ୱାନ୍ ନେସନ୍ ୱାନ୍ ଇଲେକସନ୍ ପ୍ରସଙ୍ଗରେ ଦୁଇ ଫାଳ ବିଜେଡି। ଗୋଟିଏ ପଟେ ସଂସଦରେ ଷ୍ଟାଣ୍ଡକୁ ନେଇ ଦଳପତି ଚୁପ୍। ଏପଟେ ଆଭିମୁଖ୍ୟରେ ଅସ୍ପଷ୍ଟତାକୁ ନେଇ ବର୍ଷିଲେଣି ଏବେ ଯାଏଁ ମୁଖିଆଙ୍କ ନିଷ୍ପତ୍ତିକୁ ସୁରକ୍ଷା ଦେଇ ଆସୁଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଦୋହଲିଗଲାଣି ବିଜେଡି ଦୁର୍ଗ । ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ଚରମରେ ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ଉଚ୍ଚବାଚ ପରେ ନବୀନ ନିବାସ ପହଞ୍ଚିଲା କଳି । ବିଜେପିର ତୀର, ରସାତଳକୁ ଯିବ ଶଙ୍ଖ ଦଳ । ଅଭିଯୋଗକୁ ବିଜେଡିର ଅସ୍ବୀକାର, ଫାଇଦା ଲକ୍ଷ୍ୟରେ କଂଗ୍ରେସ ।
ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା।
ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବୈଠକ । ତଥାପି ବିବାଦ ନତୁଟିବାରୁ ନବୀନ ନିବାସରେ ପହଞ୍ଚିଲେ ଉଭୟ ପକ୍ଷ । ସେଠାରେ ଗଂଜାମର ସମସ୍ତ ନେତାଙ୍କୁ ଭେଟି ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ।
କଟକରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ଟାର୍ଗେଟ୍ ।
ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?
ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?
ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଏକପ୍ରକାର ଫେଲ୍ । ଜାତୀୟ ରାଜନୀତିରୁ ପ୍ରଭାବ ହରାଇ ଚାଲିଛି ବିଜେଡି ।
ଅତି ପ୍ରିୟ ଓ ପରିଚିତ ପ୍ରାର୍ଥନାକୁ କଦର୍ଥ କରି ସାଂସଦ ମୁନ୍ନା ଖାଁ ଅଡ଼ୁଆରେ ପଡ଼ିଛନ୍ତି। କବିଙ୍କୁ ତାତ୍ସଲ୍ୟ କରି କିଛି ଠିକ୍ କରି ନାହାଁନ୍ତି। ତାଙ୍କର କ୍ଷମା ପ୍ରାର୍ଥନାରେ ରାମକୃଷ୍ଣ ପ୍ରେମୀ ସନ୍ତୁଷ୍ଟ ନୁହଁନ୍ତି।
ଠିକ୍ ୬ ମାସ ତଳେ, ଜୁନ୍ 12 ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ଗଢିଥିଲା ସରକାର। ଆଉ ଏଇ ୬ ମାସରେ ଅନେକ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରକାର। ଆଉ କିଛି ଏବେ ବି ପ୍ରତିଶ୍ରୁତି ହୋଇ ରହିଛି।
ପୁଣି ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ତାତ୍ସଲ୍ୟ । କହିଲେ-ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯୋଉଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ ।
ବିଜେପି ସରକାରରେ ୫ ମାସ ଓ ବିଜେଡି ସରକାରରେ ସେମାନଙ୍କୁ ମିଳିନି ୩ ମାସର ପ୍ରାପ୍ୟ । ତେଣୁ ପୂର୍ବ ସରକାରର ଚୁକ୍ତିନାମା ଓ ମହିଳାମାନଙ୍କୁ ଦରମା ନଦେବାକୁ ନେଇ ଏବେ ବିଜେପି ସରକାର ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରୁଥିବାବେଳେ, ବିରୋଧୀ ବିଜେଡି ମଧ୍ୟ ମହିଳାଙ୍କୁ ଶୀଘ୍ର ଦରମା ଦେବାକୁ ଦାବି କରୁଛି ।
ମମତା ଏବଂ ସୁଜିତଙ୍କ ପରେ ଚର୍ଚ୍ଚାରେ ଶୁଭାଶିଷ ଓ ନିରଞ୍ଜନଙ୍କ ନାଁ । ଖୁବ୍ ଶୀଘ୍ର ପଡ଼ିପାରେ ବିଜେଡିର ଆଉ ଏକ ୱିକେଟ୍ । ମମତା ଓ ସୁଜିତଙ୍କ ରାସ୍ତାରେ ଯାଇପାରନ୍ତି ଦଳର ଆଉ କିଛି ସାଂସଦ ।
ମମତା ଏବଂ ସୁଜିତଙ୍କ ପରେ ଚର୍ଚ୍ଚାରେ ଶୁଭାଶିଷ ଓ ନିରଞ୍ଜନଙ୍କ ନାଁ । ଖୁବ୍ ଶୀଘ୍ର ପଡ଼ିପାରେ ବିଜେଡିର ଆଉ ଏକ ୱିକେଟ୍ । ମମତା ଓ ସୁଜିତଙ୍କ ରାସ୍ତାରେ ଯାଇପାରନ୍ତି ଦଳର ଆଉ କିଛି ସାଂସଦ ।
ଜବାବ ଦେବେ କି ନବୀନ ? ମହିଳାଙ୍କ ପାଇଁ କାହିଁକି କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା ? କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ?
କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ? ରାଜ୍ୟରେ ୨୪ ବର୍ଷର ସରକାରୀ ଶାସନ କରିବା ପରେ ଗଣମାଧ୍ୟମ ଆଗରେ ନବୀନଙ୍କ ବିବୃତି ପରେ ବିଜେପି ରଖିଛି କଡ଼ା ଆଭିମୁଖ୍ୟ ।
୯ ମାସର ବକେୟା ଦରମାକୁ ନେଇ ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ୬ଟି ସଙ୍ଘକୁ ନେଇ ଗଠନ ହୋଇଥିବା ଅଲ୍ ଓଡ଼ିଶା GPLF ବା ଗ୍ରାମ ପଂଚାୟତ ଲେଭେଲ୍ ଫେଡେରସନ୍ ।
ରାଜରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ମହିଳା । ୯ ମାସ ହେଲା ମହିଳା ମାନେ ଦରମା ପାଇ ନାହାନ୍ତି । କୁହାଯାଉଛି କେନ୍ଦ୍ର ସରକାରଙ୍କ ସହ ରାଜ୍ୟସରକାରଙ୍କର ଏଗ୍ରିମେଣ୍ଟ ଶେଷ ହୋଇଛି ।
ଆଶିଷ ସିଂ ଆଉ D.S. କୁଟ୍ଟେ । ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଦୁଇ ବ୍ଲୁ ଆଏଡ୍ ଆଇପିଏସ୍ ।
ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ ।
ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ ।
ବିଜେଡି ଛାଡ଼ି ବିଜେପି ଆସିଲେ । ଆଉ ରାଜ୍ୟସଭା ପ୍ରାର୍ଥୀ ହେଲେ । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର l
କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା । ବିଲ୍ ଯାଞ୍ଚ ନକରି କୋଭିଡ୍ ପରିଚାଳନା ଲାଗି ଘରୋଇ ହସ୍ପିଟାଲକୁ ଦିଆଯାଇଛି କୋଟି କୋଟି ଟଙ୍କା । ସିଏଜି ଧରିଲେ ଅନିୟମିତତା ।
ଡେପୁଟେସନରେ ଯିବେ ଆଶିଷ ସିଂ। କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ? ପାୱାର କରିଡରରେ ବଢିଲା ଚର୍ଚ୍ଚା ।
ଗତକାଲି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ବିଧାନସଭାରେ ଆଗତ କରି ଯେଉଁ ବିବୃତି ରଖିଲେ ତାହା ନବୀନ ସରକାରର ଗୁମର ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ୨୫ରୁ ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା ।