ଟିକେ ଲାଲ ଲାଲ ତ କିଏ ଲମ୍ବା ଆଉ କିଏ ଗୋଲ ଗୋଲ.. କେତେକ କଞ୍ଚା ଟକ ଟକ.. ତ କେତେକ ପାଚି ଆସିଲାଣି.. ଆଉ କେତେ ଦରକଞ୍ଚା ବା ଦର ପାଚିଲା.. ୟାକୁ ଦେଖିଲେ ପାଟିରୁ ଲାଳ ଗଡ଼ୁଛି..
ନେତାଏ କାନ ଖୋଲି ଶୁଣନ୍ତୁ..ଏମାନେ ହେଲେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋପାଳପୁର ବେଗୁନିଆପଦା ଗାଁର ଲୋକ.. ଆପଣଙ୍କର ଭୂମିହୀନ ଭୋଟର୍..
ନା ରାଜ୍ୟ ସରକାରଙ୍କ ଚେତା ପଶୁଛି ନା ବାଲି ମାଫିଆ ସତର୍କ ହେଉଛନ୍ତି। ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ ସହ ବେଆଇନ୍ ବାଲି ଉଠାଣ ମାମଲାରେ ହାଇକୋର୍ଟଙ୍କ ଛାଟ ପରେ ବି ଭାଙ୍ଗୁନି କାହାରି ନିଦ।
ନା ରାଜ୍ୟ ସରକାରଙ୍କ ଚେତା ପଶୁଛି ନା ବାଲି ମାଫିଆ ସତର୍କ ହେଉଛନ୍ତି। ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ ସହ ବେଆଇନ୍ ବାଲି ଉଠାଣ ମାମଲାରେ ହାଇକୋର୍ଟଙ୍କ ଛାଟ ପରେ ବି ଭାଙ୍ଗୁନି କାହାରି ନିଦ।
ପିଲାଠୁ ଆରମ୍ଭ କରି ବୟସ୍କ ଏଇ ଗାଁରେ ସମସ୍ତେ ଖୋ ଖୋ ଖେଳରେ ମସଗୁଲ.. ୧୦-୧୨ ବର୍ଷ ବୟସରୁ ପିଲାମାନେ ଏଠି ଖୋ ଖୋ ଅଭ୍ୟାସ କରନ୍ତି.. ଏଇ ଗାଁରେ ଅଛନ୍ତି ଅନେକ ସଫଳ ଖୋ ଖୋ ଖେଳାଳି.. ପ୍ରାୟ ୮୦ ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ନ୍ୟାସନାଲ, ଇଣ୍ଟର ନେସନ୍ୟାଲ ମ୍ୟାଚ୍ ଖେଳି ଗାଁର ନାଁ ରଖିଛନ୍ତି..
ସେ Autism Spectrum Disorder ହେଲେ ନିଜ ଜିର୍ ରୁ ଅଟଳ। ଯାହା ଇଚ୍ଛା କରିଛନ୍ତି କରି ଦେଖାଇଛନ୍ତି କଟକ ଚାଉଳିଆଗଞ୍ଜର ମାନସିକ ଅପରିପକ୍ୱ ପୁଅ ଅବିନାଶ ପାଣିଗ୍ରାହୀ।
ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ ।
ଏସସିବି ମେଡିକାଲରେ କେବଳ ମେଡିସିନ ୱାର୍ଡ ନୁହେଁ, କାଜୁଆଲିଟିରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣାରେ ଆହତ ହୋଇ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସିଡିରେ ନିଆଯାଉଛି ।
ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି ।
ରେଭେନ୍ସାଙ୍କ ନାଁରେ ଅନୁଷ୍ଠାନ କଥା କହିଲା ବେଳେ ଇଙ୍ଗିତ କଲେ ଭର୍ତ୍ତୃହରି। କେବଳ ଅନୁମତି ପାଇବାକୁ ଇଂରେଜଙ୍କ ନାଁରେ ଅନୁଷ୍ଠାନ କରାଯାଉଥିଲା। ଆଜି ବି ଆମ ସମାଜରେ ଏମିତି କିଛି ଶାସକ ବର୍ଗ ଅଛନ୍ତି ଯିଏ ଚାହାଁନ୍ତି ସବୁ କିଛି ତାଙ୍କ ନାଁରେ ହେଉ।
ଐତିହାସିକ ମେଳାରେ ମାଳ ମାଳ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବାଲିଯାତ୍ରା ସରିବାର ୩ ଦିନ ପରେ ବି ପଡ଼ିଆରେ ଆବର୍ଜନା ପଡ଼ି ରହିଥିବା ବେଳେ, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶହ ଶହ କଲେଜ ଛାତ୍ରଛାତ୍ରୀ।
କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ 'ବାଲି' ଛାଟ। ବାଲି ପରିବହନ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି କହିବା ସହିତ, ତତ୍କାଳୀନ ଜିଲ୍ଲାପାଳ ଚୟନୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ଘଣ୍ଟାକ ମଧ୍ୟରେ ମନ୍ଦିର ଦ୍ୱାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଲେ ଆଠଗଡ଼ ଉପଜିଲ୍ଲାପାଳ।
ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି ।
ବିଜେପି କର୍ପୋରେଟର ସିଏମସିରେ ହୋଇଥିବା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଜବାବ ମାଗିଥିଲେ। ସେହିପରି ବାଲିଯାତ୍ରାରେ ପ୍ରତିବର୍ଷ ଅସ୍ଥାୟୀ ଶୌଚାଳୟ ସ୍ଥାପନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁଣି ଚଳିତବର୍ଷ ୨୪ ଲକ୍ଷ ଟଙ୍କା ଖର୍ଚ୍ଚକରି ହେଉଥିବା ଶୌଚାଳୟ ସ୍ଥାପନକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଛି।
ଓଟିଏମରେ ତାଲା, କାଗଜ କଳରେ ତାଲା, ଲିବ୍ରା କାର୍ପେଟ କମ୍ପାନୀରେ ମଧ୍ୟ ତାଲା ।
ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ।
ଶାରଦୀୟ ଦୁର୍ଗା ପୂଜା ଆସିଲେ ସବୁବେଳେ ଚର୍ଚ୍ଚାରେ ରୁହେ, ହଜାରେ ବର୍ଷର ସହର କଟକ। କାରଣ ଏଠି ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼। ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ। ଏଥର ବି ପୂର୍ବଭଳି ଚମକି ଉଠୁଛି ସିଲଭର୍ ସିଟି।
ଷଷ୍ଠୀରେ ଧରାବତରଣ, ଆଜି ସପ୍ତମୀରେ ମହାମାୟାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୁଖରିତ ଚତୁର୍ଦିଗ। ମାଆଙ୍କ ଆବାହନୀରେ କମ୍ପୁଛି ପୀଠ ଓ ମଣ୍ଡପ। ଆଜି ଟ୍ବିନ ସିଟିରି ବିଭିନ୍ନ ପୂଜା ମଣ୍ଡପରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ମାଆଙ୍କ ସପ୍ତମୀ ପୂଜା....
ଏଠି ମହିଷା ମର୍ଦ୍ଦିନୀ ରୂପରେ ନୁହେଁ, କୋଡ଼ିଏଟି ଭୁଜା ସହ ପୂଜା ପାଆନ୍ତି ମାଆ । କାହିଁ କେଉଁ କାଳରୁ ମାଆ ଏଠି ବିଂଶ ଭୁଜା ରୂପେ ପୂଜିତା । ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରି ମାଆ ଏଠାରେ ବିଶ୍ଵରୂପା ଶକ୍ତି ସ୍ୱରୂପିଣୀ ଭାବରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ ।
ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ଯୋଗେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଲିଯାତ୍ରା ଆୟୋଜନ ପାଇଁ ସବୁ ବିଭାଗର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ବୋଲି କହିଛନ୍ତି ଆମିକସ କ୍ୟୁରୀ। ଆସନ୍ତା ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।
କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ ।
ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ ।