Advertisment

Exemplary Punishment by High Court: ନିଆରା ସର୍ତ୍ତରେ ଜାମିଦେଲେ ହାଇକୋର୍ଟ

ଆଜି କୋର୍ଟ ମାନସଙ୍କ ମାମଲାକୁ ବିଚାର କରି ନିଆରା ଦଣ୍ଡବିଧାନ କରିଛନ୍ତି। ଜାମିନ ପାଇଁ ୨ଶହ ଗଛ ଲଗାଇବାକୁ ହାଇକୋର୍ଟଙ୍କ ସର୍ତ୍ତ ରଖିଛନ୍ତି। ନିଜ ଗାଁରେ ଥିବା ସରକାରୀ କିମ୍ବା ନିଜସ୍ୱ ଜମିରେ ଆମ୍ବ ଓ ନିମ୍ବ ଭଳି ଗଛ ଲଗାଇବାକୁ କହିଛନ୍ତି କୋର୍ଟ।

author-image
Manoranjan Sial
ଅଦ୍ୟତନ ହୋଇଛି
Cuttack

Cuttack

ନିଆରା ସର୍ତ୍ତରେ ଜାମିଦେଲେ ଓଡିଶା ହାଇକୋର୍ଟ। ନିଜ ଗାଁରେ ୨୦୦ ଗଛ ଲଗାଅ। ତାହା ପୁଣି ନିମ୍ୱ ଓ ଆମ୍ୱ ଗଛ। ଚୋରି ଅଭିଯୁକ୍ତଙ୍କୁ ଆଜି ଏପରି ସର୍ତ୍ତରେ ଦାମିନ୍‌ ଦେଇଛନ୍ତି କୋର୍ଟ।

Advertisment

ଝାରସୁଗୁଡା ଜିଲ୍ଲା ପୋଖରାସଲେ ଓ ଖଣ୍ଡୋକତା ମଧ୍ୟରେ ଗ୍ରୀଡ୍‌ ଲାଇନ ନିର୍ମାଣ ସାଇଟରୁ ୬ଟି ବିଦ୍ୟୁତ ଖୁଣ୍ଟ ଚୋରି ହୋଇଥିଲା। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ। ଏନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା ପୋଲିସ୍‌। ଆଉ ଚୋରି ଅଭିଯୋଗରେ ମାନସ ଆତିଙ୍କୁ ଡିସେମ୍ବର ୨୫ ତାରିଖରେ ଗିରଫ କରି ଜେଲ ପଠାଇ ଦେଇଥିଲା ପୋଲିସ। ଏହା ବିରୋଧରେ ମାନସ ହାଇକୋର୍ଟ ଯାଇଥିଲେ।

ଅଧିକ ପଢ଼ନ୍ତୁ : ଗଡ଼ି ଗଲାଣି ବୟସ... ହେଲେ ପେଟ ପାଇଁ ଚା’ ଦୋକାନଟିଏ କରି କର୍କଟକୁ କରୁଛନ୍ତି ବାଏ ବାଏ

Advertisment

ଆଜି କୋର୍ଟ ମାନସଙ୍କ ମାମଲାକୁ ବିଚାର କରି ନିଆରା ଦଣ୍ଡବିଧାନ କରିଛନ୍ତି। ଜାମିନ ପାଇଁ ୨ଶହ ଗଛ ଲଗାଇବାକୁ ହାଇକୋର୍ଟଙ୍କ ସର୍ତ୍ତ ରଖିଛନ୍ତି। ନିଜ ଗାଁରେ ଥିବା ସରକାରୀ କିମ୍ବା ନିଜସ୍ୱ ଜମିରେ ଆମ୍ବ ଓ ନିମ୍ବ ଭଳି ଗଛ ଲଗାଇବାକୁ କହିଛନ୍ତି କୋର୍ଟ। ଏଥିସହ ଲଗାଇଥିବା ଗଛ ଗୁଡିକର ଯତ୍ନ ଦୁଇ ବର୍ଷ ଧରି ନେବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଜମି ଚିହ୍ନଟ ପାଇଁ ରାଜସ୍ୱ ବିଭାଗ ସହାୟତା ଦେବ। ଜିଲ୍ଲା ନର୍ସରୀ କିମ୍ବା ଡିଏଫ୍‌ଓ ଗଛ ଚାରା ଯୋଗାଇଦେବେ ବୋଲି ହାଇକୋର୍ଟ କହିଛନ୍ତି।

ପୂର୍ବରୁ ଅର୍ଥାତ ଗତ ୨୨ ତାରିଖରେ ଏମିତି ଆଉ ଏକ ମାମଲାରେ ହାଇକୋର୍ଟ ନିଆରା ରାୟ ଦେଇଥିଲେ। ସହପାଠୀଙ୍କୁ ଧମକ ଚମକ ଦେଇଥିବା କଟକର ୫ ଅଭିଯୁକ୍ତ କଲେଜ ଛାତ୍ରଙ୍କୁ ଓଡିଶା ହାଇକୋର୍ଟଙ୍କ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେଲେ। କଟକ ଚୌଦ୍ୱାର ଜେଲ ପରିଦର୍ଶନ କରି ସେଠିକାର ସ୍ୱଚ୍ଛତାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଏଥିସହ ସେଥିରେ କ’ଣ ସୁଧାର ଅଣାଯାଇପାରିବ ସେ ନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ କୋର୍ଟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Orissa High Court Cuttack
Advertisment
Advertisment