• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack

Cuttack Fire
ପାର୍ବଣ ଭିଡ଼ ଆଗରୁ କଟକରେ ଭୟଙ୍କର ଅଗ୍ନିକାଣ୍ଡ, ନାକେଦମ କଲା ଚୌଧୁରୀ ବଜାରର ନିଆଁ

ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା।

Poor drinking water
ଜଳ ନେଉଛି ଜୀବନ; ଦୂଷିତ ପାଣି ପିଇ ଗୋଟିଏ ଗାଁର ଗଲାଣି ୬୦ ଜୀବନ

କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବାଙ୍କୀ ବ୍ଲକ ଉତ୍ତର ପାର୍ଶ୍ୱରେ ଥିବା କନ୍ତ ପହଁରା ଗାଁରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ମଣିଷ ଭୋଗୁଛି ଜଳ ଯନ୍ତ୍ରଣା । ପାଣି ପାଇଁ ଧୀରେ ଧୀରେ ଖାଲି ହେବାରେ ଲାଗିଲାଣି ଗାଁ ।

chit fund
ଆଉ ମିଳିବ ଚିଚଫଣ୍ଡ ଟଙ୍କା ? ସତ୍ୟପାଠରେ ଫୁଟିଲା ଛତୁ, ଦସ୍ତାବିଜରେ ଉଠିଲା ଗଛ

ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ ଗଛ ଉଠିବା ସହ ଲତା ମାଡ଼ି ଗଲାଣି ।

altered bike silencers
ସାବଧାନ ! ଉତ୍ପାତିଆ ଗାଡି ଡ୍ରାଇଭର, ଏଥର ଫାଇନ୍‌ ନୁହେଁ ସିଧା କୋର୍ଟରେ ସାକ୍ଷାତ

ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍‌ । ଏଥର ଫାଇନ୍‌ ନୁହେଁ ବରଂ ଦେଖାସାକ୍ଷାତ୍‌ କୋର୍ଟରେ ହେବ

cuttack netaji bus terminal
ଅଡୁଆ ସୂତାରେ କଟକ ନେତାଜୀ ବସ୍ ଟର୍ମିନାଲ; ଉଦଘାଟନ ପୂର୍ବରୁ ଲାଣିଲାଣି ବିବାଦ

ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।

cuttack netaji bus terminal
ଅଡୁଆ ସୂତାରେ କଟକ ନେତାଜୀ ବସ୍ ଟର୍ମିନାଲ; ଉଦଘାଟନ ପୂର୍ବରୁ ଲାଗିଲାଣି ବିବାଦ

ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।

Meritorious divyang girl dreams to become IAS officer in Cuttack
ସୁଭଦ୍ରାକୁ ଦଇବ ନା ହାତ ଦେଇଛି ନା ଦେଇଛି ଗୋଡ଼ ତଥାପି ସେ ସକ୍ଷମ

ଦିବ୍ୟାଙ୍ଗ ହେଲେ ବି ସେ କାହାଠୁ କମ୍ ନୁହନ୍ତି । ନିଜ ଦୃଢ଼ଇଚ୍ଛା ଶକ୍ତି ଆଗରେ ସମସ୍ତଙ୍କୁ ପଛରେ ପକେଇ ବଞ୍ଚିବାର ରାହା ଆପଣେଇଛନ୍ତି ଦଶମ ଶ୍ରେଣୀ ରେ ପାଠ ପଢୁଥିବା ସୁଭଦ୍ରା....

Man jumps into river in Cuttack
ପାରିବାରିକ କଳହର କରୁଣ ପରିଣତି: ୯ ମାସର କୁନି ଝିଅକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

ବାପା-ମାଆ ଝଗଡ଼ା କଲେ। ନିଇତି ପାଟିତୁଣ୍ଡ, ମାରପିଟ୍ ବି ହେଲା। ପାରିବାରିକ କଳହ ଦିନକୁ ଦିନ ବଢିବାରେ ଲାଗିଲା। ଆଉ ଶେଷରେ ଏହି କଳହର କରୁଣ ପରିଣତି ଭୋଗୁଛି ୧୦ ମାସର କଅଁଳ ଶିଶୁ। କଟକରେ ୯ ମାସର ନିଷ୍ପାପ ଶିଶୁକୁ ଧରି ନଦୀକୁ ଡେଇଁ ପଡିଛି ବାପା। ତେବେ ଭାଗ୍ୟବଶତଃ ପିଲାଟି ବଂଚିଯାଇଛି। ବର୍ତ୍ତମାନ ଆଇସିୟୁରେ ତାର ଚିକିତ୍ସା ଚାଲିଛି। ସେପଟେ ପାଣିରେ ବୁଡି ନିଖୋଜ ବାପାର ଏଯାଏଁ ପତ୍ତା ମିଳିପାରିନି।

Man jumps into Sidua river
୯ ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

୯ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା । କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି । ଏ ନେଇ ସ୍ଥାନୀୟ ଲୋକ ପ୍ରଥମେ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

Cuttack youths join hands to educate tribals
ଆଦିବାସୀ ବସ୍ତିରେ ଶିକ୍ଷାର ଉନ୍ନତି ଦିଗରେ ଅଣ୍ଟା ଭିଡ଼ିଛନ୍ତି ଯୁବଗୋଷ୍ଠୀ

ଶିକ୍ଷାର ବିକାଶ ଦିଗରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ସଚେତନତା ଅଭାବରୁ ଅନେକ ବସ୍ତିରୁ ନିରକ୍ଷରତା ଦୂର ହୋଇପାରୁନାହିଁ । ଏମିତିକି କଟକ ଜିଲ୍ଲାରେ ବହୁ ବସ୍ତି ଅଛି ଯେଉଁଠି ଏ ପଯ୍ୟନ୍ତ ଶିକ୍ଷାର ସୁଧାର ଆସିନାହିଁ । ସେଠାରେ ବସ୍ତିର ଭଗବାନ ହୋଇ ଏମାନେ ପିଲାମାନଙ୍କୁ ଅନ୍ଧାରରୁ ଆଲୋକ ଆଡ଼କୁ ନେଉଛନ୍ତି....

ଶୋକାକୁଳ ପରିବେଶରେ ବୀର ପୁଅକୁ ବିଦାୟ
ଶୋକାକୁଳ ପରିବେଶରେ ବୀର ପୁଅକୁ ବିଦାୟ

ଶୋକାକୁଳ ପରିବେଶରେ ନୌସେନା ଯବାନ ସହିଦ ଜନସନ୍ ବେହେରାଙ୍କୁ ବିଦାୟ । କଟକ ଜିଲ୍ଲା ତିଗିରିଆ ଥାନା ଅଚଳକୋଟ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ।

Aahar Kendra
ତାରକା ହୋଟେଲର ଭ୍ରମ ସୃଷ୍ଟି କରୁଛି କଟକ 'ଆହାର କେନ୍ଦ୍ର'

ଖୁବଶୀଘ୍ର ଲୋକାର୍ପିତ ହେବ ରାଜ୍ୟର ସର୍ବୋତ୍କୃଷ୍ଟ ଏବଂ ଅତ୍ୟାଧୁନିକ ଆହାର କେନ୍ଦ୍ର । ଯାହାର ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ପ୍ରାୟ ୫ କୋଟି ଟଙ୍କା । କଟକ ସହରର ନେତାଜୀ ବସ ଟର୍ମିନାଲ ପରିସରରେ କାର୍ଯ୍ୟକ୍ଷମ ହେବ ଏହି ଆହାର କେନ୍ଦ୍ର । ଯେଉଁଠି ସେଣ୍ଟ୍ରାଲ ଏସି ଭିତରେ ଭୋଜନ କରିବାର ସୁଯୋଗ ପାଇବେ ଯାତ୍ରୀ

unknown animal attack in Cuttacks Niali
ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ । ପୁଣି ଆଠଟି ମେଣ୍ଢା ମାରିଲା ଅଜଣା ଜନ୍ତୁ । ସାତ ବର୍ଷଧରି ଅଜଣା ଜନ୍ତୁ ମାରିଚାଲିଛି ମେଣ୍ଢା । ନିଆଳି ଅଞ୍ଚଳର ସହ ସହ ଚାଷୀଙ୍କ ହଜାର ହଜାର ମେଣ୍ଢା ମାରି ଗୁହାଳ ଖାଲି କରୁଛି। ମେଣ୍ଢା ବଂଶ ଏଠାରେ ଶେଷ ହେବାକୁ ବସିଲାଣି। ଚାଷୀ ଆଉ ମେଣ୍ଢା ଚାଷ କରିବାକୁ ଇଚ୍ଛା କରୁନି ।

Rain fury
ନର୍ଦ୍ଦମା ପାଣିରେ ଭାସୁଛି ଟ୍ୱିନ୍ ସିଟି, କଟକକୁ ବଳି ଗଲାଣି ରାଜଧାନୀର ବର୍ଷା ଦୁର୍ଦ୍ଦଶା

ଡ୍ରେନ୍ ଉପରେ ପାଣିର ସୁଅ, ଘରେ ଭାସୁଛି ଆସବାବ । ପ୍ରବଳ ବର୍ଷାକୁ ଦୋଷ ଦେଇ ହାତ ଟେକି ଦେଲେ କର୍ତ୍ତୃପକ୍ଷ ।

Negligence in CMC's 24-hour call center
କାମ ଦେଉନି CMC ର ୨୪ ଘଣ୍ଟିଆ କଲ୍ ସେଣ୍ଟର୍

ଫୋନ କଲରେ ହେବ ସମସ୍ୟାର ସମାଧାନ । ତୁରନ୍ତ ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବେ ସିଏମସି ଅଧିକାରୀ। ଆଉ ଏଥିପାଇଁ ସିଏମସି ପକ୍ଷରୁ ଖୋଲାଯାଇଛି ୨୪ ଘଣ୍ଟିଆ କଲ୍ ସେଣ୍ଟର। ହେଲେ କଲ୍ କରି କରି ଲୋକେ ନିରାଶ ହେଉଛନ୍ତି ପଛେ ସିଏମସି କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁନି...

cmc
ସ୍ୱାମୀ CMCରେ ଚାକିରିଆ, ସ୍ତ୍ରୀ CMCର ଠିକାଦାର

ହଙ୍ଗାମା, ହୋହଲ୍ଲା, ହାଇଡ୍ରାମା । ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ... ସିଏମସିରେ ଏକାଧିକ ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବସିଥିବା କାଉନସିଲ ବୈଠକରେ ବିରୋଧୀ ବିଜେପି ଏବଂ କଂଗ୍ରେସର କର୍ପୋରେଟରମାନେ ମେୟର ସୁବାସ ସିଂଙ୍କୁ ଏମିତି ଘେରିଲେ ଯେ, ଶେଷରେ ବାଧ୍ୟ ହୋଇ ଅଧାରୁ ବୈଠକ ଛାଡ଼ି ପଳାଇଲେ ଉଭୟ ମେୟର ଏବଂ କମିଶନର ।

CMC
ସ୍ୱାମୀ CMCରେ ଚାକିରିଆ, ସ୍ତ୍ରୀ CMCର ଠିକାଦାର

ହଙ୍ଗାମା, ହୋହଲ୍ଲା, ହାଇଡ୍ରାମା । ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ... ସିଏମସିରେ ଏକାଧିକ ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବସିଥିବା କାଉନସିଲ ବୈଠକରେ ବିରୋଧୀ ବିଜେପି ଏବଂ କଂଗ୍ରେସର କର୍ପୋରେଟରମାନେ ମେୟର ସୁବାସ ସିଂଙ୍କୁ ଏମିତି ଘେରିଲେ ଯେ, ଶେଷରେ ବାଧ୍ୟ ହୋଇ ଅଧାରୁ ବୈଠକ ଛାଡ଼ି ପଳାଇଲେ ଉଭୟ ମେୟର ଏବଂ କମିଶନର ।

Sanitation workers
ପଙ୍କରେ ପଶିଲେ ୫୦୦ ମିଳିବ.. ପରିବାର ଚଳିବ..

ଲୋକେ ନାକ ଟେକି ଚାଲିଯାଆନ୍ତି.. ହେଲେ ଏମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ.. ମାତ୍ର ଟଙ୍କା ୫୦୦ ପାଇଁ ଜୀବନକୁ ବାଜି ଲଗାଇ ନାଳରେ ପଶି ପଙ୍କ କାଢୁଛନ୍ତି ସଫେଇ କର୍ମଚାରୀ, ତାପୁଣି କୌଣସି ସୁରକ୍ଷା କିଟ୍ ବିନା.. ଅଘଟଣ ଘଟିଲେ କିଏ ଦାୟୀ ?

Mahaprayan
କାହା ପାଇଁ ମହାପ୍ରୟାଣ ?

ପୁଣି ଶବକୁ ଅସମ୍ମାନ ! ମୃତଦେହକୁ ମିଳିଲାନି ମହାପ୍ରୟାଣ । ଆସିଲେନି ସାହି ପଡ଼ିଶା । ଟ୍ରଲିରେ ବୋହିନେଇ ସତ୍କାର କଲେ ସମାଜସେବୀ ।

Mahadev Temple
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Swapna foundation celebrates ‘Pahili Raja’
ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ

ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ । ନୂଆ ପୋଷାକ, ପିଠା ମିଠା ସହ ରଜ ଆସର । ଜଙ୍ଗଲ ଘେରା ବାଞ୍ଚିଆମା ଅଦିବାସୀ ବସ୍ତିରେ ପାଳନ କରାଯାଉଛି ରଜ ।

cuttack box drain
କେବେ ପଶିବ ଚେତା ? କଟକ ସହରରେ ବେପରୱା ଢଙ୍ଗରେ ଚାଲିଛି ନିର୍ମାଣ କାମ

ନା ବିପଦଶଙ୍କୁଳ ଅବସ୍ଥାରେ ଥିବା ଏ ଡ୍ରେନ୍ କଡ଼ରେ ଅସ୍ଥାୟୀ ବାଡ଼ଟିଏ ଦିଆ ହେଲା, ନା ସୂଚନା ଫଳକ ଲାଗିଲା । କେଉଁଠି ରାସ୍ତାର ଅଧା ଡ୍ରେନ୍ ଆଡ଼କୁ ଧସି ଆସିଛି ତ କେଉଁଠି ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମ୍ୟାନହୋଲ୍ ।

cuttack box drain
ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ ! ମେୟର ଓ କମିଶନରଙ୍କୁ ଘେରି ଜବାବ ମାଗିଲେ ଲୋକେ

ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ।

cuttack
‘ଜାଣିଶୁଣି.. ଏମାନେ କଟକକୁ ମରଣଯନ୍ତାରେ ପରିଣତ କରିଛନ୍ତି’

ଡ୍ରେନ ପାଇପରେ ଚାପି ହୋଇ ନାବାଳିକାର ମୃତ୍ୟୁ ଘଟଣା । ମେୟର ଓ କମିଶନରଙ୍କୁ ଘେରିଲେ ସ୍ଥାନୀୟ ଲୋକେ ।

Undergraduate girl gives free tuition
ବସ୍ତି ପିଲାଙ୍କୁ ମାଗଣାରେ ପଢାଇବାକୁ ଶପଥ ନେଇଛନ୍ତି ଶୁଭଲକ୍ଷ୍ମୀ

ନିଜେ ଯୁକ୍ତ ୩ରେ ପାଠ ପଢୁଛନ୍ତି , ହେଲେ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ନେଇଛନ୍ତି ଶପଥ । ୫୦ ପିଲାଙ୍କୁ ପଢେଇବା ସହିତ ଘର ପାଖରେ ଥିବା ଦୋକାନରେ ବସି କରୁଛନ୍ତି ବିକ୍ରି । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ