• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack

couple adopts
ଜନ୍ମ କଲା ମାଆ ଫୋପାଡି ଚାଲିଗଲା, ଜର୍ମାନୀରୁ ଆସି କୋଳେଇ ନେଲେ ଦମ୍ପତି

ଦିନେ ଜୀବନ ସହ ସଂଘର୍ଷ କରୁଥିଲା ନବଜାତ ଶିଶୁକନ୍ୟାଟି.. ହେଲେ ଆଜି ଦେଖନ୍ତୁ କୁନି ପରୀ ଟିଏ ଭଳି ଦିଶୁଛି.. ଟୁକୁ ଟୁକୁ ଅନାଇ ଖିଲି ଖିଲି ହସୁଛି..କୋଳରେ ଗେହ୍ଲା ହୋଇ ବୋତଲ ଧରି କ୍ଷୀର ଖାଉଛି.. ଏଇ କୁନି ଝିଅକୁ ଈଶ୍ୱର ସାହା ହୋଇଛନ୍ତି.. ଆଉ ସେ ଅନାଥ ନୁହେଁ.. ତା ଭାଗ୍ୟ ବଦଳିଯାଇଛି..

Choudwar news
କ୍ରିକେଟ୍ ଖେଳରୁ ମହାଭାରତ; ଫିଲ୍ଡ ଭିତରେ ଅମ୍ପାୟାରଙ୍କୁ ହତ୍ୟା

ପଡିଆ ଭିତରେ ଛୁରୀରେ ଆକ୍ରମଣ, ବ୍ୟାଟରେ ବାଡେଇ ବାଡେଇ ହତ୍ୟା । ତାହା ପୁଣି ଜଣେ ଅମ୍ପାୟାରଙ୍କୁ । ଗାଁ କ୍ରିକେଟରେ ଏଭଳି ବଡ ଅଘଟଣ ଘଟିଛି ଚୌଦ୍ୱାର ଥାନା ମହିଁଶାଲଣ୍ଡାରେ । ଅମ୍ପାୟାରଙ୍କ ଆଉଟ୍ ନିଷ୍ପତ୍ତିରେ ପ୍ରଥମେ ଯୁକ୍ତିତର୍କ ପରେ ରକ୍ତାକ୍ତ ସଂଘର୍ଷ ଘଟିଛି ।

Liver
ଏସସିବିରେ ଲିଭର ପ୍ରତିରୋପଣ ପାଇଁ ଆଉ କେତେ ବର୍ଷ ?

ବଡ଼ ବଡ଼ କୋଠା, ବଡ଼ ଡାକ୍ତରଖାନା, ବଡ଼ ଆଶା। ସେଥିରେ ପୁଣି କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାର ସ୍ବପ୍ନ। ହେଲେ ୧୦ ବର୍ଷ ତଳୁ ୨୨ କୋଟିର ବ୍ୟୟ ବରାଦ, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କିଣା ଏବଂ ଦୁଇ ଦୁଇ ଥର ଶୁଭାରମ୍ଭ ସତ୍ତ୍ବେ କଟକ ବଡ଼ ମେଡିକାଲରେ ଆରମ୍ଭ ହୋଇପାରୁନି ଯକୃତ ପ୍ରତିରୋପଣ ବ୍ୟବସ୍ଥା। ଦ୍ୱିତୀୟ ଥର ପାଇଁ ୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ ଏସସିବି ମେଡିକାଲର ହେପାଟୋଲୋଜି ବିଭାଗରେ ଲିଭର ଟ୍ରାନସ୍ ପ୍ଲାଣ୍ଟେସନ୍ ଓପିଡିର ଉଦଘାଟନ ଅବସରରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରଥମ ରୋଗୀ ଭାବେ ବିଚିତ୍ରା ନନ୍ଦ ଖଟୁଆଙ୍କ ଲିଭର ଟ୍ରାନ୍ସ ପ୍ଲାଣ୍ଟକୁ ଐତିହାସିକ ବୋଲି କହିଥିଲେ।

Tension erupts in Athagarh
ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନରେ ଏକ ହାତୀ ଶିକାର ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହାକୁ ନେଇ ତାତିଲେ ଲୋକେ । ଜାଳିଦେଲେ ବନବିଭାଗର ବିଟ୍ ହାଉସ...

Mosquito menace in Cuttack & Bhubaneswar
ମଶା ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଟ୍ୱିନସିଟି

ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ବିଜେପି କର୍ମୀ।

Bali Jatra
ବାଲିଯାତ୍ରାରେ ହୋଇଛି ସାଙ୍ଘାତିକ ଦୁର୍ନୀତି

ବାଲିଯାତ୍ରାରେ ହୋଇଛି ସାଙ୍ଘାତିକ ଦୁର୍ନୀତି। ବିନା ଟେଣ୍ଡରରେ ବିଜେଡି କର୍ପୋରେଟରଙ୍କ ସଂପର୍କୀୟଙ୍କୁ ଲକ୍ଷଲକ୍ଷ ଟଙ୍କାର କାମ

Balijatra
ଏଥର ବାଲିଯାତ୍ରାରେ ରେକର୍ଡ ସଂଖ୍ୟାରେ ବେପାର

ଦେଶୀ ସାମଗ୍ରୀରୁ କାଶ୍ମୀର ଶଲ୍ । ହାତ ତିଆରି ମାଣିଆବନ୍ଧ ଶାଢିରୁ ବନାରସୀ ପାଟ । ଜିରା ଠାରୁ ହୀରା, ଶୁଖୁଆ ଠାରୁ ସୁନା, ସବୁକିଛି ମିଳୁଛି ବାଲିଯାତ୍ରାରେ । ସେଥିପାଇଁ ତ ଏଥର ଜମିଛି ନାହିଁ ନଥିବା ଭିଡ । ବ୍ୟବସାୟ ହେଉ ଅବା ଗ୍ରାହକଙ୍କ ଗହଳି ।

Baliyatra 2022
ଏବର୍ଷ ଆକର୍ଷଣୀୟ ହେବ ବାଲିଯାତ୍ରା

ସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି ।

Dhabaleswar Temple
ପ୍ରଶାସନର ନିଷ୍ଠୁର ନିଷ୍ପତ୍ତି! ଶ୍ରଦ୍ଧାଳୁଠୁ ବ୍ୟବସାୟୀ ଯାଏଁ ସମସ୍ତେ ଖପ୍ପା

ଝୁଲାପୋଲ ବନ୍ଦ, ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି । ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜି କରାଯାଇଛି ନୂଆ ବ୍ୟବସ୍ଥା । ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଝୁଲାପୋଲ ପାଖରେ ଲାଗିବ ଏଲଇଡି ସ୍କ୍ରିନ୍ । ଭର୍ଚୁଆଲରେ ଭକ୍ତ କରିବେ ବାବଙ୍କ ଦର୍ଶନ । ତେବେ ପ୍ରଶାସନର ଏହି ନିଷ୍ପତ୍ତିକୁ ବି ନାପସନ୍ଦ କରିଛନ୍ତି ପୂଜକ ଓ ଦୋକାନୀ । ଏପଟେ ଭକ୍ତ ବି ନିରାଶ ।

Special story
କଟକ ଜଗତପୁର ଅଞ୍ଚଳରେ ହାତୀ-ମଣିଷ ଲଢେଇ

ଆଠଗଡ଼ ବନାଞ୍ଚଳରୁ ଗତକାଲି ରାତିରେ ଚାଲି ଆସିଥିବା ୩ଟି ହାତୀ ଜଗତପୁରର ଜନବସତି ଅଞ୍ଚଳକୁ ପଶି ଆସି ୨ ଜଣଙ୍କୁ ଦଳି ମାରିବା ସହ ଏ ଅଞ୍ଚଳରେ ଆତଙ୍କ ମଚାଇଛନ୍ତି ।

Cyber fraudster dupes woman
ଇମୋସନାଲ ବ୍ଲାକମେଲିଂ: ଶିକାର ବନିଗଲେ ଉଚ୍ଚଶିକ୍ଷିତ ଯୁବତୀ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା।

Kargil Vijay Diwas: Family remembers martyred soldier । Cuttack
କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ଗୋପୀନାଥ; ଆଜି ବି ଝୁରୁଛି ଜନାର୍ଦ୍ଦନପୁର

ବୀରପୁତ୍ରକୁ ହରାଇ ଏବେ ବି କାନ୍ଦୁଛି ସହିଦ ଗୋପୀନାଥ ଜନ୍ମମାଟି...

prisoner escapes from cuttack SCB Medical
କଟକ ବଡ଼ ମେଡିକାଲରୁ ବିରଧୀନ କଏଦୀ ଫେରାର୍

ବଡ଼ ମେଡିକାଲରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ....

India-South Africa T20 at Barabati Stadium
No Mask, No Entry: ମ୍ୟାଚ୍‌ ବେଳେ ବାରବାଟୀ ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଖାଦ୍ୟ ମନା

ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ପ୍ରେସ୍‌ମିଟ୍‌ରେ  କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ।

India West Indies Barabati ODI Black Marketeers Offer Tickets On OLX
ବ୍ଲାକ୍ ହେଉଛି ବାରବାଟୀ ଟିକେଟ୍; OLXରେ ବିଜ୍ଞାପନ ଦେଇ ୮ରୁ ୯ ଗୁଣ ଅଧିକ ଦରରେ ବିକୁଛନ୍ତି ଠକ

ବାରବାଟୀ ଟିକେଟ୍ ବ୍ଲାକ୍ କରିବାକୁ ଦୁବୃର୍ତ୍ତ ଆପଣାଇଛନ୍ତି ଡିଜିଟାଲ ଫର୍ମୁଲା । OLXରେ ବିଜ୍ଞାପନ ଦେଇ ବିକୁଛନ୍ତି ଚଢ଼ା ଦରରେ ଟିକେଟ୍ ।

LED Floodlight inaugurated at Barabati stadium in Cuttack
ସଜେଇ ହେଉଛି ବାରବାଟୀ; LED ଲାଇଟ୍‌ରେ ଝଲସୁଛି ପଡ଼ିଆ

ସଜେଇ ହେଲାଣି ବାରବାଟୀ..ଆଉ ଦିନକ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ।

Duplicate sauce manufacturing unit busted in Cuttack
ତାଟି ଘେରା ପାଇଖାନା ପାଖରେ ବସିଛି ଗୁପଚୁପ୍ ଫ୍ୟାକ୍ଟ୍ରି

ନକଲି ସାମଗ୍ରୀର ଏ ପ୍ରାବଲ୍ୟ ଭିତରେ ଯେମିତି ଅସଲି ଜିନିଷକୁ ଭୁଲିଗଲେଣି କଟକବାସୀ।

Anubhav-Varsha domestic violence case: Cuttack SDJM court reserves verdict
ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କଟକ SDJM କୋର୍ଟ

ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲାର କଟକ SDJM କୋର୍ଟରେ ଶୁଣାଣି ହୋଇଛି...

Body of an unidentified woman found near Krushak Bazaar in Bidanasi
କଟକରେ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ; ହତ୍ୟା ସନ୍ଦେହ

କଟକ ବିଡ଼ାନାସୀ କୃଷକ ବଜାରରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମାର୍କେଟରେ ଥିବା ପାଣି ଟାଙ୍କି ତଳେ ଏକ ମୃତଦେହ ପଡ଼ି ରହିଛି ।

News Fuse । Cuttack police gather to welcome new DCP
ଆଲୋ ମାମୁଁ ମାନେ ଏଇଠି...ଚୋର ସିଆଡ଼େ କଳାକନା ବୁଲାଇ ଦେବେ ଯଦି?

ଆଲୋ କିଏ ଆଉଛନ୍ତି କି? ମାମୁଁମାନେ କଣ ଏକାଠି ହେଲେଣି ଏଇଠି? ପୁଣି ହାତରେ ଏତେ ଦାମିକିୟା ଫୁଲ...ଆଜ୍ଞା ଏମାନେ ସମସ୍ତେ ଏଠାରେ ଏକାଠି। କିନ୍ତୁ ଏତେ ସ୍ୱାଗତର ଆୟୋଜନ କାହା ପାଇଁ?

Cuttack: Mobile Loot Gang Busted, 1 Arrested
ନୂଆ ଦାୟିତ୍ୱ ନେବା ପରେ ଆକ୍ସନ ମୋଡ୍‌ରେ କଟକ ଡିସିପି, ମୋବାଇଲ ଚୋରି ଗ୍ୟାଙ୍ଗ୍‌ର କଲେ ପର୍ଦ୍ଦାଫାଶ

କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପୋଲିସ ୪୯ଟି ଚୋରା ମୋବାଇଲ ଫୋନକୁ ଜବତ କରିଛି ।

Cuttack Farmers In Distress After Standing Crop In Over Hectares Of Land Damaged By Pests
ରୋଗ ପୋକ ଯୋଗୁଁ ରବି ଚାଷ ନଷ୍ଟ

କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ ।

Cuttack Farmers In Distress After Standing Crop In Over Hectares Of Land Damaged By Pests
ରୋଗ ପୋକ ଯୋଗୁଁ ଫସଲ ନଷ୍ଟ; ଏବେ ଋଣ କିପରି ଶୁଝିବ ଚଷା ପୁଅ ?

ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

SCB Medical
କଟକ ବଡ଼ ମେଡ଼ିକାଲ୍‌ରେ ବିଚିତ୍ର ବ୍ୟବସ୍ଥା, ଷ୍ଟ୍ରେଚର୍ ଆଉ ହୁଇଲ ଚେୟାର ପାଇଁ ବନ୍ଧା ପଡୁଛି ମୋବାଇଲ୍ ଫୋନ୍

ବିକଳ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । କହୁଛନ୍ତି ଜମିପଟ୍ଟା ପଛେ ନିଅ, ମୋବାଇଲ୍ ନିଅନି । ପୂର୍ବରୁ ରୋଗୀ ଓ ସମ୍ପର୍କୀୟଙ୍କ ପରିଚୟପତ୍ର ରଖାଯାଉଥିଲା । ଏବେ କିନ୍ତୁ ବନ୍ଧକ ପଡୁଛି ମୋବାଇଲ୍ । ରୋଗଦୁଃଖ ସମୟରେ ଆଉ ବିକଳ୍ପ ନଥିବା ସଂପର୍କୀୟ ବା କରିବେ କଣ ? ବାଧ୍ୟ ହେଉଛନ୍ତି ମୋବାଇଲ ଦାଖଲ କରିବାକୁ ।

Fake Detergent
ଭେଜାଲ ସାମଗ୍ରୀର ହବ୍‌ ପାଲଟିଲାଣି କି କଟକ ?

ନାମୀ ଦାମୀ ପ୍ରତିଷ୍ଠିତ କମ୍ପାନିର ଲେବଲ୍, ପ୍ୟାକେଜିଂକୁ ନକଲ କରି ସେଥିରେ ନକଲି ଓ ନିମ୍ନମାନର ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଏଥିରେ କପଡ଼ା ଠିକ୍‌ରେ ସଫା ତ ହେବ ନାହିଁ, ବରଂ ଖରାପ ହେବ । ଏପରିକି ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପଡ଼ିବାର ଆଶଙ୍କା ଅଛି ।