାଉଛି ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନିର୍ମାଣାଧିନ ସୁଡ଼ଙ୍ଗର ବାଟ । ଏହି ରୁଟରେ ସଫଳ ହେବାକୁ ଯାଉଛି ବୌଦ୍ଧ-ଦଶପଲ୍ଲାବାସୀଙ୍କ ଟ୍ରେନ୍ ସ୍ୱପ୍ନ । ଉଭୟ ଜିଲ୍ଲାରେ ମୋଟ୍ ୭ଟି ଟନେଲରୁ ୬ଟିର ବାଟ ଫିଟିସାରିଛି । ବୌଦ୍ଧ ଜିଲ୍ଳାର ଆଡ଼େଣିଗଡ଼ରେ କେବଳ ବାକି ଅଛି ରାଜ୍ୟର ସର୍ବବୃହତ ୪.୧୮୫ କିଲୋମିଟର ଲମ୍ବର ଟନେଲ୍। ସବୁ କାର୍ଯ୍ୟ ଦ୍ରୁତଗତିରେ ଚାଲୁଥିବାରୁ କିଛିଦିନ ପରେ ପାହାଡ଼ ଭେଦି ଦୌଡ଼ିବ ରେଳ।

Differently-Abled Chandan Sharma
Special Story: ଚନ୍ଦନଙ୍କ ସଂଘର୍ଷମୟ କାହାଣୀ, ଶୁଣିଲେ କହିବେ ବାଃ ବାଃ

ଜୀବନ ଦାଉ ସାଧିଛି, ହେଲେ ନିଜର କର୍ମକୁ ସଠିକ୍‌ ଭାବେ ତୁଲାଉଛନ୍ତି ଭିନ୍ନକ୍ଷମ ଚନ୍ଦନ ଶର୍ମା । ତାଙ୍କ ଜୀବନଟା ଜନ୍ମବେଳରୁ ସଂଘର୍ଷମୟ । ସେ ବାପାଙ୍କ ମୃତ୍ୟୁ ପରେ ନିଜ ପରିବାରର ବୋଝ ନିଜ କାନ୍ଧକୁ ନେଇ ଭଉଣୀ ବାହାଘର କରିବା ସହ ଭାଇର ପାଠପଢ଼ା ଓ ପରିବାର ଖର୍ଚ୍ଚ ବୁଝୁଛନ୍ତି।

Vending Zones Turn Ghost Markets
Vending Zone: ବ୍ୟବସାୟୀଙ୍କୁ ବଣ୍ଟନ ନହୋଇ ଭୁତକୋଠି ପାଲଟିଲାଣି କୋଟି କୋଟି ଟଙ୍କାରେ ନିର୍ମିତ ଭେଣ୍ଡିଂ ଜୋନ୍

୨୦୨୨-୨୩ ଆର୍ଥିକ ବର୍ଷରେ ଡିଏମଏଫ୍ ପାଣ୍ଠି ଅନୁଦାନରେ ଏହି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୩ କୋଟି ୪୫ ଲକ୍ଷ ୯୯ ହଜାର ଟଙ୍କା । ତେବେ କାମ କାମ ସମ୍ପୂର୍ଣ୍ଣ ହୋଇଥିଲେ ବି କାହିଁକି ଦୋକାନ ଘର ବଣ୍ଟନ କରାଯାଉନି ସେନେଇ ଉଠିଛି ପ୍ରଶ୍ନ ।

Olive Ridley Turtle
Olive Ridley Turtle: ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ରେକର୍ଡ କଲେ ବିଦେଶୀ ଅତିଥି ଅଲିଭ୍ ରିଡଲେ

ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଏହି କଇଁଛଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏଥର ସକାଳୁ ରାତି ଯାଏ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ସେଥିପାଇଁ ଚଳିତ ଥର ରେକର୍ଡ କରିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ ।

Matric Exam
ଦାଦନ ଖଟୁଛନ୍ତି ମାଟ୍ରିକ୍ ଛାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ୨ ହଜାର ୭୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ କରିଥିଲେ। ମାତ୍ର ପରୀକ୍ଷା ଦେଉଛନ୍ତି ୨ ହଜାର ୭୧୨ ଜଣ। ବାକି ୬୩ ଜଣ  କିଏ ତାମିଲନାଡୁର ଜୁସ୍ କମ୍ପାନୀରେ କାମ କରୁଛି ତ, ଆଉ କିଏ କେରଳରେ ପ୍ଲାଏ ଉଡ୍ କମ୍ପାନୀରେ ମଜୁରୀ ଖଟୁଛି।

Unique Love Story
Unique Love Story: ଦିବ୍ୟାଙ୍ଗ ପ୍ରେମିକା ମଥାରେ ସିନ୍ଦୂର ଭରି ଚର୍ଚ୍ଚାରେ ଦାଦନ ପ୍ରେମିକ

ପଞ୍ଚାନନ ଜେନା ଓ ଅନ୍ନପୂର୍ଣ୍ଣା ପାତ୍ର। ଚା’ଖଣ୍ଡେ ପେଟ ପାଇଁ ପଞ୍ଚାନନ ଗୋଆରେ ସାଜିଛନ୍ତି ଦାଦନ ଶ୍ରମିକ । ଦିବ୍ୟାଙ୍ଗ ଅବସ୍ଥାରେ ଖଣ୍ଡିଏ ହ୍ବିଲ୍ ଚେୟାରରେ ଜୀବନ ଜୀଉଁଛନ୍ତି ଅନ୍ନପୂର୍ଣ୍ଣା ପାତ୍ର । ହେଲେ ଉଭୟେ ଏବେ ବନିଛନ୍ତି ପତି-ପତ୍ନୀ ।

Road Problem In Koraput
Road Problem At Koraput: ୫୦ ବର୍ଷ ହେଲା ଡଙ୍ଗା ଭରଷାରେ ଗ୍ରାମବାସୀ; ସରୁନି ଦଶମନ୍ତପୁରର ୧୨ ଗ୍ରାମବାସୀଙ୍କ ଦୁଃଖ ?

ପ୍ରାୟ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜର ନିର୍ମାଣ କାମ ନେଇଛି ଭଦ୍ରକର ଏକ ଘରୋଇ ସଂସ୍ଥା । ହେଲେ କାମର ମନ୍ଥର ଗତି ଏବଂ ଗ୍ରାଉଣ୍ଡର ସ୍ଥିତି କହୁଛି, ମାତ୍ର ୨୮୫ ମିଟରର ବ୍ରିଜ୍ କାମ ଆସନ୍ତା ବର୍ଷ ବି ସରିବ କି ନାହିଁ ସନ୍ଦେହ ।

ParcelBomb
Patnagarh Parcel Bomb Case: ପାଟଣାଗଡର ପାର୍ସଲବୋମା ଘଟଣାକୁ ପୁରିଲା ୭ବର୍ଷ, କ୍ଷଣିକରେ ଲୁହରେ ଭିଜିଥିଲା ବିବାହ ଉତ୍ସବ

ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ସଞ୍ଜୁକ୍ତା ସାହୁଙ୍କ ପୁଅ ଇଞ୍ଜିନିୟର ସୌମ୍ୟଶେଖର ସାହୁଙ୍କ ବିବାହ ଉତ୍ସବରେ ଛାରଖାର ହୋଇ ଯାଇଥିଲା ପରିବାର। ରିସପସନ୍ ପାର୍ଟିକୁ ଆସିଥିବା ପାର୍ସଲରେ ଥିଲା ବୋମା, ଯାହାକୁ ଖୋଲିବା ମାତ୍ରେ ଘଟିଥିଲା ବିସ୍ଫୋରଣ। ଯେଉଁଥିରେ ଇଞ୍ଜିନିୟର ସୌମ୍ୟଶେଖର ସାହୁ, ନବବୋହୂ ରିମାରାଣୀ ଓ ଜେଜେମା ଗୁରୁତର ହୋଇଥିଲେ ।

୨୯ ପାଇଁ କଂଗ୍ରେସର ବ୍ରହ୍ମାସ୍ତ୍ର
Special Story: ୨୯ ନିର୍ବାଚନ ପାଇଁ ଦକ୍ଷିଣ ଓଡ଼ିଶା ମଡେଲ ଆପଣାଇବ କଂଗ୍ରେସ

୨୪ ନିର୍ବାଚନରେ କଂଗ୍ରେସ ଦକ୍ଷିଣ ଓଡ଼ିଶାର ୧୦ଟି ବିଧାୟକ ଆସନ ଜିତିଥିଲା । ତେଣୁ ସେହି ରଣନୀତିକୁ ଆହୁରି ମଜବୁତ କରି ସାରା ଓଡ଼ିଶାରେ ପ୍ରୟୋଗ କରିବାର ଯୋଜନା ରଖିଛି ଦଳ ।

Indian Navy
NIT Rourkela: ଭାରତୀୟ ନୌସେନାକୁ ସଶକ୍ତ କରିବା ପାଇଁ ଓଡ଼ିଶାରେ ଚାଲିଛି ଗବେଷଣା, ଶତ୍ରୁ ଆଖିରେ ଧୂଳି ଦେବ ଭାରତୀୟ ନୌସେନାର ବୁଡ଼ାଜାହାଜ

ରାଉରକେଲା ନିଟ୍‌ରେ ଚାଲିଥିବା ଅଭିନବ ଜ୍ଞାନକୌଶଳର ବଡ଼ ଗବେଷଣା, ନୌସେନାର ଶକ୍ତିବୃଦ୍ଧି କରି ଆତ୍ମନିର୍ଭର ଭାରତକୁ ବଳ ଦେବା ସହ ସମୁଦ୍ର ଭିତରେ ତୈଳ ସନ୍ଧାନ ଭଳି ଗବେଷଣାକୁ ବି ସହଜ କରିବ ।

Vigilance Raid
Vigilance Raid In Nabarangpur: ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଜାରି ରହିଛି ଚଢ଼ାଉ

ଜଳନିଧି ଯୋଜନାରେ ସବସିଡି କରାଇ ଦେବା ପାଇଁ ସିଂସାରୀ ପଞ୍ଚାୟତର ଯାମପଦର ଗ୍ରାମର ଜଣେ ଚାଷୀଙ୍କ ଠାରୁ ସମ୍ପୃକ୍ତ ଦୁଇ ଅଧିକାରୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ଟିମ୍‌କୁ ଏନେଇ ଅବଗତ କରାଇଥିଲେ । ଅଭିଯୋଗ ପରେ ଉକ୍ତ ଦୁଇ କୃଷି ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା ।

Snake Bite
Snake Bite : ବଞ୍ଚିଥିବା ବେଳେ ଚିକିତ୍ସା କଲେ ନାହିଁ; ମୃତ୍ୟୁ ପରେ ମିଳୁନି ଅନୁକମ୍ପା ଅର୍ଥ

ପ୍ରବୀଣଙ୍କ ମୃତ୍ୟୁ ଘଟିବାର ୬ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅନୁକମ୍ପା ଅର୍ଥ ରାଶି ପାଇଁ ପ୍ରବୀଣଙ୍କ ପରିବାର ବାରଦୁଆର ଶୁଣ୍ଢୀ ପିଣ୍ଡା ହେଉଛନ୍ତି । ମୃତ ପ୍ରବୀଣଙ୍କ ଘର ଗଞ୍ଜାମ ଜିଲ୍ଲାରେ । କିନ୍ତୁ ତାଙ୍କୁ ସାପ କାମୁଡିଥିଲା ଖୋର୍ଦ୍ଧା ଜିଲ୍ଲାରେ । ପ୍ରଶାସନ ଏତେ ସଜାଗ ଯେ, ତାଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ।

Rainfall Alert
Rainfall Alert: ଆହୁରି ଦୁଇ ଦିନ ବର୍ଷିବ ! ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆସନ୍ତା ୨୫ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

Will Sand Mafia Drain the Subarnarekha Administration
Sand Mafia: ବେଧଡ଼କ ବାଲି ଚୋରା ଚାଲାଣ; ସୁବର୍ଣ୍ଣରେଖା ଗର୍ଭକୁ ଖାଲି କରିଦେବେ କି ମାଫିଆ ?

ସ୍ବର୍ଣ୍ଣଗର୍ଭା ସୁବର୍ଣ୍ଣରେଖା ଉପରେ ବାଲି ମାଫିଆଙ୍କ ଲୋଲୁପ ନଜର। ଦିନ ଦି ପହରେ ଓଡ଼ିଶାରୁ ଲୁଟ୍ ହୋଇ ପଶ୍ଚିମବଙ୍ଗକୁ ହେଉଛି ବେଧଡ଼କ ବାଲି ଚୋରାଚାଲାଣ। 

Balangir Teacher's Unpaid Salary
Teacher’s Unpaid Salary Row: ୩ ମାସ ହେଲା ଚେତା ପଶୁନଥିଲା, ଖବର ବାଜିବା ପରେ ଲେଖାହେଲା ଚିଠି

ବଲାଙ୍ଗିର ପୁଇଁନ୍ତଳା ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ୩ ମାସ ହେଲା ଦରମା ନମିଳିବା ଅଭିଯୋଗରେ ଛୁଟି ମାଗିଥିଲେ । ସୂଚନାଯୋଗ୍ୟ ଶିକ୍ଷକ ଜଣକ ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଥିଲେ ।

Rainfall Alert
Weather Update: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ! ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଜି ୪ଟି ଜିଲ୍ଲାରେ ଛେଚିବ ବର୍ଷା । ବର୍ଷା ପବନ ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Paradeep
Paradeep Market Complex: ପାରାଦୀପ ନୂଆବଜାର ମାର୍କେଟର ଦୋକାନ ଗୁଡିକରେ ଝୁଲୁଛି ତାଲା

ସମସ୍ୟା ଘେରରେ ପାରାଦୀପ ନୂଆବଜାର ମାର୍କେଟ ବିଭନ୍ନ ଅବ୍ୟବସ୍ଥା କାରଣରୁ ଏହି ମାର୍କେଟକୁ ଗ୍ରାହକ ଆସୁନଥିବା ଦେଖିବାକୁ ମିଳୁଛି । ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ ମାର୍କେଟ କମ୍ପ୍ଲେକ୍ସରେ ବେପାର ନହେବାରୁ ଦୋକାନ ଗୁଡିକରେ ତାଲା ଝୁଲୁଛି ।

Forest Safety
Women Protecting Forests: ଜଙ୍ଗଲକୁ ଘଣ୍ଟ ଘୋଡ଼ାଇଛି ମାଆର ପଣତ କାନି

ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା ଆଜି ତାହା ସମସ୍ତଙ୍କୁ ଆକର୍ଷିତ ଏବଂ ଆଚମ୍ବିତ କରୁଛି । ୨୨ ବର୍ଷ ତଳେ ଟାଙ୍ଗରା ଭୂଇଁ ପଡ଼ିଥିବା ଏ ଇଲାକା ଏହି ମହିଳାମାନଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ।

ଓଡ଼ିଶାରେ ସୁନା, ଖୋଳାଯିବ ଖଣି !
Special Story: ସୁନାର ଓଡ଼ିଶାରେ ପୁଳାପୁଳା ସୁନାଖଣି !

କେନ୍ଦୁଝରର ସଲେଇକେନା, ମାଙ୍କଡ଼ ଚୁଆ, ଡ଼ିମିରିମୁଣ୍ଡାରେ OMC ଦ୍ୱାରା ଜି-4 ସ୍ତରର ସର୍ଭେ କାରାଯାଇଛି । ସେହିପରି ବାଂଶପାଳ ବ୍ଲକର ଜଳଡିହା ଗାଁ ନିକଟ ସୁନାଖଣି ଜଙ୍ଗଲରେ ମିଳିଛି ସୁନାର ସନ୍ଧାନ ।

Matric Examination
Matric Examination: ଆଜିଠୁ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାଡ୍, ପେପର୍ ଲିକ୍ ରୋକିବ କ୍ୟୁଆର୍ କୋଡ୍

ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି ।

Teacher Protest For Salary
Teacher Works As Labourer: ଶିକ୍ଷକଙ୍କ ନିଆରା ପ୍ରତିବାଦ, ମୂଲ ଲାଗିଲେ ଶିକ୍ଷକ ପ୍ରଭୁଦତ୍ତ ସାହୁ

ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି ।

Elderly Woman Declared Dead In Jajpur
Old Age Pension: ବଞ୍ଚି ଥାଉଥାଉ ମାରିଦେଇଛି ପ୍ରଶାସନ, ନିଜକୁ ଜୀବିତା ଦର୍ଶାଇବାକୁ ସଂଘର୍ଷ ଜାରି ରଖିଛନ୍ତି ବୃଦ୍ଧା

ଜୀବିତା ବୃଦ୍ଧାଙ୍କୁ ମୃତ ଦର୍ଶାଇ ସରପଞ୍ଚ ଓ ପିଇଓ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ମାସ ହେଲା ବୃଦ୍ଧାଙ୍କ ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି ।

IAS
କିଟରେ ଆସ୍ଥାନ ଜମାଇଛନ୍ତି ବହୁ IAS-IPSଙ୍କ ପତ୍ନୀ: ତାରା

KIITରେ ଗଦା ଗଦା ପ୍ରଭାବଶାଳୀଙ୍କ ପତ୍ନୀ ଓ ସଂପର୍କୀୟ। ପୂର୍ବରୁ ହେଉଥିବା ଏହି ଚର୍ଚ୍ଚାକୁ ପବ୍ଲିକ୍‌ ଫୋରମକୁ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି।

Kiit Land Issue
ଯେଉଁ ଜମି ଉପରେ ଆଖି ପକାଏ କିଟ୍, ସେ ଜମି ତାହାର

ଜଙ୍ଗଲ ଜମି ସହ ଶିଳ୍ପ ନାଁରେ ରାଜ୍ୟ ସରକାରଙ୍କୁ ଚୂନ ଲଗାଇ ଅଧିଗ୍ରହଣ ହୋଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି । କେଳେଙ୍କାରୀ ବେଧଡ଼କ୍ ଚାଲିଥିଲେ ମଧ୍ୟ ଆଖି ବନ୍ଦ କରିଦେଇଥିଲେ ପୂର୍ବ ବିଜେଡି ସରକାର । ଅଚ୍ୟୁତ ସାମନ୍ତ ନିଜ ସଂସ୍ଥା ନାଁରେ ଇଡକୋଠୁ ୨୦୧୨ ମସିହାରେ ହାତେଇ ଥିଲେ ୮୯ ଏକର ଜମି ।