Advertisment

CMC Health Officer controversy:ସିଡିଏମଓଙ୍କୁ ସିଏମସି କମିଶନରଙ୍କ ଚିଠିକୁ ନେଇ ଆରମ୍ଭହେଲା ବିବାଦ, କିଏ କହୁଛି ସତ..

ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ। ସ୍ୱାସ୍ଥ୍ୟ ଅଧିକାରୀ ଛୁଟିରେ ନା ଡ୍ୟୁଟିରେ ଅଛନ୍ତି ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା।

author-image
Deviprasad Jena
ଅଦ୍ୟତନ ହୋଇଛି
Cuttack Municipal Corporation

CMC Health Officer controversy

ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ। ସ୍ୱାସ୍ଥ୍ୟ ଅଧିକାରୀ ଛୁଟିରେ ନା ଡ୍ୟୁଟିରେ ଅଛନ୍ତି ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ କଟକ ସିଡିଏମଓଙ୍କୁ ସିଏମସି କମିଶନରଙ୍କ ଚିଠି ପରେ ବିବାଦ ଜୋର୍ ଧରିଛି । ଅନ୍ୟପଟେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ମୁଁ ଡ୍ୟୁଟିରେ ଅଛି ଏବଂ ଯଦି ଛୁଟିରେ ଅଛି କାମ କେମିତି ହେଉଛି ?

Advertisment

ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଛୁଟିରେ ରହିଛନ୍ତି ନା ଡ୍ୟୁଟିରେ ଅଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ବିବାଦ । CMC କମିଶନରଙ୍କ ଚିଠି ପରେ ଏହି ବିବାଦ ଆରମ୍ଭ ହୋଇଥିବା ଜଣାପଡିଛି । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ବିଷୟରେ କଟକ ସି.ଡି.ଏମ.ଓ.ଙ୍କୁ ସିଏମସି କମିଶନର ଚିଠିରେ ଲେଖିଛନ୍ତି, ଦୀର୍ଘ ୫ ବର୍ଷ ହେବ ସତ୍ୟବ୍ରତ ମହାପାତ୍ର ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ତାଙ୍କ କାମ ସନ୍ତୋଷଜନକ ନୁହେଁ । ସେ ଆହୁରି ମଧ୍ୟ ଲେଖିଛନ୍ତି, ସତ୍ୟବ୍ରତ ଦୀର୍ଘଦିନ ହେବ ଛୁଟିରେ ରହିଛନ୍ତି । ଏହାଦ୍ବାରା ସହରରେ ସ୍ୱାସ୍ଥ୍ୟ ବିଭାଗର ଦୈନନ୍ଦିନ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହେଉଛି । ତାଙ୍କର ଏଭଳି ଦାୟିତ୍ବହୀନତା ଯୋଗୁଁ ସିଏମସି କାଉନସିଲ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଅନ୍ୟ ଏକ ଚିଠିରେ ତୁରନ୍ତ ସିଏମସିରେ ଜଣେ ସ୍ଥାୟୀ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତି ଦେବାପାଇଁ ଉଲ୍ଲେଖ କରାଯାଇଛି । ସିଏମସି କାଉନସିଲ ମଧ୍ୟ ତାଙ୍କ କାମରେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ତାଙ୍କୁ ବଦଳି କରାଯାଉ ବୋଲି ପ୍ରସ୍ତାବ ଦେଇଛି । କମିଶନର କହିଛନ୍ତି ଉକ୍ତ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କର ଗୋଡରେ କିଛି ସମସ୍ୟା ଥିବା କହିଥିଲେ । କିନ୍ତୁ, ସେ ବିଧିବଦ୍ଧ ଭାବେ ଛୁଟି ନେଇନାହାନ୍ତି । ଏହାସହ ସେ ଯଦି ଡ୍ୟୁଟିରେ ଅଛନ୍ତି କେଉଁଠି କଣ କାମ କରୁଛନ୍ତି ସେ ବାବଦରେ ମୁଁ ଅବଗତ ନାହିଁ । ଏଣୁ ତାଙ୍କର ବଦଳି ପାଇଁ ସରକାରଙ୍କୁ କୁହାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ଭାରତର ଏହି ରାଜ୍ୟକୁ ଶାସନ କରିପାରିନଥିଲା ବ୍ରିଟିଶ ସରକାର

ଅନ୍ୟପଟେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ 'ଛୁଟିରେ ନଥିବା ନେଇ କହିବା ସହ ଡ୍ୟୁଟିରେ ଅଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, 'ଏକଥା କମିଶନର କିପରି ଜାଣିପାରୁ ନାହାନ୍ତି ମୁଁ ବୁଝିପାରୁନାହିଁ । ମୁଁ ମଙ୍ଗଳାବାଗ ଅଞ୍ଚଳରେ ଖାଦ୍ୟ ରେଡରେ ଯାଇଥିଲି, ଏହାସହ ଜାନୁଆରୀ ୨୬ ପାଇଁ ଡ୍ୟୁଟିକରି ସମସ୍ତ ତଦାରଖ କରିଛି । ସହରର ସ୍ୱାସ୍ଥ୍ୟ ବିଭାଗର ଦୈନନ୍ଦିନ କାର୍ଯ୍ୟରେ କୌଣସି ବାଧା ଉପୁଜୁନାହିଁ । ଏମିତିକି ମୋର ଗୋଡରେ କିଛି ସମସ୍ୟା ଥିବାକଥା କମିଶନର ଙ୍କୁ ଅବଗତ କରାଇଥିଲି । ହେଲେ କମିଶନର କେମିତି ମୋ ବିରୁଦ୍ଧରେ ଚିଠି ଲେଖିଲେ ସେ ଜାଣିଥିବେ ।'

ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ କେବେ ବଦଳି ହେଉଛି ଏବଂ ସରକାର ଏ ଘଟଣାରେ କଣ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

ଅଧିକ ପଢ଼ନ୍ତୁ: ହୁସିଆର୍‌! ଏହି କପ୍‌ରେ ଚାହା ପିଉଥିଲେ ହୋଇପାରେ ମାରାତ୍ମକ ରୋଗ!

Odisha News Cuttack CMC
Advertisment
Advertisment