• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରେଳ ବଜେଟରେ ଏଥର ଓଡ଼ିଶା ଭାଗରେ ପଡ଼ିଲା ୧୦ ହଜାର ୫୯୯ କୋଟି । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି, ରାଜ୍ୟରେ ବିଗତ ୧୦ ବର୍ଷରେ ୨ ହଜାର ୪୬ କିଲୋମିଟର ନୂଆ ଟ୍ରାକ୍ ନିର୍ମାଣ ହୋଇଥିବାବେଳେ ୧୮ ଶହ ୯୮ କିଲୋମିଟର ଟ୍ରାକରେ ଚାଲିଛି କବଚ କାମ । ଯାହା ମାଲେସିଆ ଭଳି ଦେଶର ସମ୍ପୂର୍ଣ୍ଣ ରେଳ ଲାଇନ ଠାରୁ ମଧ୍ୟ ଅଧିକ ବୋଲି କହିଛନ୍ତି ରେଳମନ୍ତ୍ରୀ ।

ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ଏବେ ୭୮ ହଜାର କୋଟି ଟଙ୍କାର ନୂଆ ନିବେଶ ହୋଇଛି । ବଡ଼ କଥା ହେଉଛି ଗତ ଜୁଲାଇରୁ ଏଯାଏଁ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି । ଅମୃତ ଭାରତ ଯୋଜନାରେ ୫୯ଟି ନୂଆ ରେଳଷ୍ଟେସନ କାମ ଚାଲିଛି । ଏବେ ରାଜ୍ୟରେ ୬ ବନ୍ଦେ ଭାରତ ଟ୍ରେନ ଚାଲିଥିବା ବେଳେ ଖୁବଶୀଘ୍ର ଆହୁରି ନୂଆ ଟ୍ରେନ ଚାଲିବ ।

ସେହିପରି ୪ ଲେନ୍ ହେବ କୋଲକାତା-ଚେନ୍ନାଇ ରେଳପଥ । ଏବେ ବିଶାଖାପାଟଣା ପର୍ଯ୍ୟନ୍ତ ୩ ଲେନ୍‌ କାମ ଚାଲିଛି । ଯେଉଁଥିରୁ କୋଲକାତାରୁ ଭଦ୍ରକ କାମ ଖୁବଶୀଘ୍ର ସରିବ । ଜୁଲାଇ ୨୦୨୪ରେ ଆରମ୍ଭ ହୋଇଥିବା କବଚ ଇନଷ୍ଟଲେସନ କାମ ୬ ବର୍ଷ ଭିତରେ ସରିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାରେ ୧୮ ଶହ ୮୮ କିଲୋମିଟର ରେଳଲାଇନରେ ଚାଲିଛି କବଚ ଇନଷ୍ଟଲେସନ । ଏବର୍ଷ ବଜେଟରେ ୧ ଲକ୍ଷ ୫୪ ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁରକ୍ଷା ପାଇଁ ବ୍ୟୟବରାଦ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିପରି ୨୩୪ଟି ଷ୍ଟେସନରେ ୱାଇଫାଇ କାମ ସରିଥିବା କହିଛନ୍ତି ରେଳମନ୍ତ୍ରୀ । ତା’ସହ ଓଡ଼ିଶାକୁ ପୂର୍ବବର୍ଷର ଅନୁଦାନ ତଥ୍ୟ ଦେଇ ରେଳମନ୍ତ୍ରୀ କହିଛନ୍ତି, ୨୦୨୪ରେ ୧୦ ହଜାର ୫୮୬ କୋଟି ଟଙ୍କା, ୨୦୨୩ରେ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଥିଲା । ୟୁପିଏ ସରକାର ସମୟରେ ୮୩୮ କୋଟି ଟଙ୍କା ମିଳୁଥିଲା ।

ଅଧିକ ପଢ଼ନ୍ତୁ: ଅନଲାଇନ କାରବାରର ଟେର୍ ମିଳୁନି....ପୋଲିସ୍‌କୁ ଚକ୍‌ମା ଦେଇ କେମିତି ଖସିଯାଉଛି ସଟ୍ଟାଡନ୍ ?

OTV is now on Whatsapp

Join and get latest news update delivered to you via whatsapp

Join Now