Advertisment

Forgotten CESU Colony: ଅସୁରକ୍ଷିତ ଅବସ୍ଥାରେ ସେସୁ କଲୋନୀ; ବିପଦଶଙ୍କୁଳ କୋଠାରେ ଜୀବନ ବିତାଉଛନ୍ତି ୫୦ ପରିବାର...

ଫାଟି ଆଁ କରିଛି କାନ୍ଥ...ଛାତ ବି ଗଳି ପଡ଼ିଲାଣି....ଆଉ କେଉଁଠି ଉଠିଗଲାଣି ଗଛ...ଏଭଳି ବିପଦପୂର୍ଣ୍ଣ ଘରେ ଆଶ୍ରା ନେଇଛନ୍ତି ୫୦ ପରିବାର....ପାଦେ ପାଦେ ବିପଦ ଥିଲେ ବି ଭଗବାନ ଭରସାରେ ଦିନ କାଟୁଛନ୍ତି କଟକ ସେସୁ କଲୋନୀ ବାସିନ୍ଦା ।

author-image
Sujit kumar Swain
Forgotten CESU Colony

Forgotten CESU Colony

ଅସୁରକ୍ଷିତ କଟକର ସେସୁ କଲୋନୀ । ଭଙ୍ଗା ଦଦରା କୋଠାରେ ଜୀବନ ବିତାଉଛନ୍ତି ବିଦ୍ୟୁତ କର୍ମଚାରୀ ଓ ସେମାନଙ୍କ ପରିବାର । କାହିଁକି ନା ଦୀର୍ଘ ବର୍ଷ ହେବ ମରାମତି ହେଉନାହିଁ ସରକାରୀ କ୍ୱାର୍ଟରସ। କଟକ ସହର ମଝି ଅର୍ଥାତ ବାଦାମବାଡ଼ି ସ୍ଥିତ ସେସୁ କଲୋନୀ ବାସୀଙ୍କ ଅବସ୍ଥା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ମରାମତି ପ୍ରତି ଧ୍ୟାନ ଦେଉନଥିବା ସେସୁ କର୍ତ୍ତୃପକ୍ଷ ଏବେ ଅସୁରକ୍ଷିତ କ୍ବାଟର୍ସ ଛାଡିବାକୁ କରିଛି ନୋଟିସ୍ । ଯାହାକୁ ନେଇ କଲୋନୀ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

ଫାଟି ଆଁ କରିଛି କାନ୍ଥ...ଛାତ ବି ଗଳି ପଡ଼ିଲାଣି....ଆଉ କେଉଁଠି ଉଠିଗଲାଣି ଗଛ...ଏଭଳି ବିପଦପୂର୍ଣ୍ଣ ଘରେ ଆଶ୍ରା ନେଇଛନ୍ତି ୫୦ ପରିବାର....ପାଦେ ପାଦେ ବିପଦ ଥିଲେ ବି ଭଗବାନ ଭରସାରେ ଦିନ କାଟୁଛନ୍ତି କଟକ ସେସୁ କଲୋନୀ ବାସିନ୍ଦା । କର୍ତ୍ତୃପକ୍ଷ ମରାମତି କଥା ଭୁଲିଯାଇଥିବା ବେଳେ,  ଅସୁରକ୍ଷିତ, ଅସ୍ବାସ୍ଥ୍ୟକର ପରିବେଶ ବାଧ୍ୟ ହୋଇ ଜୀବନ ଜିଉଁଛନ୍ତି କଲୋନୀ ବାସିନ୍ଦା । ବାରମ୍ବାର ଅଭିଯୋଗ କଲେ ବି କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

Advertisment

ଏପଟେ କିନ୍ତୁ ଯଥାଶୀଘ୍ର  କ୍ବାଟର୍ସ ଖାଲି କରିବାକୁ ନୋଟିସ୍ କରିଛି ଟିପିସିଓଡିଏଲ୍ । ଆଗରୁ ସାମନ୍ୟ ମରାମତି କରୁନଥିବା ଟିପିସିଓଡିଏଲ ଏବେ,  ଆର ଆଣ୍ଡବି ପକ୍ଷରୁ ନୋଟିସ ପାଇବା ପରେ କ୍ବାର୍ଟର୍ସ ଖାଲି କରିବାକୁ ଦେଇଛି ଅର୍ଡର । ଯାହାକୁ ନେଇ କଲୋନୀ ବାସିନ୍ଦାଙ୍କ ଚିନ୍ତା ବଢିଛି। ପରିବାର ନେଇ କେଉଁଠି ରହିବେ, କଣ କରିବେ ବୁଦ୍ଧିବାଟ ଦିଶୁନି....

୧୯୭୩ ମସିହାରେ ତିଆରି ହୋଇଥିଲା ସେସୁ କଲୋନୀ। ହେଲେ ଗତ ୩୫ ବର୍ଷରୁ ଉର୍ଦ୍ଧ୍ୱ ହେବ କଲୋନୀ ମରାମତି ହୋଇନାହିଁ । କିନ୍ତୁ କ୍ୱାର୍ଟରସ ଭଡ଼ା ଓ ରକ୍ଷଣ ବେକ୍ଷଣ ବାବଦକୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି କଲୋନୀ ବାସିନ୍ଦା। ହେଲେ ସେ ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ତାହାର ହିସାବ କାହା ପାଖରେ ନାହିଁ । ଅନ୍ୟପଟେ ଏହି ଘଟଣା ବାବଦରେ ସେସୁ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  

ଅଧିକ ପଢ଼ନ୍ତୁ: ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

Cuttack CESU
Advertisment
Advertisment