Advertisment

Tiger Cub on Road: ରାସ୍ତାରେ ବୁଲୁଛି ବାଘ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ଲୋକେମାନେ ପ୍ରଥମେ ବାଘଟିକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ପରେ ଲୋକମାନେ ବାଡ଼ି,ଠେଙ୍ଗା ଧରି ହୋହଲ୍ଲା କରିବାରୁ ବାଘଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
ରାସ୍ତାରେ ବୁଲୁଛି ବାଘ

ରାସ୍ତାରେ ବୁଲୁଛି ବାଘ

ରାସ୍ତାରେ ବୁଲୁଛି କଲରାପତରିଆ ବାଘ। ଲୋକଙ୍କୁ ଦେଖିଲା ବେଳକୁ ଜଙ୍ଗଲକୁ ଦୌଡ଼ି ପଳାଉଛି। ବାଘ ଭୟରେ ବଜାର ହାଟକୁ ଯାଉନାହାନ୍ତି ଲୋକେ। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଜୟପୁର ପ୍ରଗଳା ନିକଟରେ ।

Advertisment

ଗତକାଲି ରାତିରେ ଲୋକେମାନେ ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ଜୟପୁର ପ୍ରଗଳା ମୁଖ୍ୟ ରାସ୍ତାରେ ଏକ କଲରାପତରିଆ ବାଘ ରାସ୍ତା ଉପରେ ବୁଲୁଥିଲା।

ଲୋକେମାନେ ପ୍ରଥମେ ବାଘଟିକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ପରେ ଲୋକମାନେ ବାଡ଼ି,ଠେଙ୍ଗା ଧରି ହୋହଲ୍ଲା କରିବାରୁ ବାଘଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା। ଲୋକେମାନେ ବାଘର ଦୃଶ୍ୟ ନିଜ ମୋବାଇଲରେ କଏଦ କରିଥିଲେ।

Advertisment

ରାସ୍ତାରେ ବାଘ ବୁଲୁଥିବା ଖବର ଚାରିଆଡେ ପ୍ରସାରିତ ହେବାପରେ ଲୋକେ ଭୟବୀତ ହୋଇପଡ଼ିଛନ୍ତି। ବଜାରଘାଟକୁ ଯିବାକୁ ଭୟ କରୁଛନ୍ତି। ବାଘ ବୁଲୁଥିବା ନେଇ ବନ ବିଭାଗକୁ ଅବଗତ କରିଛନ୍ତି ସ୍ଥାନୀୟ ଲୋକେ।

ଅନ୍ୟପକ୍ଷରେ ବାଘର ଗତିବିଧି ଉପରେ ନଜର ରଖିଥିବା କହିଛି ବନବିଭାଗ। ଏହା ପୂର୍ବରୁ ବିଭିନ୍ନ ସମୟରେ ବାଘର ପାଦ ଚିହ୍ନ ଲୋକେ ମଧ୍ୟ ଦେଖିଥିବା କହିଛନ୍ତି।

ଅଧିକ ପଢ଼ନ୍ତୁ: ପର୍ଯ୍ୟଟକଙ୍କ ଗାଡ଼ି ଆଗକୁ ଆସି ରାସ୍ତା ଅବରୋଧ କଲେ କଳା ବାଘଛୁଆ।

Cuttack Tiger 3
Advertisment
Advertisment