Advertisment

Rap Singer Death: ଓଡ଼ିଆ ରାପର୍ ଅଭିନବ ସିଂହ ମୃତ୍ୟୁ: ବାପା ଆଣିଲେ ସାଂଘାତିକ ଅଭିଯୋଗ

ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ଲାଲବାଗ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Death person

Death person

ମୋ ପୁଅକୁ ନିର୍ଯାତନା ଦିଆଯାଉଥିଲା...। ବୋହୂ, ତାର ମା’ ଓ ବାପା ତାକୁ ନିର୍ଯାତନା ଦେଉଥିଲେ... । ଏଥିପାଇଁ ମୋ ପୁଅ ମରିଗଲା। ଏପରି ଅଭିଯୋଗ ଆଣି ଲାଲବାଗ ଥାନାରେ ଅଭିଯୋଗ କରିଛନ୍ତି ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ବାପା। ବେଙ୍ଗାଲୁରୁରେ ଅଭିନବଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ସ୍ତ୍ରୀ ତାଙ୍କ ପରିବାର ଲୋକେ ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ଲାଲବାଗ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।

ଏପରିକି ପୁଅ ମାନସିକ ଚାପରେ ଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ବେଙ୍ଗାଲୁରୁ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Advertisment

ଅଭିନବଙ୍କ ଘର କଟକର କାଳିଗଳି ନିକଟରେ। ସେ ବେଙ୍ଗାଲୁରୁରେ ନିଜ ସ୍ତ୍ରୀ ସହ ରହୁଥିଲେ। ତେବେ ଅଭିନବଙ୍କ ମୃତ୍ୟୁ କିପରି ହେଲା, ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢନ୍ତୁ : Odisha Subhadra Yojana 2025: ବାଦ୍ ପଡ଼ିବେନି ଜଣେ ବି ଯୋଗ୍ୟ ମହିଳା, ସମସ୍ତଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

Cuttack Sucide Or Murder
Advertisment
Advertisment